ଯୁଦ୍ଧରେ ଜିତିବୁ ଅବା ପୃଥିବୀ ଧ୍ୱଂସ ହେବ: ପୁଟିନଙ୍କ ନିକଟତମ ବ୍ୟକ୍ତିଙ୍କ ଦାବି…

ମସ୍କୋ,୧୭।୧୨ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ଜଣେ ବ୍ୟକ୍ତି ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଏକ ବଡ଼ ଦାବି କରିଛନ୍ତି। ପୁଟିନଙ୍କ ପ୍ରମୁଖ ସହାୟକ ଆଲେକ୍ସଜାଣ୍ଡାର୍‌ ଡୁଗିନ କହିଛନ୍ତି ଯେ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧରେ ମସ୍କୋ ଜିତିବ ନଚେତ ବିଶ୍ୱ ଧ୍ୱଂସ ହେବ। ଏକ ଚ୍ୟାନେଲ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।

ଡୁଗିନ କହିଛନ୍ତି, ଦୁଇଟି ସମ୍ଭାବନା ଅଛି। ପ୍ରଥମେ, ଆମେ ଜିତିବା ପରେ ଯୁଦ୍ଧ ଶେଷ ହେବ। ଯଦିଓ ଏହା ସହଜ ନୁହେଁ। ସେହିପରି ଦ୍ୱିତୀୟ ସମ୍ଭାବନା ହେଉଛି ଏହି ଯୁଦ୍ଧ ଜଗତର ଶେଷ ସହିତ ଶେଷ ହେବ। ଆମେ ଜିତିବୁ, ଅବା ପୃଥିବୀ ଧ୍ୱଂସ ହେବ ଏହା ହିଁ ଯୁଦ୍ଧର ଶେଷ ପରିଣତି।

ଡୁଗିନ ପୁଟିନଙ୍କ ଗୁରୁ ତଥା ପରାମର୍ଶଦାତା କୁହାଯାଇଥାଏ। ସେ ପୁଟିନଙ୍କ ମସ୍ତିଷ୍କ ଭାବରେ ମଧ୍ୟ ଜଣାଶୁଣା। ତାଙ୍କ ଅନୁସାରେ ଯୁଦ୍ଧ ଶେଷରେ ଆମେ ବିଜୟ ବ୍ୟତୀତ ଅନ୍ୟ କୌଣସି ସମାଧାନକୁ ସହ୍ୟ କରିବୁ ନାହିଁ ଏବଂ ଏଥିପାଇଁ ଆମର ସମସ୍ତ ଲୋକ, ଆମ ଦେଶ, ଆମର ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସହମତ।

ୟୁକ୍ରେନ ଆତଙ୍କବାଦୀଙ୍କ ହାତରେ ତାଙ୍କ ଝିଅର ମୃତ୍ୟୁକୁ ସ୍ମରଣ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡୁଗିନ ଏହା କହିଛନ୍ତି। ଯଦି ଆତଙ୍କବାଦୀ ଆକ୍ରମଣରେ ତାଙ୍କୁ ହତ୍ୟା କରାଯାଇ ନଥାନ୍ତା ତେବେ ଡୁଗିନଙ୍କ ଝିଅ ମାରିଆଙ୍କୁ ଆଜି ୩୦ ବର୍ଷ ହୋଇଥାନ୍ତା। ଝିଅର ମୃତ୍ୟୁ ଉପରେ ଭାବପ୍ରବଣ ଡୁଗିନ କହିଛନ୍ତି ଯେ ଯଦି ଆତଙ୍କବାଦୀମାନେ ଝିଇ ବଦଳରେ ମୋତେ ମାରିବାକୁ ଚାହାଁନ୍ତି, ତେବେ ମୁଁ ଦୁଇଥର ମରିବାକୁ ପସନ୍ଦ କରିଥାନ୍ତି।

ସେ କହିଛନ୍ତି ଯେ ଏହି ଯୁଦ୍ଧ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ନୁହେଁ। ଏହା ଦୁଇ ଦେଶ ମଧ୍ୟରେ କିମ୍ବା ରୁଷିଆ ଏବଂ ସାମୁହିକ ପାଶ୍ଚାତ୍ୟ ମଧ୍ୟରେ ଲଢ଼େଇ ବିଷୟରେ ନୁହେଁ । ମୁଖ୍ୟ ସଂଗ୍ରାମ ହେଉଛି ମଣିଷ ଏବଂ ମନ୍ଦ ଶକ୍ତି, ଯାହା ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସଂସ୍କୃତି ଏବଂ ପ୍ରତ୍ୟେକ ବ୍ୟକ୍ତି ଉପରେ ଆକ୍ରମଣ କରେ ଏବଂ ଏହି କଳା ଶକ୍ତି ଆତ୍ମା, ସତ୍ୟକୁ ନଷ୍ଟ କରିବାକୁ ଚାହୁଁଛି । ଏହାକୁ ପାରମ୍ପାରିକ ଜ୍ଞାନ ଏବଂ ମିଥ୍ୟା ଖବର ସହିତ ବଦଳାଇବାକୁ ଚାହୁଁଛନ୍ତି ।

ଡୁଗିନ କହିଛନ୍ତି- ଯୁଦ୍ଧ ହେଉଛି ୟୁନିପୋଲାର୍‌ ବିଶ୍ୱ କ୍ରମାଙ୍କ ବିରୁଦ୍ଧରେ ମଲ୍ଟିପୋଲାର୍‌ ୱାଲର୍‌ଡ ଅର୍ଡର। ଏହା ରୁଷିଏ, ୟୁକ୍ରେନ କିମ୍ବା ୟୁରୋପ ବିଷୟରେ କିଛି ନୁହେଁ, ଏହା ପାଶ୍ଚାତ୍ୟ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ଏହା ହେଉଛି ଆଧିପତ୍ୟ ବିରୁଦ୍ଧରେ ମାନବିକତାର ଯୁଦ୍ଧ। ସ୍ବତନ୍ତ୍ର ସାମରିକ ଅପରେଶନର ଅନେକ ନକାରାତ୍ମକ ଦିଗ ଅଛି। ମୁଁ ମୋ ଦେଶ, ମୋର ରାଷ୍ଟ୍ରପତି ଏବଂ ମୋର ଲୋକଙ୍କୁ ସମର୍ଥନ କରୁଛି ଯେଉଁମାନେ ବହୁ ଧ୍ରୁବୀୟ ଦୁନିଆରେ ନ୍ୟାୟ ଏବଂ ଶାନ୍ତି ପାଇଁ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri