Posted inଜାତୀୟ

‘ଆମକୁ ଟଙ୍କା ଦେଲେ ଆଦାନୀ-ଅମ୍ବାନୀଙ୍କ ଉପରେ ଆକ୍ରମଣ ବନ୍ଦ କରିଦେବୁ…’: ନୂଆ ବିବାଦ ସୃଷ୍ଟି କଲା କଂଗ୍ରେସ ନେତାଙ୍କ ବୟାନ, ଭାଜପା ଦେଲା ପ୍ରତିକ୍ରିୟା

ଭୁବନେଶ୍ୱର,୧୨।୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ରବିବାର ଏକ ବଡ଼ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି “ଯଦି ସେମାନେ ଟଙ୍କା ଦିଅନ୍ତି ତେବେ ଆଦାନୀ-ଅମ୍ବାନୀ ଉପରେ ଆକ୍ରମଣ ବନ୍ଦ କରିବେ”। ଅଧୀରଙ୍କ ଏହି ମନ୍ତବ୍ୟର କିଛି ସମୟ ପରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ଉପରେ ଆକ୍ରମଣ କରି କହିଛି ଯେ ଦଳର କାର୍ଯ୍ୟକଳାପ “ରାଜନୈତିକ ଚୋରୀ” ଛଡା ଆଉ କିଛି ନୁହେଁ।

କଂଗ୍ରେସର ଦୁର୍ନୀତିକୁ ଅଧୀର ରଂଜନ ଚୌଧୁରୀ ପ୍ରକାଶ କରୁଥିବା ଦର୍ଶାଇ ଭାଜପା ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ୩୩ ସେକେଣ୍ଡର କ୍ଷୁଦ୍ର ଭିଡିଓ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ଲୋକସଭାରେ ବିରୋଧୀ ଦଳର ନେତା ଭାରତୀୟ ବ୍ୟବସାୟ ଟାଇକୁନ୍ ଉପରେ ଆକ୍ରମଣ କରୁଥିବା କଥା ଶୁଣିବାକୁ ମିଳିଥିଲା।

ଭିଡିଓରେ କହୁଛନ୍ତି ଯେ ଯଦି ସେମାନେ ଟଙ୍କା ପଠାଇବା ଆରମ୍ଭ କରନ୍ତି ତେବେ ଅମ୍ବାନୀ ଏବଂ ଆଦାନୀଙ୍କ ନାମ ଉଲ୍ଲେଖ କରିବା କଂଗ୍ରେସ ବନ୍ଦ କରିବ। “ଆମେ ସେମାନଙ୍କୁ ଆକ୍ରମଣ କରୁ କାରଣ ସେମାନେ ଆମକୁ ଟଙ୍କା ପଠାନ୍ତି ନାହିଁ। ଯଦି ସେମାନେ ପଠାନ୍ତି, ତେବେ ଆମେ ଚୁପ୍ ରହିବୁ ବୋଲି କଂଗ୍ରେସ ନେତା ଏକ ସାମ୍ବାଦିକଙ୍କୁ ଦେଇଥିବା ସାକ୍ଷାତକାରରେ ଏକ ମଜାଳିଆ ଅନ୍ଦାଜରେ କହିଛନ୍ତି।

ତେବେ ନିକଟରେ ତେଲେଙ୍ଗାନାର କରିମନଗରରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ “ଅମ୍ବାନୀ-ଆଦାନୀ” ବିରୋଧରେ କହିବା କାହିଁକି ବନ୍ଦ କରି ଦେଇଛନ୍ତି ଏବଂ ବିରୋଧୀଦଳର ନେତା “କେତେ କଳା ଟଙ୍କା” ପାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଥ୍ୟାଙ୍କ ୟୁ ପାକିସ୍ତାନ…’, ଭାରତ ସହ ଖେଳିବାକୁ ମନା କଲା ପାକ୍‌, ଖୁସିରେ ନାଚି ଉଠିଲା ବାଂଲାଦେଶ!

ନୂଆଦିଲ୍ଲୀ,୬।୨: ବାଂଲାଦେଶ ଏବଂ ପାକିସ୍ତାନ ଟି-୨୦ ବିଶ୍ୱକପରେ ଭାରତ ବିରୁଦ୍ଧରେ ଚୁପଚାପ ଏକତ୍ରିତ ହୋଇଥିଲେ। ଏହା ଏବେ ସାମ୍ନାକୁ ଆସିଛି। ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ ନଜରୁଲ…

‘ପରୀକ୍ଷା ପେ ଚର୍ଚ୍ଚା’: ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ,୬।୨: ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣ ଆରମ୍ଭ ହୋଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହ…

ଶହ ଶହ କାଉଙ୍କ ମଡ଼କ, ବାର୍ଡ ଫ୍ଲୁ ଆତଙ୍କ

ଚେନ୍ନାଇ,୬।୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶହ ଶହ କାଉଙ୍କ ମୃତ୍ୟୁକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ପକ୍ଷୀମାନଙ୍କ ମୃତ୍ୟୁ…

ପଞ୍ଜାବରେ ପୁଣି ରାଜନୈତିକ ହତ୍ୟାକାଣ୍ଡ: ଆପ୍ ନେତା ଲକି ଓବରାଏଙ୍କୁ କାର ଭିତରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୬।୨: ପଞ୍ଜାବର ଜଲନ୍ଧରରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ ଆଦମୀ ପାର୍ଟି (ଆପ୍)ର ଜଣେ ପ୍ରମୁଖ ନେତା ଲକି ଓବରାଏଙ୍କୁ ଦିନଦ୍ୱିପ୍ରହରରେ ଗୁଳି କରି ହତ୍ୟା…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri