ଶେଖ ହାସିନାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ! ବାଲାଂଦେଶରେ ଏଭଳି ଭାବେ ଚାଲିଛି ରୀତିମତ ଯୋଜନା

ଢାକା,୧।୬: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ମାସରେ ହୋଇଥିବା ଗଣ ବିଦ୍ରୋହକୁ ଦମନ କରିବା ପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ମାନବତା ବିରୋଧୀ ଅପରାଧ କରିଥିବାର ଆନୁଷ୍ଠାନିକ ଭାବରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛି। ପ୍ରସିକ୍ୟୁସନ ରବିବାର ଚାର୍ଜସିଟ ଦାଖଲ କରିଛି। ଯଦି ଏହି ଅଭିଯୋଗଗୁଡ଼ିକ ପ୍ରମାଣିତ ହୁଏ, ତେବେ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।
ଚାର୍ଜସିଟ୍‌ରେ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ୍‌ କମଲ ଏବଂ ପୂର୍ବତନ ଆଇଜିପି ଚୌଧୁରୀ ମାମୁନଙ୍କୁ ମଧ୍ୟ ଶେଖ ହାସିନାଙ୍କ ସହିତ ସହ-ଅଭିଯୁକ୍ତ କରାଯାଇଛି। ଏହି ମାମଲାକୁ ବାଂଲାଦେଶ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା, ଯାହା ଦ୍ୱାରା ମାମଲାର ସ୍ବଚ୍ଛତା ବଜାୟ ରହିପାରିବ।
ଶେଖ ହାସିନାଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗରେ, ଜୁଲାଇ ଏବଂ ଅଗଷ୍ଟରେ ଦେଶବ୍ୟାପୀ ଘଟିଥିବା ହିଂସା ଏବଂ ତା’ପରେ ପୋଲିସ ଚଢାଉକୁ ଗଣ ହତ୍ୟାର ମୁଖ୍ୟ ପ୍ରରୋଚନାକାରୀ ଭାବରେ ବର୍ଣ୍ଣନା କରାଯାଇଛି। ପୂର୍ବରୁ ମେ ୧୨ ତାରିଖରେ ତଦନ୍ତକାରୀମାନେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ ହସିନା ହତ୍ୟାକାଣ୍ଡର ନିର୍ଦ୍ଦେଶ ଦେଇଥିଲେ ବୋଲି କୁହାଯାଇଥିଲା।
ତେବେ ଯେଉଁ ଟ୍ରିବ୍ୟୁନାଲ ଅଧୀନରେ ଶେଖ ହାସିନାଙ୍କୁ ଅଭିଯୁକ୍ତ କରାଯାଇଛି ତାହା ପାକିସ୍ତାନରୁ ମୁକ୍ତ ହେବା ପରେ ପାକିସ୍ତାନୀ ଯବାନଙ୍କ ବିରୁଦ୍ଧରେ ମାମଲା ଚଳାଇବା ପାଇଁ ଗଠିତ ହୋଇଥିଲା। ଏହି ଟ୍ରିବ୍ୟୁନାଲ ଅଧୀନରେ ଅନେକ ଜମାତ ଏବଂ ବିଏନ୍‌ପି ନେତାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେମାନଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇଥିଲା।
ଶାସନ କ୍ଷମତାରେ ପରିବର୍ତ୍ତନ ପରଠାରୁ ଶେଖ ହସିନା ଭାରତରେ ରହୁଛନ୍ତି। ନିଜ ଦେଶରେ ବିରୋଧ ପ୍ରଦର୍ଶନ ପରେ ସେ ଭାରତ ପଳାଇ ଆସିଥିଲେ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରୁଛି। କିନ୍ତୁ ଭାରତ ଏପରି କୌଣସି ଦାବିର ପ୍ରତି କୌଣସି ପ୍ରତିକ୍ରିୟା ଦେଇନାହିଁ। ଶେଖ ହସିନାଙ୍କ ସମୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ଥିଲା, କିନ୍ତୁ ଏବେ ଉଭୟ ଦେଶ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବାଂଲାଦେଶର ନୂତନ ୟୁନୁସ ସରକାର ଚାଇନା ଏବଂ ପାକିସ୍ତାନ ଆଡକୁ ଢ଼ଳୁଥିବା ବେଳେ ଭାରତ ବାଂଲାଦେଶ ସହିତ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରୁଛି।

Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri