ରାଜ୍ୟରେ ପୁଣି ବଢ଼ିବ ଶୀତ: ହଠାତ୍‌ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର,୧୨ା୧(ବନ୍ଦନା ସେଠୀ):ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ପ୍ରବଳ ଶୀତରେ ହଠାତ୍‌ ପରିବର୍ତ୍ତନ ଆସିଛି। ଆକାଶରେ ବାଦଲ ଆଚ୍ଛାଦନ ବୃଦ୍ଧି ହେତୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପରମୁହଁା ହୋଇଛି। ରାଜ୍ୟର କିଛି ସ୍ଥାନରେ ଶନିବାର ରାତିରେ ଝିପି ଝିପି ବର୍ଷା ହୋଇଥିବାବେଳେ ରବିବାର ଅଧିକାଂଶ ସ୍ଥାନରେ ୩ରୁ ୭ଡିଗ୍ରୀ ଯାଏ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିଲା। ସୋମବାରଠାରୁ ବାଦଲ ଆଚ୍ଛାଦନ ହଟିବା ପରେ ପୁଣି ପାରଦ ଖସିବା ସହିତ ଶୀତ ବଢିବ। ଆସନ୍ତା ୧୮ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତଥ୍ୟ ଅନୁଯାୟୀ, ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିବାବେଳେ ଫୁଲବାଣୀରେ ୭ ଡିଗ୍ରୀ, ରାଉରକେଲା ୮ ଡିଗ୍ରୀ, ଝାରସୁଗୁଡା ୮.୩ ଡିଗ୍ରୀ, ନବରଙ୍ଗପୁର ୮.୫ ଡିଗ୍ରୀ ଓ କିରେଇରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡରୁ ମାଆ ମୃତ୍ୟୁର ସ୍କ୍ରିପ୍ଟ ନେଇ ଆସିଲେ ପୁଅ, ଗୁହାଳରେ ରହି ହତ୍ୟା ପରେ ଘର ପାଣିଟାଙ୍କିରେ….

ନୂଆଦିଲ୍ଲୀ,୧୨ା୧: ହରିୟାଣାର ଯମୁନାନଗରରୁ ଏକ ଖବର ସାମ୍ନାକୁ, ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି କାହାଣୀଟି କୌଣସି ଫିଲ୍ମ ଥ୍ରୀଲରଠାରୁ କମ୍ ନୁହେଁ, କିନ୍ତୁ ଏହାର...

ସାବରମତି ଆଶ୍ରମ ନିକଟରେ ମୋଦିଙ୍କ ସହ ଗୁଡ଼ି ଉଡାଇଲେ ଜର୍ମାନ ଚାନ୍ସେଲର

ଅହମଦାବାଦ,୧୨।୧: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ ତାଙ୍କର ପ୍ରଥମ ଭାରତ ଗସ୍ତ ପାଇଁ ରବିବାର ରାତିରେ ଅହମଦାବାଦରେ ପହଞ୍ଚିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ...

T20 World Cup 2026: ବାଂଲାଦେଶରେ ମ୍ୟାଚ ଆୟୋଜନ ପାଇଁ ଦାବି କଲା ପାକିସ୍ତାନ, ICCର ହେଲା ଦ୍ୱାରସ୍ଥ

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁସ୍ତାଫିଜୁର ରହମାନକୁ ନେଇ ବିବାଦ ଏବେ ଏକ ନୂଆ ମୋଡ଼ରେ ପହଞ୍ଚିଛି। ରିପୋର୍ଟ ହୋଇଛି ଯେ ପାକିସ୍ତାନ କ୍ରିକେଟ...

ନୂଆ ଲୋକସେବା ଭବନ, ବିଧାନସଭା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର,୧୨ା୧: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ...

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ...

ଯୌନ ସମ୍ପର୍କ ପାଇଁ ଝରକା ଦେଇ ଯାଇଥିଲେ ୧୮ ବର୍ଷୀୟ ଛାତ୍ର, ସଫଳ ନହେବାରୁ ନିଆଁ ଲଗାଇ…

ନୂଆଦିଲ୍ଲୀ,୧୨ା୧: ବେଙ୍ଗାଲୁରୁରେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ପୋଡ଼ି ହତ୍ୟା କରିବା ଘଟଣାରେ ଏକ ନୂତନ ମୋଡ଼ ଆସିଛି । ଏହି ମହିଳା ସଫ୍ଟୱେର୍ ଇଞ୍ଜିନିୟରଙ୍କ ହତ୍ୟା...

ମା’ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ଭଉଣୀ-ଭାଇ

ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ବାପାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମା’ଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡ଼ିଛନ୍ତି ଭଉଣୀ ଭାଇ। ଏପରି ଏକ ହୃଦୟବିଦାରକ ଘଟଣା...

ବ୍ୟାଙ୍କ ସଟର ତାଡି ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ: ମାଡ଼ିବସିଲେ ଗ୍ରାମବାସୀ

ଭୋଗରାଇ, ୧୨l ୧( ପ୍ରଦୀପ ଦାସ ): ବ୍ୟାଙ୍କ ସଟର ତାଡି ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଧରିପକାଇଲେ ଗ୍ରାମବାସୀ। ରବିବାର ବିଳମ୍ବିତ ରାତିରେ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri