ଅଧ୍ୟକ୍ଷ ପଦରୁ ହଟିବେ କି ଧନକର, ନବୀନ କରିବେ ଖେଳ!

ନୂଆଦିଲ୍ଲୀ,୧୦।୧୨: ଚଳିତ ଶୀତକାଳୀନ ଅଧିବେଶନକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ସ୍ଥିତି ଏପରି ହୋଇଛି ଯେ, ବିରୋଧୀ ମେଣ୍ଟ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଧନକରଙ୍କୁ କେବଳ ତାଙ୍କୁ ଅଧ୍ୟକ୍ଷ ପଦରୁ ନୁହେଁ ଉପ ରାଷ୍ଟ୍ରପତି ପଦରୁ ମଧ୍ୟ ହଟାଇବାକୁ ବଡ଼ ପ୍ଲାନ କରୁଛନ୍ତି।

ତେବେ ଏହି ନୋଟିସ୍‌ରେ ରାଜ୍ୟ ସଭାର ସବୁ ବିରୋଧୀ ଦଳ ପ୍ରାୟ ୭୦ଜଣ ଏମପିଙ୍କ ଦସ୍ତଖତ ରହିଛି। ଯେଉଁଥିରେ କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ଛୋଟ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛି। କିନ୍ତୁ ବିରୋଧୀଙ୍କ ଏହି ରଣନୀତି ଫେଲ୍‌ ମାରିପାରେ ବୋଲି କୁହାଯାଉଛି। କାରଣ ରାଜ୍ୟ ସଭାରେ କେବଳ ଏନଡିଏର ୧୧୫ରୁ ଅଧିକ ଏମପି ଅଛନ୍ତି। ଏଭଳି ପରିସ୍ଥିତିରେ ବିରୋଧୀ କେତେ ସଫଳ ହେବେ ତାକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ବିଭିନ୍ନ ଆକଳନ କରୁଛନ୍ତି।

ଯଦି ସମ୍ବିଧାନର ଧାରା ୬୭(ବି) କୁ ଆଲୋଚନା କରାଯାଏ ତେବେ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ୧୪ ଦିନର ନୋଟିସ୍‌ ଦେବାକୁ ପଡିଥାଏ। ଏଥିସହ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଥିବା ନିହାତି ଆବଶ୍ୟକ। କିନ୍ତୁ ସଂଖ୍ୟା ଗଣିତକୁ ଦେଖିଲେ ବିରୋଧୀଙ୍କ ପକ୍ଷରେ ଏହା ଅସମ୍ଭବ ବୋଲି ମନେ ହେଉଛି। ତଥାପି କଂଗ୍ରେସ ଏବଂ ଅନ୍ୟ ସହଯୋଗୀ ଦଳ ବିଶ୍ୱାସ କରୁଛନ୍ତି ଯେ, ଏପରି କରିବା ଦ୍ୱାରା ଇଣ୍ଡିଆ ମେଣ୍ଟ ମଜବୁତ ହେବ କିନ୍ତୁ ବର୍ତ୍ତମାନ ସ୍ଥିତିରେ ଦୁଇଟି ଗୃହରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ୍ଷେତ୍ରରେ କିଛି ବଡ଼ ଗେମ୍‌ ଖେଳିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ବିଜେଡି ପାଖରେ ଏବେ ରାଜ୍ୟ ସଭାରେ ୭ଜଣ ସଦସ୍ୟ ଅଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏହି ପଦରୁ ହଟାଇବା ପାଇଁ ଅତି କମ୍‌ରେ ୫୦ଜଣ ସଦସ୍ୟଙ୍କ ଦସ୍ତଖତ ହେବା ଆବଶ୍ୟକ। କିନ୍ତୁ ଏହି ପ୍ରସ୍ତାବରେ ବର୍ତ୍ତମାନ ୭୦ଜଣ ଦସ୍ତଖତ କରିଛନ୍ତି। ଏହି ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସଭାରେ ଉପସ୍ଥାପନ ହୋଇଛି। ଏଠାରେ ପାରିତ ହେବା ପରେ ଏହା ଲୋକ ସଭାରେ ଉପସ୍ଥାପନ ହେବ। ଚଳିତ ବର୍ଷ ଅଗଷ୍ଟରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଧନକରଙ୍କୁ ପଦରୁ ହଟାଇବା ଏହି ନିଷ୍ପତ୍ତି ନେଇଥିଲେ।

ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଇଣ୍ଡିଆ ମେଣ୍ଟର ସମ୍ଭାବ୍ୟ ପଦକ୍ଷେପ ଉପରେ ତାଙ୍କ ଦଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ତେବେ ନବୀନ ଏଯାଏଁ ସ୍ପଷ୍ଟ କରିନାହାଁନ୍ତି ଯେ ଯଦି ସେ ଏହାକୁ ସମର୍ଥନ କରିବେ କି ନାହିଁ। ରାଜ୍ୟ ସଭାରେ ବିଜେଡିର ୭ଜଣ ସଦସ୍ୟଙ୍କୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। କାରଣ ରାଜ୍ୟ ସଭାରେ ବିରୋଧୀ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri