୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ କାର୍ଯ୍ୟ ନ ଥିବା ଦର୍ଶାଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏନେଇ ପ୍ରସ୍ତାବ ଆଗତ କରିଥିଲେ। ସେ କହିଥିଲେ, କୌଣସି ସରକାରୀ କାର୍ଯ୍ୟ ନ ଥିବା ଯୋଗୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ଲାଗି ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରୁଛି। ଏହି ପ୍ରସ୍ତାବକୁ ସମର୍ଥନ କରି ଭାଜପା ସଦସ୍ୟ ଭାସ୍କର ମଢ଼େଇ, ସନାତନ ବିଜୁଳି କହିଥିଲେ, ସରକାରଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ଆସିଛି ତାହା ଯଥାର୍ଥ। ଗୃହର ସଦସ୍ୟମାନେ ବିଧାନସଭାର ଶୀତ ଅଧିବେଶନ ପାଇଁ ଦୀର୍ଘଦିନ ଧରି ଏଠାରେ ରହିବା ଯୋଗୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସମସ୍ୟା ପ୍ରତି ସେତେଟା ଗୁରୁତ୍ୱ ଦିଆଯାଇପାରୁନାହିଁ। ଏହାବାଦ୍‌ ସରକାରୀ ଅର୍ଥର ଅପବ୍ୟୟ ଯେପରି ନ ହେବ ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଯେଉଁ ମୁଲତବୀ ପ୍ରସ୍ତାବ ଆସିଛି, ତାହାକୁ ସମର୍ଥନ କରୁଛୁ। ଆଲୋଚନାରେ ଭାଗନେଇ ଭାଜପା ସଦସ୍ୟ ଗୌରୀ ଶଙ୍କର ମାଝୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ସନ୍ତୋଷ ଖଟୁଆ, ବିଜେଡି ସଦସ୍ୟ ଗଣେଶ୍ୱର ବେହେରା, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ପ୍ରସ୍ତାବକୁ ସମର୍ଥନ ଜଣାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ସରକାରଙ୍କ ପକ୍ଷରୁ ‘ବନ୍ଦେ ମାତରମ୍‌’ ସଂକଳ୍ପ ଯେଉର୍ଁ ଆସିଥିଲା ତାକୁ କେବଳ ଆମେ ନୁହେଁ, ସାରା ଦେଶର ପ୍ରତ୍ୟେକ ନାଗରିକ ହୃଦୟରେ ରଖିଛନ୍ତି। ଦେଶର ସମ୍ବିଧାନ ପ୍ରତି ଆମର ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ହେଲେ ସମ୍ବିଧାନ ଯେଉଁ ୨ଟି ପଂକ୍ତିକୁ ସ୍ବୀକୃତି ଦେଇଥିଲା ତାହା ବାଦ୍‌ ଗୃହରେ ସମସ୍ତ ପଂକ୍ତି ଗାନ କରାଯିବା କଥା ନୁହେଁ, ଏହା ସମ୍ବିଧାନର ଅବମାନନା। ସେଥିପାଇଁ ବିଜେଡି ଗୃହରେ ସେହି କିଛି ସମୟ ପାଇଁ ଅନୁପସ୍ଥିତ ଥିଲା। ତେବେ ଗୃହ ମୁଲତବୀ ପାଇଁ ଯେଉଁ ପ୍ରସ୍ତାବ ଆସିଛି, ତାହାକୁ ସମର୍ଥନ କରୁଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଆଚାର୍ଯ୍ୟ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଏହି ଅଧିବେଶନଟି ଐତିହାସିକ ଥିଲା। ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଯୋଗୁ ଗୃହରେ ସୁସ୍ଥ ପରମ୍ପରା ବଜାୟ ରହିଛି। ରାଷ୍ଟ୍ରପତିଙ୍କ ପ୍ରତ୍ୟେକ ବାଣୀ ସମସ୍ତ ସଦସ୍ୟଙ୍କ ଉପରେ ପ୍ରଭାବ ପକାଇଛି, ଯେଉଁଥିପାଇଁ ଗୃହ ସୁରୁଖୁରୁରେ ଚାଲିପାରିଲା। ଏଥିପାଇଁ ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସମସ୍ତ ମନ୍ତ୍ରୀ ଓ ସଦସ୍ୟ, ବିଧାନସଭା ସଚିବ ଏବଂ ଗୃହ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି। ଶେଷରେ ବାଚସ୍ପତି ସୁରମା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ନଭେମ୍ବର ୨୭ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁ ବିଜ୍ଞପ୍ତି ଜାରି ହୋଇଥିଲା। ଗୃହ ୨୯ ଦିନ ଚାଲିବାକୁ ସ୍ଥିର ହୋଇଥିବାବେଳେ ୧୮ ଦିନ ପୂର୍ବରୁ ଅର୍ଥାତ୍‌ ୧୧ ଦିନରେ ବନ୍ଦ ହୋଇଯାଇଛି। ଏହି ଅବଧି ମଧ୍ୟରେ ୧,୫୪୬ଟି ତାରକା ପ୍ରଶ୍ନ ଗ୍ରହଣ ହୋଇଥିବାବେଳେ ୨୮ଟିର ଉତ୍ତର ଗୃହରେ ଦିଆଯାଇଛି। ସେହିପରି ୨୧୩୫ଟି ଅଣତାରକା ପ୍ରଶ୍ନ ନୋଟିସ୍‌ ବାଚସ୍ପତି ଗ୍ରହଣ କରିଥିବାବେଳେ ୬ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ସେଥିମଧ୍ୟରେ ଚାଷୀ, ଆଇନଶୃଙ୍ଖଳା, ଦାଦନ ଭଳି ବିଭିନ୍ନ ପ୍ରସଙ୍ଗ ରହିଛି। ଏହାବାଦ୍‌ ୩୧ଟି କାଗଜ ଗୃହରେ ଉପସ୍ଥାପିତ(ଲେ) ହୋଇଥିବାବେଳେ ୪୪ ଜଣ ସଦସ୍ୟ ସବ୍‌ମିଶନରେ ଭାଗ ନେଇଥିଲେ। ୭ଟି ବିଧେୟକ ଉପସ୍ଥାପିତ ହେବା ସହିତ ସମସ୍ତ ବିଧେୟକ ଗୃହରେ ପାରିତ ହୋଇଛି। ଏହାସହିତ ୨ଟି ସରକାରୀ ସଂକଳ୍ପ ପାରିତ ହୋଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୧୪।୩: ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା, ଟ୍ରାଫିକ,…

ଜେଲ୍‌ ଭିତରେ କଏଦୀ ମୃତ୍ୟୁ ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି…

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କାରାଗାର ଭିତରେ ଶନିବାର ସକାଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି…

୨୯ରେ ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ଼ା ,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି…

କାର ଧକ୍କାରେ ଜଣେ ମୃତ, ୭ ଗୁରୁତର : କ୍ଷତିପୂରଣ ଦାବିରେ

କୁଚିଣ୍ଡା,୧୪।୩(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ ଟାଇଁସର କଦୋପଡାଠାରେଶୁକ୍ରବାର ରାତିରେ ଯାତ୍ରା ଦେଖି ଘରକୁ ଫେରୁଥିବା ୮ଜଣଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri