ଟ୍ରମ୍ପଙ୍କ ଭାରତକୁ ଧମକ: ରୁଷିଆରୁ ତେଲ କିଣିବା ପାଇଁ କରିବେ ଟାରିଫ୍‌ ବୃଦ୍ଧି

ନୂଆଦିଲ୍ଲୀ,୪।୮: ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ରୁଷିଆରୁ ‘ପ୍ରଚୁର ପରିମାଣରେ’ ତେଲ କିଣୁଥିବା ଅଭିଯୋଗ କରି ଭାରତ ବିରୋଧରେ ଟାରିଫ୍‌ (ଶୁଳ୍କ) ବୃଦ୍ଧି କରିବାକୁ ଧମକ ଦେଇଛନ୍ତି।

ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, “ଭାରତ କେବଳ ରୁଷିଆରୁ ପ୍ରଚୁର ପରିମାଣରେ ତେଲ କିଣୁନାହିଁ, ସେମାନେ ଏହି ଟେଲର ଅଧିକାଂଶ ଖୋଲା ବଜାରରେ ବିକ୍ରି କରି ବଡ଼ ଲାଭ କରୁଛନ୍ତି। ୟୁକ୍ରେନରେ ରୁଷୀୟ ଯୁଦ୍ଧ ଯନ୍ତ୍ର ଦ୍ୱାରା କେତେ ଲୋକ ମରୁଛନ୍ତି, ତାହା ସେମାନେ ଚିନ୍ତା କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଁ ଭାରତ ଯୁକ୍ତରାଷ୍ଟ୍ରକୁ ଦେଉଥିବା ଟାରିଫ୍‌କୁ ନିଶ୍ଚିତ ଭାବେ ବୃଦ୍ଧି କରିବି।”

ଏହା ପୂର୍ବରୁ ଶୁକ୍ରବାର (୧ ଅଗଷ୍ଟ) ଟ୍ରମ୍ପ ଭାରତୀୟ ରିଫାଇନାରୀଗୁଡ଼ିକ ରୁଷିଆରୁ ତେଲ କିଣା ବନ୍ଦ କରିଥିବା ଗଣମାଧ୍ୟମ ରିପୋର୍ଟକୁ ସ୍ୱାଗତ କରିଥିଲେ। କିନ୍ତୁ କିଛି ଘଣ୍ଟା ପରେ ଭାରତ ସରକାରୀ ସୂତ୍ର ଏହି ରିପୋର୍ଟକୁ ଖଣ୍ଡନ କରି କହିଥିଲେ ଯେ, ଭାରତର ଶକ୍ତି ଆମଦାନୀ ବଜାର ଶକ୍ତି ଓ ଜାତୀୟ ସ୍ୱାର୍ଥ ଦ୍ୱାରା ପରିଚାଳିତ ହୁଏ। ସୂତ୍ର ଅନୁଯାୟୀ, “ଭାରତୀୟ ତେଲ କମ୍ପାନୀଗୁଡ଼ିକ ରୁଷିଆରୁ ତେଲ ଆମଦାନୀ ବନ୍ଦ କରିଥିବା କୌଣସି ରିପୋର୍ଟ ସରକାରଙ୍କ ପାଖରେ ନାହିଁ।”

ଟ୍ରମ୍ପ ପ୍ରଶାସନ ଭାରତର ରୁଷିଆରୁ ତେଲ ଆମଦାନୀ ଓ ଦୀର୍ଘଦିନର ବାଣିଜ୍ୟ ପ୍ରତିବନ୍ଧକକୁ କାରଣ ଦର୍ଶାଇ ଅଗଷ୍ଟ ୧ରୁ ଭାରତ ବିରୋଧରେ ୨୫ ପ୍ରତିଶତ ଟାରିଫ୍‌ ସହ ଅତିରିକ୍ତ ଜୋରିମାନା ଲାଗୁ କରିଛି। ଏହି ନୂଆ ଟାରିଫ୍‌ ବୃଦ୍ଧି ଭାରତ-ଯୁକ୍ତରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ଆହୁରି ଜଟିଳ କରିପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ନୀତିନ ନବୀନ କହିଲେ ରାଜନୀତି ଲଙ୍ଗ ମାରାଥନ, ଏଠି ସ୍ପିଡ ନୁହେଁ ଷ୍ଟାମିନାର ଟେଷ୍ଟ ହୋଇଥାଏ

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ପ୍ରଥମ ଥର ପାଇଁ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri