Posted inଜାତୀୟ

ପଶ୍ଚିମବଙ୍ଗରେ ଅସ୍ତ୍ର ହେବ କି ଏସ୍‌ଆଇଆର୍‌

କୋଲକାତା,୨୦।୧୧: ବିହାର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ସବୁଠୁ ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଭା ହୋଇଛନ୍ତି। ମୋଦି ବିହାର ଫଳାଫଳକୁ ପଶ୍ଚିମବଙ୍ଗରେ ଦୋହରାଇବା ପାଇଁ ଆଶାବାଦୀ, ଯାହାକି ତାଙ୍କ ବିଜୟ ଅଭିଭାଷଣରେ ପ୍ରକାଶ କରିଥିଲେ। ଗତ ୧୪ରେ ମୋଦି ଦଳୀୟ ନେତା ଓ କର୍ମୀଙ୍କୁ କହିଥିଲେ, ଏବେ ପଶ୍ଚିମବଙ୍ଗ ପାଳି। ଗଙ୍ଗା ବିହାରରୁ ପଶ୍ଚିମବଙ୍ଗକୁ ପ୍ରବାହିତ ହେବା ଭଳି ଭାଜପା ବିଜୟର ସ୍ରୋତ ପଶ୍ଚିମବଙ୍ଗକୁ ବାଟ କଢ଼ାଇଛି। ସମସ୍ତେ ମିଳିମିଶି ପଶ୍ଚିମବଙ୍ଗରୁ ମଧ୍ୟ ‘ଜଙ୍ଗଲରାଜ’କୁ ହଟାଇବା ବେଳ ଆସିଛି।
୨୦୨୬ ମାର୍ଚ୍ଚ-ଏପ୍ରିଲ ଆଡ଼କୁ ବିଧାନସଭାର ୨୯୪ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଗତ ନିର୍ବାଚନରେ ଟିଏମ୍‌ସି ୨୨୫ ଆସନ ଦଖଲ କରିଥିବାବେଳେ ଭାଜପାର ୬୫ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ମଧ୍ୟ ନିର୍ବାଚନ କମିଶନ (ଇସି) ନଭେମ୍ବର ୪ରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚଳାଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ନେଇ ଉଲ୍ଲସିତ ରାଜ୍ୟ ଭାଜପା ସଭାପତି ଶ୍ରମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ପଶ୍ଚିମବଙ୍ଗରୁ ବେଆଇନ ବାଂଲାଦେଶୀଙ୍କୁ ହଟାଇବା ଆମ ଲକ୍ଷ୍ୟ। ଭାଜପା ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ହରାଇଛି। ହରିୟାଣା, ମହାରାଷ୍ଟ୍ର ଓ ବିହାର ବିଜୟ ପରେ ପରବର୍ତ୍ତୀ ଟାର୍ଗେଟ ପଶ୍ଚିମବଙ୍ଗ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସପ୍ତାହେ ତଳେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାୟଳକୁ ଯାଇ ୫ ନିର୍ବାଚନମଣ୍ଡଳୀରେ ଥିବା ୧୩.୨୫ ଲକ୍ଷ ଜାଲ୍‌ ଭୋଟରଙ୍କ ତାଲିକା ସମ୍ବଳିତ ଏକ ପେନ୍‌ଡ୍ରାଇଭ୍‌ ପ୍ରଦାନ କରିଛନ୍ତି। ସିଇଓ ମନୋଜ କୁମାର ଅଗ୍ରଓ୍ବାଲ ପୂରଣ ହୋଇଥିବା ସମସ୍ତ ଫର୍ମ ମାସକ ମଧ୍ୟରେ ସଂଗ୍ରହ ପାଇଁ ଜିଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଭୋଟର ତାଲିକାରୁ ଭାଜପା ଦାବି କରୁଥିବା ଜାଲ୍‌ ଭୋଟରଙ୍କ ନାମ କଟାଗଲେ ଏସ୍‌ଆଇଆର୍‌କୁ ନେଇ ବିବାଦ ଆହୁରି ବଢ଼ିପାରେ। କିନ୍ତୁ ରାଜନୈତିକ ବିଶ୍ଳେଷକଙ୍କ ମତରେ ପଶ୍ଚିମବଙ୍ଗ ବିହାର ନୁହେଁ, ଯେ ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ଭଳି ଟିଏମ୍‌ସି ନେତ୍ରୀ ମମତାଙ୍କୁ ଭାଜପା ଏତେ ସହଜରେ ଧରାଶାୟୀ କରିଦେବ। ମମତା ଏସ୍‌ଆଇଆର୍‌କୁ ‘ଭୋଟବନ୍ଦୀ’ ଆଖ୍ୟାଦେଇ ମତଦାତାଙ୍କ ଅଧିକାରକୁ କୌଣସି ପ୍ରକାରେ ସୁରକ୍ଷିତ କରିବେ ବୋଲି କହିଛନ୍ତି। ଏଥିସହ ବିହାର ଭଳି ଏସ୍‌ଆଇଆର୍‌ ତାଙ୍କ ରାଜ୍ୟରେ କରାଇଦେବେ ନାହିଁ ବୋଲି ମମତା କଡ଼ା ବିରୋଧ କରିଛନ୍ତି। ପୂର୍ବରୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ବିରୋଧ କରିଆସୁଥିବା ଟିଏମ୍‌ସି ପଶ୍ଚିମବଙ୍ଗରେ ଜଣେ ହେଲେ ଭୋଟର ଯେପରି ବାଦ୍‌ ନ ପଡ଼ିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛି। ଏସ୍‌ଆଇଆର୍‌ ପ୍ରକ୍ରିୟା ଜାରି ରହିଥିବାବେଳେ ପରିଚୟପତ୍ର ଦସ୍ତାବିଜ ଦାଖଲ କରି ନ ପାରି ୧୦ରୁ ଅଧିକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଟିଏମ୍‌ସି ଅଭିଯୋଗ କରିଆସୁଛି। ଯେଉଁ ଦେଶରେ ଶୀର୍ଷ ନେତା ନିଜ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଦେଖାଇପାରୁନାହାନ୍ତି, ସେଠି ଗରିବ ଲୋକଙ୍କୁ ଜଟିଳ ଦସ୍ତାବିଜ ମାଗିବା କେତେ ଯୁକ୍ତିଯୁକ୍ତ ବୋଲି ଟିଏମ୍‌ସି ଏମ୍‌ପି ସାଗରିକା ଘୋଷ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri