୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ କାର୍ଯ୍ୟ ନ ଥିବା ଦର୍ଶାଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏନେଇ ପ୍ରସ୍ତାବ ଆଗତ କରିଥିଲେ। ସେ କହିଥିଲେ, କୌଣସି ସରକାରୀ କାର୍ଯ୍ୟ ନ ଥିବା ଯୋଗୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ଲାଗି ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରୁଛି। ଏହି ପ୍ରସ୍ତାବକୁ ସମର୍ଥନ କରି ଭାଜପା ସଦସ୍ୟ ଭାସ୍କର ମଢ଼େଇ, ସନାତନ ବିଜୁଳି କହିଥିଲେ, ସରକାରଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ଆସିଛି ତାହା ଯଥାର୍ଥ। ଗୃହର ସଦସ୍ୟମାନେ ବିଧାନସଭାର ଶୀତ ଅଧିବେଶନ ପାଇଁ ଦୀର୍ଘଦିନ ଧରି ଏଠାରେ ରହିବା ଯୋଗୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସମସ୍ୟା ପ୍ରତି ସେତେଟା ଗୁରୁତ୍ୱ ଦିଆଯାଇପାରୁନାହିଁ। ଏହାବାଦ୍‌ ସରକାରୀ ଅର୍ଥର ଅପବ୍ୟୟ ଯେପରି ନ ହେବ ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଯେଉଁ ମୁଲତବୀ ପ୍ରସ୍ତାବ ଆସିଛି, ତାହାକୁ ସମର୍ଥନ କରୁଛୁ। ଆଲୋଚନାରେ ଭାଗନେଇ ଭାଜପା ସଦସ୍ୟ ଗୌରୀ ଶଙ୍କର ମାଝୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ସନ୍ତୋଷ ଖଟୁଆ, ବିଜେଡି ସଦସ୍ୟ ଗଣେଶ୍ୱର ବେହେରା, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ପ୍ରସ୍ତାବକୁ ସମର୍ଥନ ଜଣାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ସରକାରଙ୍କ ପକ୍ଷରୁ ‘ବନ୍ଦେ ମାତରମ୍‌’ ସଂକଳ୍ପ ଯେଉର୍ଁ ଆସିଥିଲା ତାକୁ କେବଳ ଆମେ ନୁହେଁ, ସାରା ଦେଶର ପ୍ରତ୍ୟେକ ନାଗରିକ ହୃଦୟରେ ରଖିଛନ୍ତି। ଦେଶର ସମ୍ବିଧାନ ପ୍ରତି ଆମର ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ହେଲେ ସମ୍ବିଧାନ ଯେଉଁ ୨ଟି ପଂକ୍ତିକୁ ସ୍ବୀକୃତି ଦେଇଥିଲା ତାହା ବାଦ୍‌ ଗୃହରେ ସମସ୍ତ ପଂକ୍ତି ଗାନ କରାଯିବା କଥା ନୁହେଁ, ଏହା ସମ୍ବିଧାନର ଅବମାନନା। ସେଥିପାଇଁ ବିଜେଡି ଗୃହରେ ସେହି କିଛି ସମୟ ପାଇଁ ଅନୁପସ୍ଥିତ ଥିଲା। ତେବେ ଗୃହ ମୁଲତବୀ ପାଇଁ ଯେଉଁ ପ୍ରସ୍ତାବ ଆସିଛି, ତାହାକୁ ସମର୍ଥନ କରୁଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଆଚାର୍ଯ୍ୟ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଏହି ଅଧିବେଶନଟି ଐତିହାସିକ ଥିଲା। ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଯୋଗୁ ଗୃହରେ ସୁସ୍ଥ ପରମ୍ପରା ବଜାୟ ରହିଛି। ରାଷ୍ଟ୍ରପତିଙ୍କ ପ୍ରତ୍ୟେକ ବାଣୀ ସମସ୍ତ ସଦସ୍ୟଙ୍କ ଉପରେ ପ୍ରଭାବ ପକାଇଛି, ଯେଉଁଥିପାଇଁ ଗୃହ ସୁରୁଖୁରୁରେ ଚାଲିପାରିଲା। ଏଥିପାଇଁ ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସମସ୍ତ ମନ୍ତ୍ରୀ ଓ ସଦସ୍ୟ, ବିଧାନସଭା ସଚିବ ଏବଂ ଗୃହ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି। ଶେଷରେ ବାଚସ୍ପତି ସୁରମା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ନଭେମ୍ବର ୨୭ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁ ବିଜ୍ଞପ୍ତି ଜାରି ହୋଇଥିଲା। ଗୃହ ୨୯ ଦିନ ଚାଲିବାକୁ ସ୍ଥିର ହୋଇଥିବାବେଳେ ୧୮ ଦିନ ପୂର୍ବରୁ ଅର୍ଥାତ୍‌ ୧୧ ଦିନରେ ବନ୍ଦ ହୋଇଯାଇଛି। ଏହି ଅବଧି ମଧ୍ୟରେ ୧,୫୪୬ଟି ତାରକା ପ୍ରଶ୍ନ ଗ୍ରହଣ ହୋଇଥିବାବେଳେ ୨୮ଟିର ଉତ୍ତର ଗୃହରେ ଦିଆଯାଇଛି। ସେହିପରି ୨୧୩୫ଟି ଅଣତାରକା ପ୍ରଶ୍ନ ନୋଟିସ୍‌ ବାଚସ୍ପତି ଗ୍ରହଣ କରିଥିବାବେଳେ ୬ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ସେଥିମଧ୍ୟରେ ଚାଷୀ, ଆଇନଶୃଙ୍ଖଳା, ଦାଦନ ଭଳି ବିଭିନ୍ନ ପ୍ରସଙ୍ଗ ରହିଛି। ଏହାବାଦ୍‌ ୩୧ଟି କାଗଜ ଗୃହରେ ଉପସ୍ଥାପିତ(ଲେ) ହୋଇଥିବାବେଳେ ୪୪ ଜଣ ସଦସ୍ୟ ସବ୍‌ମିଶନରେ ଭାଗ ନେଇଥିଲେ। ୭ଟି ବିଧେୟକ ଉପସ୍ଥାପିତ ହେବା ସହିତ ସମସ୍ତ ବିଧେୟକ ଗୃହରେ ପାରିତ ହୋଇଛି। ଏହାସହିତ ୨ଟି ସରକାରୀ ସଂକଳ୍ପ ପାରିତ ହୋଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri