ଗାଦି ଛାଡ଼ିବାକୁ ପଡ଼ିବ

ତ୍ୟେକ ମଣିଷ ପ୍ରକାରାନ୍ତରେ ଜଣେ ଜଣେ ଉପଭୋକ୍ତା। ଜଣେ ଉପଭୋକ୍ତା ହିସାବରେ ସେ ଚାହେଁ ବଜାରରୁ ଜିନିଷଟିଏ ବାଛିଲା ବେଳେ ବା କିଣିଲା ସମୟରେ ଜମା ଠକାମିରେ ନ ପଡୁ। ଯଦି ଆମେ କିଛି କିଣୁ ଓ ଭୁଲ୍‌ରେ ଖରାପ ଜିନିଷଟିଏ ଆମ କପାଳରେ ଜୁଟେ ଆମେ ତାକୁ ଦୋକାନରେ ଫେରେଇବା ଯାଏ କଥା ଯାଏ। ବେଳେବେଳେ ସେଥିପାଇଁ ପାଟିତୁଣ୍ଡ, ଗଣ୍ଡଗୋଳ ଯାଏ କଥା ଯାଏ। ଆଜିକାଲି ଅନ୍‌ଲାଇନରେ ଅନେକ ଜିନିଷର ନେଣଦେଣ, କାରବାର ହେଉଛି। ପ୍ରତ୍ୟେକଟି ସାମଗ୍ରୀ କିଣିବା ଆଗରୁ ଗ୍ରାହକ ଦେଖୁଛି ସେଥିରେ ରିଟର୍ନ ଅପ୍ସନ ଅଛି କି ନାହିଁ। ବଜାର କଥା ଛାଡ଼ ଘର ପରିବାରରେ ମଧ୍ୟ ବାହାଘର ବେଳେ ଆମେ ଭଲ ବୋହୂଟିଏ ବା ଜ୍ୱାଇଁଟିଏ ପାଇଁ କେତେ ବଛାବଛିକରୁ। ବେଳେବେଳେ ପରେ ଯେତେବେଳେ ଜଣାପଡ଼େ ବୋହୂଟି ବା ଜ୍ୱାଇଁଟିର ଚାରିତ୍ରିକ ବା ଅନ୍ୟ କିଛି ଦୋଷ ଅଛି, ପୁଅଘର ବୋହୂଟିକୁ ବାପଘରକୁ ପଠେଇବାର ନଜିର ମଧ୍ୟ ଅଛି। ଜ୍ୱାଇଁ କ୍ଷେତ୍ରରେ ଖରାପ ପଡ଼ିଲେ ଝିଅଟି ତାକୁ ପ୍ରତ୍ୟାଖ୍ୟାନ ସୂଚକ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିବା ଘଟଣା ବିରଳ ନୁହେଁ।
କହିବା ବାହୁଲ୍ୟ ଯେ ପ୍ରତ୍ୟେକ ମଣିଷର ନିଜ ନିଷ୍ପତ୍ତିରେ ସଂଶୋଧନ ଆଣିବାର ଅଧିକାର ଥାଏ।
ମାତ୍ର ସରକାରୀ କ୍ଷେତ୍ରରେ ଏ ଜିନିଷଟି ସେତେ ସହଜ ନୁହେଁ। ଥରେ ଜଣେ ସରକାରୀ ଚାକିରିଟିଏ ପାଇଁ ମନୋନୀତ ହୋଇଗଲେ ତା’ ଠାରୁ ସହଜେ ଚାକିରିଟି ପ୍ରତ୍ୟାହାର କରିହୁଏନା। ତେତିଶ ବର୍ଷ ସେ ରାଜୁତି କରେ। ଲୋକପ୍ରତିନିଧିଟିଏ ଥରେ ନିର୍ବାଚିତ ହୋଇଗଲେ ତାଙ୍କୁ ଆଉ ପ୍ରତ୍ୟାହାର କରିବାର ଅଧିକାର ଭୋଟରଙ୍କ ପାଖରେ ନ ଥାଏ, ପାଞ୍ଚବର୍ଷ ସହିବାକୁ ପଡ଼େ। ଏଭଳି ସରକାରୀ ଚାକିରିଆ ବା ଲୋକପ୍ରତିନିଧିମାନେ ଯଦିଓ ଲୋକଙ୍କ ଟିକସରୁ ଦରମା ପାଆନ୍ତି, ଲୋକଙ୍କର ବସ୍ତୁତଃ ତାଙ୍କ ଉପରେ କୌଣସି ନିୟନ୍ତ୍ରଣ ନ ଥାଏ। ସେମାନେ ଖରାପ କାମ କଲେ ଲୋକଙ୍କୁ ସହିବାକୁ ପଡ଼େ, କିଛି ନ କଲେ ବି ତାକୁ ସହିବାକୁ ପଡେ!
ତେଣୁ ନେତା ଓ ଅଧିକାରୀଙ୍କ ସ୍ବେଚ୍ଛାଚାରିତା ଓ ମନମାନି ବଢ଼ିଚାଲେ! ଗଣତନ୍ତ୍ର ବିପନ୍ନ ହୁଏ। ଭାରତରେ ଏ ସବୁ ସମ୍ଭବ। ଲୋକେ ଏଠି ସବୁ ଚଳେଇ ନିଅନ୍ତି। କେହି ଯଦି କିଛି ଖରାପ କାମ କରୁଛି ଭଗବାନ୍‌ ତା’ କଥା ବୁଝିବେ ବୋଲି କହି ଆମେ ଆଶ୍ୱସ୍ତ ହୋଇଯାଉ। ମାତ୍ର ଆମେ ନିଜେ କେଉଁଠି ବାହାରି କିଛି କରୁନା। ଅତି ବେଶିରେ କେଉଁଠି କେମିତି ପ୍ରତିବାଦ ସଭାଟିଏ କରି, କୁଶପୁତ୍ତଳିକା ଦାହକରି ସନ୍ତୁଷ୍ଟ ହୋଇଯାଉ! ଆମେମାନେ ଶାନ୍ତିପ୍ରିୟ ବୋଲି ଯେ ଏମିତି ହେଉଛି ସେକଥା କହି ଆଡ଼େଇଗଲେ ହେବନାହିଁ। ପୃଥିବୀର ସବୁଠାରୁ ଶାନ୍ତିପ୍ରିୟ ଦେଶ ହେଲା ସ୍ବିଜରଲାଣ୍ଡ। ସ୍ବିଜରଲାଣ୍ଡର ସମ୍ବିଧାନରେ ‘ରିକଲ’ ନାମକ ଏକ ବ୍ୟବସ୍ଥା ଅଛି ଯାହାକୁ ଆମ ଭାଷାରେ ‘ପ୍ରତ୍ୟାହାର କରିବାର ଅଧିକାର’ ବୋଲି କୁହାଯାଇପାରିବ। ୧୮୪୮ ମସିହାରୁ ଥିବା ତାଙ୍କ ବ୍ୟବସ୍ଥାନୁସାରେ ସ୍ଥାନୀୟ ପ୍ରଶାସନର କର୍ମଚାରୀ ବା ଲୋକପ୍ରତିନିଧିମାନେ ଯଦି ଦାୟିତ୍ୱରେ ଅବହେଳା କିମ୍ବା ଆପରାଧିକ ମାମଲାରେ ସମ୍ପୃକ୍ତ ହେବାର ଅଭିଯୋଗ ଆସେ ତେବେ ସେମାନଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇ ପାରିବ। ଏଥି ନିମନ୍ତେ ମୋଟ ଲୋକସଂଖ୍ୟାର ଚାରି ଶତାଂଶ ଲୋକ ଯଦି ଏକ ଦସ୍ତଖତ ଅଭିଯାନ କରନ୍ତି ତାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ। ପ୍ରସଙ୍ଗକୁ ନେଇ ସ୍ଥଳ ବିଶେଷରେ ଏହା ଚାରି ଶତାଂଶରୁ ଚାଳିଶ ଶତାଂଶ ହୋଇପାରେ I
ସ୍ବିଜରଲାଣ୍ଡର ଛବିଶଟି ପ୍ରଦେଶ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ପ୍ରଦେଶରେ ଏହି ବ୍ୟବସ୍ଥା ଉପଲବ୍ଧ। ଅବଶ୍ୟ ଏହାର ମାତ୍ରାଧିକ ବ୍ୟବହାର କେବେ ହେଇନାହିଁ। ମାତ୍ର ଲୋକଙ୍କ ହାତରେ ଏଭଳି ଏକ କ୍ଷମତା ରହିବାଟା ତାଙ୍କ ଗଣତନ୍ତ୍ରର ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି କୁହାଯାଇପାରେ। କେବଳ ଅଧିକାରୀ ବା ଲୋକପ୍ରତିନିଧି ନୁହେଁ ଏପରିକି ସରକାରଙ୍କର କୌଣସି ଜନସ୍ବାର୍ଥ ବିରୋଧୀ ନିଷ୍ପତ୍ତି ଉପରେ ଗଣଭୋଟ ହୋଇ ତାକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ବାଧ୍ୟ କରାଯାଇପାରେ।ସରକାର ଭାବି ନଥିବ କୌଣସି ପ୍ରସଙ୍ଗ ଉପରେ ମଧ୍ୟ ଜନସାଧାରଣ ପ୍ରସ୍ତାବ ରଖିପାରନ୍ତି ଏବଂ ତାହା ଉପରେ ଜନମତ ନିଆଯାଇ ନୂଆ ଆଇନର ରୂପ ଦିଆଯାଇପାରେ। ଏ ଅବସ୍ଥାକୁ ଇନିସିଏଟିଭ୍‌ କୁହାଯାଏ। ସରକାର ମଧ୍ୟ ଯେତେବେଳେ ନିଜ ତରଫରୁ କୌଣସି ବିଷୟରେ ଲୋକଙ୍କ ମତାମତ ନେବାକୁ ଚାହାନ୍ତି ରେଫରେଣ୍ଡମ୍‌ ବା ପ୍ଲେବିସାଇଟ୍‌ ମାଧ୍ୟମରେ ଲୋକଙ୍କ ମତାମତ ନେଇଥାନ୍ତି ! ତେଣୁ କୁହାଯାଇପାରେ ଯେ ତାଙ୍କ ଦେଶରେ ଗଣତନ୍ତ୍ର ପ୍ରକୃତରେ ଶୁଦ୍ଧ ଭାବରେ ନିୟୋଜିତ।
ରିକଲ୍‌ ବ୍ୟବସ୍ଥାକୁ ଫେରିବା I ରିକଲ୍‌ ବା ପ୍ରତ୍ୟାହାର ବ୍ୟବସ୍ଥା ଯୋଗୁ ତାଙ୍କ ପ୍ରତିନିଧି ଓ ପ୍ରଶାସକମାନେ ଲୋକଙ୍କ ପାଖରେ ସିଧାସଳଖ ଉତ୍ତରଦାୟୀ। ଏ ବ୍ୟବସ୍ଥା ଅନୁସାରେ ମନମୁଖି କାର୍ଯ୍ୟ କରୁଥିବା ବା ଜନସ୍ବାର୍ଥ ବିରୋଧୀ ଲୋକପ୍ରତିନିଧି ଓ ଅଧିକାରୀମାନଙ୍କୁ ଗଣଭୋଟ ମାଧ୍ୟମରେ ବହିଷ୍କାର କରାଯାଇପାରିବ। ସ୍ବିଜରଲାଣ୍ଡ ପରି ଆମେରିକା ୧୯୦୩ରୁ ଏହାକୁ ଗ୍ରହଣ କରିଛି I ଲସ୍‌ ଏଞ୍ଜେଲ୍‌ସ ସହରରେ ୧୯୦୪ରେ ଜଣେ କାଉନସିଲର୍‌ଙ୍କୁ ଏହି ପନ୍ଥାରେ ବହିଷ୍କାର କରାଯାଇଥିଲା। ୧୯୨୧ରେ ନର୍ଥ ଡାକୋଟାରେ ତାଙ୍କର ଗଭର୍ନର, ଆଟର୍ନି ଜେନେରାଲ ଏବଂ କୃଷି କମିଶନରଙ୍କୁ ପ୍ରତ୍ୟାହାର କରାଯାଇଥିଲା। ୧୯୨୯ରେ ଡେଟ୍ରଏଟର ମେୟର ଏବଂ ୧୯୩୮ରେ ଲସ୍‌ ଏଞ୍ଜେଲସ୍‌ର ମେୟରଙ୍କୁ ମଧ୍ୟ ରିକଲ୍‌ କରାଯାଇଥିଲା। ୨୦୧୧ରେ ୱିସ୍‌କନ୍‌ସିନରେ ସବୁଠୁ ବଡ଼ ରିକଲ୍‌ ହୋଇଥିଲା ଯେଉଁଥିରେ ୯ ଜଣ ସିନେଟ ସଦସ୍ୟଙ୍କ ବିରୋରେ ଅନ୍ୟ ପ୍ରସ୍ତାବ ଆସିଥିଲା ଏବଂ ସେଥିରୁ ଦୁଇଜଣ ପ୍ରତ୍ୟାହୃତ ହୋଇଥିଲେ। ୨୦୧୨ରେ ୱିସ୍‌କନ୍‌ସିନର ଗଭର୍ନର ସ୍କଟ୍‌ ୱାକର ନିଜେ ରିକଲ୍‌ର ସାମ୍ନା କରିଥିଲେ ମଧ୍ୟ ସୌଭାଗ୍ୟକୁ ବର୍ତ୍ତିଯାଇଥିଲେ। ୨୦୧୮ରେ କାଲିଫର୍ନିଆର ସିନେଟର ଜୋସ୍‌ ନିଉମ୍ୟାନଙ୍କୁ ପ୍ରତ୍ୟାହାର ସ୍ବୀକାର କରିବାକୁ ପଡ଼ିଥିଲା I ଆମେରିକା ପରି ଭେନେଜୁଏଲା ମଧ୍ୟ ଏହିପରି ବ୍ୟବସ୍ଥାକୁ ଆପଣେଇଛି। ସେଠାରେ ରାଷ୍ଟ୍ରପତି, ଜଜ୍‌ ଓ ବରିଷ୍ଠ ପ୍ରଶାସକଙ୍କୁ ଏହାର ପରିସରଭୁକ୍ତ କରାଯାଇପାରିଛି। ଆମେରିକାର କେତେକ ସ୍ଥାନରେ ପ୍ରତ୍ୟାହୃତ ହେଉଥିବା ପଦାଧିକାରୀଙ୍କ ଉପରେ ଭୋଟ ନେଲା ବେଳେ କିଏ ତାଙ୍କ ଉତ୍ତରାଧିକାରୀ ହେବେ ତାହା ମଧ୍ୟ ଲୋକେ ସ୍ଥିର କରିଥାନ୍ତି। ଇଂଲଣ୍ଡରେ ପାର୍ଲାମେଣ୍ଟ ସଦସ୍ୟଙ୍କୁ ଭୋଟରମାନେ ପ୍ରତ୍ୟାହାର କରିପାରିବାର ଅଧିକାର ରଖନ୍ତି। ୨୦୧୫ରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାରେ ଅଦ୍ୟାବଧି ୬ ଜଣ ପାର୍ଲାମେଣ୍ଟ ସଦସ୍ୟଙ୍କ ବିରୋଧରେ ରିକଲ୍‌ ପିଟିଶନ ଆସିଛି ଏବଂ ତନ୍ମଧ୍ୟରୁ ଚାରିଜଣଙ୍କୁ ଜନମତରେ ପରାଜିତ ହୋଇ ଗାଦି ଛାଡିବାକୁ ପଡିଥିଲା। ଜଣେ ଇସ୍ତଫା ଦେଇ ପଳାଇ ଯାଇଥିଲେ ଏବଂ ଜଣେ ବର୍ତ୍ତି ଯାଇଥିଲେ। ଇଂଲଣ୍ଡରେ ଏଭଳି ଏକ ପିଟିଶନ ପାଇଁ ଦଶ ଶତାଂଶ ଭୋଟରଙ୍କର ଦସ୍ତଖତ ଦରକାର ପଡିଥାଏ। ଏ ବ୍ୟବସ୍ଥା ତାଙ୍କ ନିର୍ବାଚିତ ଲୋକପ୍ରତିନିଧି ଓ ମନୋନୀତ ପ୍ରଶାସନିକ ଅଧିକାରୀମାନଙ୍କ ଉପରେ ଏକ ଶୃଙ୍ଖଳI ବା ନିୟନ୍ତ୍ରଣ ଭଳି କାମ କରିଥାଏ। ସେମାନଙ୍କ ମନରେ ଜନସାଧାରଣଙ୍କ ପ୍ରତି ଭୟ ଓ ଉତ୍ତରଦାୟିତ୍ୱ ରହିଥାଏ। ସେମାନେ ପ୍ରତିପାଦରେ ଅନୁଭବ କରିଥାନ୍ତି ଯେ କିଛି ଏପଟସେପଟ କଲେ ପାଞ୍ଚବର୍ଷ ପୂର୍ବରୁ ପଦବୀରୁ ବିଦା ହେବାକୁ ପଡିବ। ଲୋକଙ୍କ ବିଚାର ଶକ୍ତି ଯେ ଶ୍ରେଷ୍ଠ ଏବଂ ତାହା ଆଗରେ ନେତା ମନ୍ତ୍ରୀ ଅଫିସର ସମସ୍ତଙ୍କୁ ନତମସ୍ତକ ହେବାକୁ ପଡ଼େ ଏକଥା କେବଳ ସ୍ବିଜରଲାଣ୍ଡ, ଇଂଲଣ୍ଡ ବା ଆମେରିକା ନୁହେଁ ବରଂ ସାରା ବିଶ୍ୱରେ ଚର୍ଚ୍ଚା ହେବା ଦରକାର। ତା’ହେଲେ ଯାଇ ଗଣତନ୍ତ୍ର ସୁଦୃଢ଼ ହେବ ଓ ପ୍ରଶାସନ ଉତ୍ତରଦାୟୀ ହେବ। ଯେ ପର୍ଯ୍ୟନ୍ତ ସେମାନେ ଭାବୁଥିବେ ଯେ ଥରେ ଆମେ ନିର୍ବାଚିତ ବା ମନୋନୀତ ହୋଇଗଲେ କେହି ଆଉ ଆମକୁ ହଟେଇପାରିବେନି, ସେ ଯାଏ ଗଣତନ୍ତ୍ର ଓ ଶାସନବ୍ୟବସ୍ଥା ତ୍ରିଶଙ୍କୁ ଅବସ୍ଥାରେ ଥିବ। ଏଭଳି ମନମୁଖିତାର ଅନ୍ତ ଆଣିବାପାଇଁ ଭାରତରେ ମଧ୍ୟ ଏହିପରି ଏକ ବ୍ୟବସ୍ଥାର ଯେ ଆବଶ୍ୟକତା ଅଛି ଏହା ନିଶ୍ଚୟ ନାଗରିକ ଓ ବୁଦ୍ଧିଜୀବୀମାନେ ଅନୁଭବ କରିବେ।

ରଞ୍ଜନ କୁମାର ଦାସ
ଭୁବନେଶ୍ୱର, ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri