ଚାଷୀଙ୍କୁ ଭରସା ପବନଚାଳିତ ଶବ୍ଦଯନ୍ତ୍ର

ମହାକାଳପଡ଼ା,୨୨ା୩(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ବ୍ଲକ ମହାକାଳପଡ଼ା ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବରଜ ବାହାକୁଦ ଗ୍ରାମର ଆମ୍ବଷୋଳଠାରେ କେତେଜଣ ଚାଷୀ ଖରାଦିନିଆ ଡାଳୁଅ ଧାନ ସହ ପନିପରିବା ଚାଷ କରିଛନ୍ତି। ବୁଲା ଗୋରୁ, ବନ୍ୟଜନ୍ତୁ, ପକ୍ଷୀଙ୍କ ଅବାଧ ପ୍ରବେଶରୁ ଚାଷକୁ ରକ୍ଷା ପାଇଁ ଏକ ଅଭିନବ ପ୍ରୟାସ କରିଥିବା ଦେଖିବାକୁ ମିଳିଛି। ଯଶବନ୍ତ ଦେ ନାମକ ଚାଷୀ ନିଜସ୍ବ ଜ୍ଞାନ କୌଶଳ ଖଟାଇ ପବନଚାଳିତ ଶବ୍ଦ ଓ ଲାଇଟ୍‌ ଯନ୍ତ୍ର ତିଆରି କରିଛନ୍ତି। ଯନ୍ତ୍ର ତିଆରି କରିବାରେ ୧୫୦୦ ଟଙ୍କା ଖର୍ଚ୍ଚ ହୋଇଛି। କେତେକ ଅଦରକାରୀ ବିଦ୍ୟୁତ୍‌ ଯନ୍ତ୍ରପାତିର ବିଭିନ୍ନ ପାର୍ଟକୁ ସଂଗ୍ରହ କରି ମୋଟର ବେରିଂ, ଲାଇଟ୍‌ ଓ ସାଇକେଲ ବେଲ୍‌ ଲଗାଯାଇଛି। ଦିନରେ ପବନର ବେଗକୁ ନେଇ ପଙ୍ଖା ଘୂରିବା ସହ ଲାଗିଥିବା ବେଲ୍‌ ଶବ୍ଦ ସୃଷ୍ଟି କରିଥାଏ। ଯେତେ ଜୋରରେ ପଙ୍ଖା ଘୂରିବ ସେତେ ଅଧିକ ଶବ୍ଦ ହେବ। ଫଳରେ ବୁଲା ଗୋରୁ, ପକ୍ଷୀ ଆଦି ଜନ୍ତୁ ଚାଷଜମିରେ ଫସଲ ଖାଇବାକୁ ଆସୁଥିବା ସମୟରେ ଯନ୍ତ୍ରରୁ ଉତ୍ପନ୍ନ ଶବ୍ଦ ଶୁଣି ଦୂରେଇ ଯାଉଥିବା ଚାଷୀ ଦେ କହିଛନ୍ତି। ରାତିରେ ଚାଷଜମି ନିକଟସ୍ଥ କାଜୁ ଜଙ୍ଗଲରୁ ବାର୍‌ହା, ହରିଣ, ମୂଷା ଆସି ଫସଲ ଖାଇବା ସହ ନଷ୍ଟ କରି ଦେଉଥିଲେ। ଏହି ସୂକ୍ଷ୍ମ ଉପାୟରେ ନିର୍ମିତ ଯନ୍ତ୍ର ରାତିରେ ଲାଇଟ କରୁଥିବାରୁ ଜଙ୍ଗଲୀ ଜୀବଜନ୍ତୁ ଆସୁ ନ ଥିବାରୁ ଫସଲ ଆଉ ଆଗଭଳି ନଷ୍ଟ ହେଉନାହିଁ। ଏଥିଯୋଗୁ ଚାଷୀମାନଙ୍କୁ ରାତିରେ ଫସଲକୁ ଆଉ ଜଗିବାକୁ ପଡୁନାହିଁ। ବରଜ ବାହାକୁଦ ଗ୍ରାମର ଯୁତି ରାମ ଦେ, ପ୍ରଦୀପ ଦେ, ବଇ ସାମଲଙ୍କ ସମେତ ଅନେକ ଚାଷୀ ଏହି ବିକଳ୍ପ ଆପଣେଇଛନ୍ତି। ସେହିପରି ଏହି ଗ୍ରାମର କେତେକ ଖରିବାଡିରେ ଚାଷଜମିରେ ଏହି ଯନ୍ତ୍ର ବସାଇବାକୁ ଚାଷୀମାନେ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri