ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୦…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୨୭ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଡିସିର ଅଧିନାୟକ ରିଷଭ ପନ୍ତ ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା।

ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୯ ରନ୍‌ କରିଛି। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୦ ରନ୍‌ ରହିଛି।

ଆର୍‌ସିବି ପକ୍ଷରୁ ଗ୍ଲେନ୍‌ ମାକ୍ସ୍‌ ଓ୍ବେଲ୍‌ ୩୪ ବଲ୍‌ରେ ୫୫ ରନ୍‌ କରିଥିଲେ। ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ ୧୧ ବଲ୍‌ରେ ୮ ରନ୍‌ କରିଥିବାବେଳେ ଅନୁଜ ରାଓ୍ବତ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ। ଦିନେଶ କାର୍ତ୍ତିକ ୩୪ ବଲ୍‌ରେ ୬୬ ରନ୍‌ କରିଥିବାବେଳେ ଶାହବାଜ୍‌ ଅହମ୍ମଦ୍‌ ୨୧ ବଲ୍‌ରେ ୩୨ ରନ୍‌ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri