୮ରୁ ଶୀତ ମହୋତ୍ସବ: ଯୋଗଦେବେ ଓଡିଶାର ସୁନାମଧନ୍ୟ କଳାକାର

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ରେ ଶୀତ ମହୋତ୍ସବର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବିଡ଼ିଓ ତଥା ମହୋତ୍ସବ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳାର ତଦାରଖକୁ ପ୍ରଶାସନ ଅଧିକା ଗୁରୁତ୍ୱ ଦେଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ମହୋତ୍ସବ ପଡିଆରେ ଦାରିଙ୍ଗବାଡି ଥାନା ଅଧିକାରୀ ତଥା ଡ଼ିଏସପି କନକ ମାଝୀ, ଅତିତିକ୍ତ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ପ୍ରମୁଖ ପରିଦର୍ଶନ କରି ଜନ ଗହଳିକୁ କିଭଳି ନିୟନ୍ତ୍ରଣ ସହ ଦର୍ଶକ କିଭଳି ଭଲ ଭାବେ ଶୀତ ମହୋତ୍ସବର ମଜା ନେଇପାରିବେ। ଗାଡି ପାର୍କିଂ ସମେତ ଲୋକଙ୍କ ଭିଡରେ କିଭଳି କେଉଁ ରାସ୍ତା ଦେଇ ପ୍ରବେଶ କରିବେ ଓ ପ୍ରସ୍ଥାନ କରିବେ ସେନେଇ ବୁଲି ଦେଖିଥିଲେ। ସେହିପରି ମହୋତ୍ସବ ପଡିଆରେ ଲୋକଙ୍କ ପାଇଁ ପୋଲିସ ପକ୍ଷରୁ ଆସ୍ଥାୟୀ ଆଇନସେବା ବା ସହାୟତା ଯୋଗାଇ ଦିଆଯିବ। ସେଥିପାଇଁ ସ୍ଥାନ ଚୟନ ସହ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଓ ଅଗ୍ନିଶମ ବିଭାଗ ପାଇଁ ଅସ୍ଥାୟୀ କ୍ୟାମ୍ପ ପାଇଁ ସ୍ଥାନ ନିରୂପଣ କରାଯାଇଛି । ୮ରୁ ୧୧ ପର୍ଯ୍ୟନ୍ତ ୪ ଦିନ ଧରି ପ୍ରବଳ ଜନସାମାବେଶ ହେବ ଭିଡ଼ର ସ୍ଥିତିକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୃତୟନ ଆଦିକୁ ଗୁରୁତ୍ୱ ଦିଆଯାଇଛି ବୋଲି ବିଡ଼ିଓ କହିଛନ୍ତି। ଡିଏସପି କନକ ମାଝୀ ଏବଂ ଅତିରିକ୍ତ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ମହୋତ୍ସବ ପଡିଆକୁ ସମ୍ପୂର୍ଣ୍ଣ ବୁଲି ଅନୁଧ୍ୟାନ କରି ଫେରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩୦ ଦିନ ମଧ୍ୟରେ ଭେନେଜୁଏଲାରେ ହେବ ନିର୍ବାଚନ? ମାଦୁରୋ ଅଦାଲତରେ ହାଜର ହେବା ପରେ ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୬।୧: ଭେନେଜୁଏଲାରେ କ୍ଷମତା ପରିବର୍ତ୍ତନ ପରେ, ଆମେରିକା ସ୍ପଷ୍ଟ କରିଛି ଯେ ନିର୍ବାଚନ ତୁରନ୍ତ ଅନୁଷ୍ଠିତ ହେବ ନାହିଁ। ଆମେରିକା କହିଛି ଯେ ସାଧାରଣ ଜନତା...

ଏଇ ଭାରତରେ

ବେଆଇନ ଶିକାର ଯୋଗୁ ବହୁ ପ୍ରାଣୀଙ୍କ ଜୀବନ ଯାଉଛି। ଶିକାରୀଙ୍କୁ ରୋକିବା ପାଇଁ ବନ ବିଭାଗ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ବେସରକାରୀ ସ୍ତରରେ ପ୍ରାଣୀଙ୍କ...

Earthquake: ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ, ସୁନାମୀ…

ଟୋକିଓ,୬ା୧:ମଙ୍ଗଳବାର ଜାପାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୂମିକମ୍ପଗୁଡ଼ିକ ପଶ୍ଚିମ ଚୁଗୋକୁ...

କିଏ ଓଡ଼ିଆ

ଓଡ଼ିଶାର ଭାଷା, ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଇତିହାସ ସ୍ବତନ୍ତ୍ର। ପ୍ରତ୍ୟେକ ରାଜ୍ୟର ଭାଷାକୁ ନେଇ ସେହି ରାଜ୍ୟର ଜାତୀୟତା ବା ରାଜ୍ୟର ପ୍ରାମାଣିକ ପରିଚୟ...

ଗଣତନ୍ତ୍ରରେ ରାଜୁଡ଼ା ଗନ୍ଧ

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଖାଇଦେଲେଣି ଯେ ନିର୍ବାଚନରେ ଜିତିବା ରାଜ୍ୟ ଜୟ ସହ ସମାନ। ଆଗକାଳରେ ରାଜାମାନେ କୌଣସି ଅଞ୍ଚଳ ଅଧିକାର କଲେ...

ଶିକ୍ଷିତ ଦେଶବିରୋଧୀ

ଶିକ୍ଷିତ ଲୋକେ ବହୁସଂଖ୍ୟାରେ ସମାଜବିରୋଧୀ କାର୍ଯ୍ୟରେ ସାମିଲ ହେବା ଏକ ବିପଜ୍ଜନକ ଧାରା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିକଟରେ ବିବୃତି ଦେବା ଅନେକଙ୍କୁ...

୫୫ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ନେତା…

ଭୁବନେଶ୍ବର,୬।୧: ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୭୨ ଜାନୁଆରୀ ୬ ତାରିଖରେ କେନ୍ଦୁଝର ଜିଲା...

ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ

ଓ୍ବାଶିଂଟନ,୬ା୧: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସିନ୍‌ସିନାଟିସ୍ଥିତ ଘର ଉପରେ ରାତିରେ ଆକ୍ରମଣ ହୋଇଛି। ଘରର ଅନେକ ଝରକା ଭାଙ୍ଗିଯାଇଛି। ଆକ୍ରମଣ ଖବର ପାଇ ଆମେରିକା ସିକ୍ରେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri