Posted inଜାତୀୟ

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ, ଆଉ ପରମାଣୁ ବ୍ଲାକମେଲ୍ ଖାତିର କରିବୁ ନାହିଁ

ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ଗତିବିଧି ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧିତ କରି କଡ଼ା ବାର୍ତା ଦେଇଛନ୍ତି। ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆତଙ୍କବାଦ ଏବଂ ଆଲୋଚନା ଏକାଠି ଚ, ଆତଙ୍କବାଦ ଏବଂ ବାଣିଜ୍ୟ ଏକାଠି ଚାଲିପାରିବ ନାହିଁ। ପାଣି ଏବଂ ରକ୍ତ ମଧ୍ୟ ଏକାଠି ବହିପାରିବ ନାହିଁ।” ସେ ଆହୁରି ଜୋର ଦେଇ କହିଛନ୍ତି, “କୌଣସି ପରମାଣୁ ବ୍ଲାକମେଲ୍ ଭାରତ ସହ୍ୟ କରିବ ନାହିଁ। ଆତଙ୍କୀ ଆକ୍ରମଣର ଜବାବ ଭାରତ ନିଜ ସର୍ତ୍ତରେ ଦେବ ଏବଂ ଏହା ନିଶ୍ଚିତ ରୂପେ ସଠିକ୍ ଓ ନିର୍ଣ୍ଣାୟକ ହେବ।”

ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଆତଙ୍କବାଦକୁ ପୃଷ୍ଠପୋଷଣ କରୁଥିବା ସରକାର ଏବଂ ଆତଙ୍କୀ ସଂଗଠନମାନଙ୍କୁ ଭାରତ ଅଲଗା ଭାବେ ବିଚାର କରିବ ନାହିଁ। “ଆତଙ୍କୀ ଠିକଣାଗୁଡ଼ିକ ଉପରେ ଭାରତ ସଠିକ ଓ ନିର୍ଣ୍ଣାୟକ ପ୍ରହାର କରିବ,” ବୋଲି ସେ ଘୋଷଣା କରିଛନ୍ତି। ଏହା ସହ ସେ ପାକିସ୍ତାନର ପରମାଣୁ ଅସ୍ତ୍ର ବ୍ୟବହାରର ଧମକକୁ “ବ୍ଲାକମେଲ୍” ବୋଲି ଅଭିହିତ କରି ଏହାକୁ ପୂର୍ଣ୍ଣତଃ ଅଗ୍ରାହ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିଲା, ଯାହା ସାମରିକ କାର୍ଯ୍ୟାନୁଷ୍ଠାନରେ ପରିଣତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ଏହି ବକ୍ତବ୍ୟକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଛି, ଯେଉଁଠାରେ ଅନେକ ବ୍ୟବହାରକାରୀ ପ୍ରଧାନମନ୍ତ୍ରୀଙ୍କ ଏହି କଡ଼ା ଅବସ୍ଥାନକୁ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ…

ଆଣ୍ଡ୍ରଏଡ୍ ସ୍କାମ୍ ଉପରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ସାଇବର ଠକେଇ ସତର୍କତା ଜାରି

ନୂଆଦିଲ୍ଲୀ,୩୦।୧: ସାଇବର ଅପରାଧ ବିରୋଧରେ କେନ୍ଦ୍ର ସରକାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‘ୱିଙ୍ଗୋ’ ନାମକ ଏକ ଆଣ୍ଡ୍ରଏଡ୍ ଆପ୍ ଜରିଆରେ ଚାଲିଥିବା ବ୍ୟାପକ ଠକେଇକୁ…

ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ? ମୋଦି ନା ଇନ୍ଦିରା, ଚମକାଇଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୩୦।୧: ଜନତା ପ୍ରାୟତଃ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳର ତୁଳନା କରନ୍ତି। ଇଣ୍ଡିଆ ଟୁଡେ-ସି ଭୋଟରଙ୍କ ‘ମୁଡ ଅଫ…

କାନାଡାକୁ ପୁଣି ଅଡୁଆରେ ପକାଇଲେ ଟ୍ରମ୍ପ, ଦେଲେ ଏମିତି ଧମକ

ଓ୍ବାଶିଂଟନ,୩୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କାନାଡା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ବିମାନ ଚଳାଚଳ କ୍ଷେତ୍ରରେ ଏକ ପ୍ରମୁଖ ଏବଂ ଆକ୍ରମଣାତ୍ମକ…

ମେଦବହୁଳତା ଭାରତ ପାଇଁ ଏକ ବଡ଼ ଆର୍ଥିକ ବିପତ୍ତି: ଅର୍ଥନୈତିକ ସର୍ଭେରେ ଚେତାବନୀ

ନୂଆଦିଲ୍ଲୀ,୩୦।୧: ଦେଶରେ ବଢ଼ୁଥିବା ମେଦବହୁଳତା ସ୍ୱାସ୍ଥ୍ୟ ସହିତ ଭାରତ ପାଇଁ ଏକ ବଡ଼ ‘ଅର୍ଥନୈତିକ ବିପତ୍ତି’ ଭାବେ ଉଭା ହୋଇଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ…

ୟୁରିଆ ଦର ବଢ଼ାଇବାକୁ ପ୍ରସ୍ତାବ; ଚାଷୀଙ୍କୁ ମିଳିପାରେ ସିଧାସଳଖ ସହାୟତା

ନୂଆଦିଲ୍ଲୀ,୩୦।୧: ବଢିବାକୁ ଯାଉଛି ୟୁରିଆ ଦାମ୍। ଦେଶରେ ୟୁରିଆ ସାରର ଅତ୍ୟଧିକ ବ୍ୟବହାର ରୋକିବା ଏବଂ ବଢ଼ୁଥିବା ସବ୍‌ସିଡି ବୋଝକୁ କମ୍ କରିବା ପାଇଁ ଏହାର ଖୁଚୁରା…

ଶିଳ୍ପ ଅଭିବୃଦ୍ଧିରେ ସଂଘବାଦ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦ା୧: ଘରୋଇ ସହାୟକମାନଙ୍କ ନିମନ୍ତେ ଏକ ବିସ୍ତୃତ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବା ସହ ସର୍ବନିମ୍ନ ମଜୁରି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଦାଏର…

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ, ୨୭ କୋଟିରୁ ଅଧିକ ଥିଲେ ଫୋଲର୍ସ

ନୂଆଦିଲ୍ଲୀ,୩୦।୧: ବିଶ୍ୱର ଷ୍ଟାର କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ନିଷ୍କ୍ରିୟ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri