ଶୀତ ଦିନ ଆଉ ଆସିବ ନାହିଁ, ଡିସେମ୍ବରରେ ବି ହେବ ପ୍ରବଳ ତାତି, ଚେତାବନୀ ଜାରି କଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୫।୧୧ : କ୍ରମାଗତ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରିଛନ୍ତି। କାରଣ ବିଶ୍ୱ ତାପମାତ୍ରାର କ୍ରମାଗତ ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ପୁନର୍ବାର ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି, ଯାହା ଅତ୍ୟନ୍ତ ଭୟାନକ ଅଟେ। ସେମାନେ କହିଛନ୍ତି ଆଗାମୀ ସମୟରେ ଶୀତ ଦିନ ଆଉ ଅନୁଭୂତ ହେବ ନାହିଁ। ମୁମ୍ବାଇ ପରି, ସ୍ଥିତି ୧୨ ମାସ ଧରି ସମାନ ରହିବ। ସମଗ୍ର ବିଶ୍ୱରେ ଗୋଟିଏ ପ୍ରକାର ପାଗ ରହିବ। ଡିସେମ୍ବର-ଜାନୁୟାରୀରେ ହେଉଥିବା ଶୀତ ଆସନ୍ତା କିଛି ବର୍ଷ ମଧ୍ୟରେ ଆଉ ହେବ ନାହିଁ । ବୈଜ୍ଞାନିକମାନେ ଭଳି କହିବା ପଛରେ ଏକ କାରଣ ଅଛି, ଯାହା ପୃଥିବୀର ତାପମାତ୍ରା ସହିତ ଜଡିତ, ଯାହା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ଉପରେ ଏକ ଗବେଷଣା ମଧ୍ୟ କରାଯାଇଛି, ଯାହାର ଫଳାଫଳ ଆଶ୍ଚର୍ଯ୍ୟଜନକ ମିଳିଛି।

ଆଇଆଇଟି-କେଜିପି ଦ୍ୱାରା କରାଯାଇଥିବା ଗବେଷଣା ଅନୁଯାୟୀ,୨୧୦୦ ମସିହା ସୁଦ୍ଧା ଭାରତର ଭୂପୃଷ୍ଠର ତାପମାତ୍ରା ୧.୧ ରୁ ୫.୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ। ଆଇଆଇଟି ଖରାଗପୁର ପୃଥିବୀର ତାପମାତ୍ରାକୁ ନେଇ ଏକ ବିଶେଷ ଅଧ୍ୟୟନ କରିଛି। ଗତ ମାସରେ ନେଚର ପତ୍ରିକାରେ ପ୍ରକାଶିତ ୧୯୮୦-୨୦୨୦ମଧ୍ୟରେ ଭାରତ ଉପରେ ଭୂପୃଷ୍ଠର ତାପମାତ୍ରା ବୃଦ୍ଧି ଏବଂ ଭବିଷ୍ୟତର ଆକଳନ ମଧ୍ୟରେ କାରଣ ସମ୍ପର୍କ ଶୀର୍ଷକ ଗବେଷଣା ପେପରରେ କୁହାଯାଇଛି ଅଧିକ ନିର୍ଗମନ ଯୋଗୁ ଭାରତୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ହୋଇପାରେ। ତାପମାତ୍ରା ୫.୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ, ଯାହା ବିଶ୍ୱର ହାରାହାରି ବୃଦ୍ଧିର ଆକଳନ ସହିତ ସମାନ ।

ବୈଜ୍ଞାନିକଙ୍କ ଅନୁଯାୟୀ, ଭାରତୀୟ ଅଞ୍ଚଳର ତାପମାତ୍ରାର ପ୍ରକୃତ ବୃଦ୍ଧି ବିଶ୍ୱର ହାରାହାରି ତୁଳନାରେ ବହୁତ କମ ରହିଛି। ଶିଳ୍ପାୟନ ଆରମ୍ଭରୁ ପୃଥିବୀ ପୃଷ୍ଠର ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି। ଗ୍ରୀନ ହାଉସ ଗ୍ୟାସର ଉଚ୍ଚ ନିର୍ଗମନ ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନରେ ଯଥେଷ୍ଟ ସହାୟକ ହୋଇଛି, ଯାହା ଜାରି ରହିବ ବୋଲି ଆଶା କରାଯାଉଛି। ଅନୁଷ୍ଠାନର ବୈଜ୍ଞାନିକମାନେ ୧୯୮୦-୨୦୨୦ସମୟ ପାଇଁ ଭୂପୃଷ୍ଠ, ଉପଗ୍ରହ ତଥ୍ୟ ବ୍ୟବହାର କରି ଭାରତ ଉପରେ ଭୂପୃଷ୍ଠ ତାପମାତ୍ରାର ଦୀର୍ଘକାଳୀନ ଧାରା ଯାଞ୍ଚ କରିଥିଲେ ଏବଂ କାରଣ ଅନୁସନ୍ଧାନ ପ୍ରଣାଳୀ ବ୍ୟବହାର କରି ତାପମାତ୍ରା ପରିବର୍ତ୍ତନରେ ଜିଓଫିଜିକାଲ କାରକ ଏବଂ ମାନବ କାର୍ଯ୍ୟକଳାପର ଭୂମିକା ପରୀକ୍ଷା କରିଥିଲେ। ଅନୁସନ୍ଧାନ ସମୟରେ, ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଏବଂ ଉତ୍ତରରେ ମୌସୁମୀ ଏବଂ ମୌସୁମୀ ପରବର୍ତ୍ତୀ ଋତୁରେ ତାପମାତ୍ରା ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବୈଜ୍ଞାନିକମାନେ ଏହି ବୃଦ୍ଧି ପାଇଁ ୬ଟି ପ୍ରମୁଖ କାରଣ ବିବେଚନା କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ମଣିଷ ଦ୍ୱାରା କରାଯାଇଥିବା କାର୍ଯ୍ୟ ଏବଂ ବିକାଶ ସହ ଜଡିତ କାର୍ଯ୍ୟକଳାପ, ଯାହା ଦ୍ୱାରା ପୃଥିବୀର ତାପମାତ୍ରା କ୍ରମାଗତ ଭାବରେ ବଢୁଛି।

ଆଇଆଇଟି ଖଡଗପୁରର ମୁଖ୍ୟ ଗବେଷକ ତଥା ସହଯୋଗୀ ପ୍ରଫେସର ଜୟନାରାୟଣନ କୁଟିପୁରାଥ କହିଛନ୍ତି ପୁଣେରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟେରୋଲୋଜି ସହଯୋଗରେ ଏହି ଅଧ୍ୟୟନ କରାଯାଇଛି, ଯାହା ଆଧାରରେ ଅନୁସନ୍ଧାନ କାଗଜ ପ୍ରସ୍ତୁତ କରାଯାଇଥିଲା। ବୈଜ୍ଞାନିକମାନେ ଗତ ୪୦ ବର୍ଷ ମଧ୍ୟରେ ଭାରତର ଭୂପୃଷ୍ଠ ତାପମାତ୍ରାକୁ ଦେଖିଛନ୍ତି ଏବଂ ତା’ପରେ ୨୧୦୦ବର୍ଷ ପାଇଁ ଆକଳନ କରିଛନ୍ତି। ଆମେ ବହୁତ ଡାଟା ବ୍ୟବହାର କରିଛୁ। ବିଶେଷକରି ଭାରତୀୟ ପାଣିପାଗ ବିଭାଗର ତଥ୍ୟ, ଯାହା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟେରୋଲୋଜି ଦ୍ୱାରା ପ୍ରଦାନ କରାଯାଇଥିଲା। ୨୦୭୫ ସୁଦ୍ଧା ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ୩ ଗୁଣା ବୃଦ୍ଧି ପାଇପାରେ, ଯାହା ଅନୁଯାୟୀ ୨୧୦୦ସୁଦ୍ଧା ହାରାହାରି ତାପମାତ୍ରା ୩.୫ରୁ ୫.୧ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ଅଛି। ଯଦିଓ ନିର୍ଗମନ ହ୍ରାସ ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଯଦ ି ନିର୍ଗମନ ହ୍ରାସ ନ ହୁଏ ତେବେ ଏହା ବୋଧହୁଏ ୩ ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ, ଯାହା ପୃଥିବୀର ତାପମାତ୍ରା ୫.୧ ଡିଗ୍ରୀ ସେଲସିୟସକୁ ବୃଦ୍ଧି କରିବ।

ପ୍ରଫେସର ଜୟନାରାୟଣନ କୁଟିପୁରାଥ, ତାଙ୍କର ତିନିଜଣ ପିଏଚଡି ପଣ୍ଡିତ ତଥା ପୁଣେରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟେରୋଲୋଜିର ଜଣେ ବୈଜ୍ଞାନିକଙ୍କ ସହ ଗ୍ଲୋବାଲ ୱାର୍ମିଂ ଉପରେ ଗବେଷଣା କରିଥିଲେ ଏବଂ ସେମାନଙ୍କ ଆକଳନରେ ପହଞ୍ଚିବାକୁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଥିଲା। ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଗତ ୪ ଦଶନ୍ଧି ମଧ୍ୟରେ ଦେଶରେ ତାପମାତ୍ରା ବୃଦ୍ଧି ପୂର୍ବ-ମୌସୁମୀ ସମୟରେ ପ୍ରତି ଦଶନ୍ଧିରେ ୦.୧ ରୁ ୦.୩ ଡିଗ୍ରୀ ସେଲସିୟସ ଏବଂ ମୌସୁମୀ ପରବର୍ତ୍ତୀ ସମୟରେ ଦଶନ୍ଧିରେ ୦.୨-୦.୪ ଡିଗ୍ରୀ ସେଲସିୟସ ହୋଇଛି। ପଶ୍ଚିମ ହିମାଳୟ ଅଞ୍ଚଳରେ ଦଶନ୍ଧିରେ ୦.୨ରୁ ୦.୫ ଡିଗ୍ରୀ ଏବଂ ଉତ୍ତର-ପୂର୍ବ ଭାରତରେଦଶନ୍ଧିରେ ୦.୧ ରୁ ୦.୪ ଡିଗ୍ର୍ରୀ ସର୍ବାଧିକ ବୃଦ୍ଧି ସହିତ ଦେଶରେ ମୌସୁମୀ ପରବର୍ତ୍ତୀ ତାପମାତ୍ରା ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଅକ୍ଟୋବର ଏବଂ ନଭେମ୍ବରରେ ଉତ୍ତର-ପଶ୍ଚିମ ଭାରତ, ଭାରତର ପଶ୍ଚିମ ଉପକୂଳ ଏବଂ ଉପଦ୍ୱୀପ ଭାରତରେ ହାରାହାରି ତାପମାତ୍ରା ଗତ ୪ ଦଶନ୍ଧି ମଧ୍ୟରେ ବର୍ଷକୁ ପ୍ରାୟ ୦.୦୧ ରୁ ୦.୦୩ ଡିଗ୍ରୀ ବୃଦ୍ଧି ପାଇଛି। ଗତ ୪ ଦଶନ୍ଧି ମଧ୍ୟରେ ଡିସେମ୍ବର-ଫେବୃଆରୀ ଅବଧି ମଧ୍ୟରେ ଉତ୍ତର ଭାରତ, ଗଉତ୍ତର-ପଶ୍ଚିମ ଭାରତ, ଭାରତର ପଶ୍ଚିମ ଉପକୂଳ ଏବଂ ଦକ୍ଷିଣ ଦ୍ୱୀପପୁଞ୍ଜ ଭାରତରେ ବର୍ଷକୁ ପ୍ରାୟ ୦.୦୧ ରୁ ୦.୦୨ ଡିଗ୍ରୀ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri