ଘନକୁହୁଡ଼ି ସହ ବାଲିଗୁଡ଼ାକୁ ପୁଣି ଫେରିଛି ଶୀତ, ଯାନବାହନ ଚଳାଚଳରେ ବାଧା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରି। ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ। ଘନ କୁହୁଡ଼ି ସହ ପୁଣି ଫେରିଛି ଶୀତ, ଦିନ ଦଶଟା ପର୍ଯ୍ୟନ୍ତ କମୁନି କୁହୁଡ଼ି। ବାଲିଗୁଡ଼ା ତଥା ଏହାର ଆଖପାଖ କୋଟଗଡ଼,ଦାରିଙ୍ଗବାଡ଼ି, କ.ନୂଆଗାଁ, ବେଲଘର, ତୁମୁଡ଼ିବନ୍ଧ, ରାଇକିଆ, ଟିକାବାଲି, ଚକାପାଦ ଜି.ଉଦୟଗିରି ଅଞ୍ଚଳର ବିଭିନ୍ନ ଉପାନ୍ତ ଅଞ୍ଚରେ ବଢ଼ିଲାଣି ଶୀତ। ଶୀତୁଆ ସକାଳରେ ଚା’ ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି।

ଘନକୁହୁଡ଼ିରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ। ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି। ଦିନ ୧୦ଟା ପର୍ଯ୍ୟନ୍ତ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଥିବାରୁ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ଅଧରାତିରୁ ନିଆଁ ଜାଳି ନିଆଁର ଆଶ୍ରୟ ନେଉଛନ୍ତି। ରାସ୍ତାରେ କୁହୁଡ଼ି ପାଇଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି l ଶୀତରୁ ବର୍ତ୍ତିବା ପାଇଁ ଲୋକେ ଗରମ ଗରମ ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି। ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି, ବେଲଘର ଲୁଦୁ ଜଳପ୍ରପାତ,ସାପ ନଳା,ମଣ୍ଡାସୁର ଭଳି ବିଭିନ୍ନ ଅଞ୍ଚଳର ପ୍ରାକୃତିକ ବିଭବ ଅତି ନିକଟରୁ ଦେଖିବାକୁ ପର୍ଯ୍ୟଟକଙ୍କ ନୂତନ ବର୍ଷ ଆରମ୍ଭରୁ ସୂଅ ଛୁଟିଲାଣି। ଶୀତ ଯୋଗୁ ଗରିବ ଓ ଶ୍ରମଜୀବୀ କର୍ମକ୍ଷେତ୍ରକୁ ଯାଇ ପାରୁ ନାହାନ୍ତି, ସେପଟେ ନିଜକୁ ଫିଟ୍‌ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣିଂ ଓ୍ବାକ୍‌, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍‌, ପାର୍କ, ରାସ୍ତା ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ଶୀତ ଆସିବା କ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ବର୍ଷା ଛାଡ଼ିବା ଆକାଶ ମେଘ ମୁକ୍ତ ହୋଇ ନୀଳ ଆକାଶରେ ପରିଣତ ହେବା ସହ ଆକାଶରେ ମଝିରେ ମଝିରେ ମେଘ ଖଣ୍ଡ ସବୁଜ ପରିବେଶକୁ ଆହୁରି ଆକର୍ଷିତ କରୁଛି। ରାସ୍ତାକଡ଼ ଝରଣାର ଦୃଶ୍ୟ ସବୁଜିମା ବୃକ୍ଷରାଜି ବିରାଟ ପାହାଡ଼ ପର୍ବତ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ବେଶ ଆନନ୍ଦ ଦେଉଥିବା ଦେଖିବାକୁ ମିଳିଛି। ରାସ୍ତାରେ ଯାତାୟାତ କଲାବେଳେ ଲୋଭନୀୟ ମନୋରମ ଦୃଶ୍ୟ ଦେଖି ଯାତ୍ରୀମାନେ କିଛି ସମୟ ଅଟକି ଯାଇ ପ୍ରକୃତିର ମଜା ଉଠାଇବା ସହ ନିଜ ନିଜ ମୋବାଇଲରେ କିଛି ଫଟୋ ଉତ୍ତୋଳନ କରି ବେଶ୍‌ ଆନନ୍ଦିତ ହେଉଛନ୍ତି। ଗତ କିଛିଦିନ ହେଲା ପାଗ ଶୁଖିଲା ରହିବା ସହ ସକାଳ ଓ ସନ୍ଧ୍ୟା ସମୟରେ ପ୍ରବଳ ଶୀତ ଅନୁଭୂତି ହେଉଛି। ମଧ୍ୟରାତ୍ରିରୁ ଭୋର୍‌ ମଧ୍ୟରେ ଅଧିକ ଶୀତ ପଡ଼ିବା ସହ ସକାଳର କୁହୁଡି ଶୀତକୁ ଦ୍ବିଗୁଣିତ କରୁଛି। ବର୍ତ୍ତମାନ ବର୍ଷା ଛାଡ଼ିବା ପରେ ପର୍ଯ୍ୟଟନର ଋତୁ ଆରମ୍ଭ ହୋଇ ଯାଇଛି। କନ୍ଧମାଳ ଜିଲାର ପର୍ଯ୍ୟଟନ କ୍ଷେତ୍ର ବାହାର ଜିଲା ଏବଂ ବାହାର ରାଜ୍ୟର ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିବା ପାଇଁ ପୂରା ପ୍ରସ୍ତୁତ ହୋଇରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri