ଶେଖ ହାସିନାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ! ବାଲାଂଦେଶରେ ଏଭଳି ଭାବେ ଚାଲିଛି ରୀତିମତ ଯୋଜନା

ଢାକା,୧।୬: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ମାସରେ ହୋଇଥିବା ଗଣ ବିଦ୍ରୋହକୁ ଦମନ କରିବା ପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ମାନବତା ବିରୋଧୀ ଅପରାଧ କରିଥିବାର ଆନୁଷ୍ଠାନିକ ଭାବରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛି। ପ୍ରସିକ୍ୟୁସନ ରବିବାର ଚାର୍ଜସିଟ ଦାଖଲ କରିଛି। ଯଦି ଏହି ଅଭିଯୋଗଗୁଡ଼ିକ ପ୍ରମାଣିତ ହୁଏ, ତେବେ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।
ଚାର୍ଜସିଟ୍‌ରେ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ୍‌ କମଲ ଏବଂ ପୂର୍ବତନ ଆଇଜିପି ଚୌଧୁରୀ ମାମୁନଙ୍କୁ ମଧ୍ୟ ଶେଖ ହାସିନାଙ୍କ ସହିତ ସହ-ଅଭିଯୁକ୍ତ କରାଯାଇଛି। ଏହି ମାମଲାକୁ ବାଂଲାଦେଶ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା, ଯାହା ଦ୍ୱାରା ମାମଲାର ସ୍ବଚ୍ଛତା ବଜାୟ ରହିପାରିବ।
ଶେଖ ହାସିନାଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗରେ, ଜୁଲାଇ ଏବଂ ଅଗଷ୍ଟରେ ଦେଶବ୍ୟାପୀ ଘଟିଥିବା ହିଂସା ଏବଂ ତା’ପରେ ପୋଲିସ ଚଢାଉକୁ ଗଣ ହତ୍ୟାର ମୁଖ୍ୟ ପ୍ରରୋଚନାକାରୀ ଭାବରେ ବର୍ଣ୍ଣନା କରାଯାଇଛି। ପୂର୍ବରୁ ମେ ୧୨ ତାରିଖରେ ତଦନ୍ତକାରୀମାନେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ ହସିନା ହତ୍ୟାକାଣ୍ଡର ନିର୍ଦ୍ଦେଶ ଦେଇଥିଲେ ବୋଲି କୁହାଯାଇଥିଲା।
ତେବେ ଯେଉଁ ଟ୍ରିବ୍ୟୁନାଲ ଅଧୀନରେ ଶେଖ ହାସିନାଙ୍କୁ ଅଭିଯୁକ୍ତ କରାଯାଇଛି ତାହା ପାକିସ୍ତାନରୁ ମୁକ୍ତ ହେବା ପରେ ପାକିସ୍ତାନୀ ଯବାନଙ୍କ ବିରୁଦ୍ଧରେ ମାମଲା ଚଳାଇବା ପାଇଁ ଗଠିତ ହୋଇଥିଲା। ଏହି ଟ୍ରିବ୍ୟୁନାଲ ଅଧୀନରେ ଅନେକ ଜମାତ ଏବଂ ବିଏନ୍‌ପି ନେତାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେମାନଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇଥିଲା।
ଶାସନ କ୍ଷମତାରେ ପରିବର୍ତ୍ତନ ପରଠାରୁ ଶେଖ ହସିନା ଭାରତରେ ରହୁଛନ୍ତି। ନିଜ ଦେଶରେ ବିରୋଧ ପ୍ରଦର୍ଶନ ପରେ ସେ ଭାରତ ପଳାଇ ଆସିଥିଲେ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରୁଛି। କିନ୍ତୁ ଭାରତ ଏପରି କୌଣସି ଦାବିର ପ୍ରତି କୌଣସି ପ୍ରତିକ୍ରିୟା ଦେଇନାହିଁ। ଶେଖ ହସିନାଙ୍କ ସମୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ଥିଲା, କିନ୍ତୁ ଏବେ ଉଭୟ ଦେଶ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବାଂଲାଦେଶର ନୂତନ ୟୁନୁସ ସରକାର ଚାଇନା ଏବଂ ପାକିସ୍ତାନ ଆଡକୁ ଢ଼ଳୁଥିବା ବେଳେ ଭାରତ ବାଂଲାଦେଶ ସହିତ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରୁଛି।

Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri