ମାନ୍ଦାରେ ଚାଲିଛି ଶୀତବସ୍ତ୍ର ବ୍ୟବସାୟ

ରାୟଗଡା ଅଫିସ, ୨।୧୧: ସବୁବର୍ଷ ଭଳି ଚଳିତ ବର୍ଷ ଶୀତ ଆରମ୍ଭରୁ ହିଁ ରାୟଗଡ଼ାରେ ଶୀତବଦ୍‌ତ୍ର ପେବାରୀଙ୍କ ଭିଡ଼ ଜମିଲାଣି। କିନ୍ତୁ ଏ ବର୍ଷ ବେପାର ମାନ୍ଦା। ଆଗୁକୁ ଶୀତ ବଢ଼ିବ ସହ ବେପାର ଭଲ ହେବା ଆଶାରେ ଅଛନ୍ତି ବ୍ୟବସାୟୀ।
ବ୍ଲକ ଅଫିସ ଛକ, ମୁଖ୍ୟ ରାସ୍ତା, ବସ୍‌ଷ୍ଟାଣ୍ଡ ଛକ, ତୃପ୍ତି ହୋଟେଲ ଲେନ୍‌ରେ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରୁ ଶୀତ ବସ୍ତ୍ର ବ୍ୟବସାୟୀମାନେ ଆସି ଷ୍ଟଲ ପକାଇଛନ୍ତି। ଏ ବର୍ଷ ମଧ୍ୟ ଏହି ସବୁ ସ୍ଥାନାରେ ଷ୍ଟଲ ପଡିଛି। ୧୦ ବର୍ଷ ହେଲା ଏହି ବ୍ୟବସାୟୀମାନେ ଏଠାକୁ ଆସି ଷ୍ଟଲ କରି ଜିନିଷ ବିକନ୍ତି। ଏଠାରେ କମ୍ବଳ ୧୫୦ରୁ ଆରମ୍ଭ କରି ୨୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଜ୍ୟାକେଟଗୁଡିକ ମଧ୍ୟ ୫୦୦ ରୁ ୧୦୦୦ ପର୍ଯ୍ୟନ୍ତ ରହିଛି। କିନ୍ତୁ ବିଗତ ବର୍ଷ ତୁଳନାରେ ଏ ବର୍ଷ ବେପାର ମାନ୍ଦା ଥିବା ବ୍ୟବସାୟୀମାନେ କହିଛନ୍ତି। କରୋନା ପରେ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପଡିଛି। ଅନେକ ନିଜର ଚାକିରୀ ହରାଇଛନ୍ତି। ଏବେବ ଯେଉଁମାନେ କିଣିବାକୁ ଆସୁଛନ୍ତିି ସେମାନେ କିଣା ମୂଲ୍ୟଠାରୁ କମ୍‌ରେ ଜିନିଷ ମାଗୁଛନ୍ତି। ସେମାନଙ୍କୁ ଜିନିଷ ଦେଇ ହେଉନାହିଁ। ତେଣୁ ବେପାର ମାନ୍ଦା ଚାଲିଛି ବୋଲି ବ୍ୟବସାୟୀ ଜୁବେର କହିଛନ୍ତି। ଧାର କରି ବ୍ୟବସାୟ ଆରମ୍ଭ କରିଛୁ। ମୂଳ ଟଙ୍କା ଉଠିବ ନା ନାହିଁ ତାହାକୁ ନେଇ ଚିନ୍ତିତ ବୋଲି ବ୍ୟବସାୟୀ ନଦିମ କହିଛନ୍ତି। ପୂର୍ବରୁ ଦୋକାନ ପିଛା ଦୀପାବଳି ମଧ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ୱ ବ୍ୟବସାୟ ହେଉଥିଲା। ହେଲେ ଏବେ ଦୀପାବଳି ସରିଗଲା ପରେ ମଧ୍ୟ ବେପାର ଆରମ୍ଭ ହୋଇ ନଥିବା କହିଛନ୍ତି ବ୍ୟବସାୟୀ। କରୋନା ପୂର୍ବରୁ ୧ ଦୋକାନ ପିଛା ୩ ଲକ୍ଷ ୫୦ ହଜାର ହେଉଥିଲା। ଥଣ୍ଡା ବଢିଲେ ବ୍ୟବସାୟ ବଢିବ ବୋଲି ବ୍ୟବସାୟୀମାନେ ଆଶୟୀ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri