ତେହରାନ ପାଓ୍ବାର ପ୍ଲାଣ୍ଟ ଧ୍ୱଂସ କରିଦେବୁ: ଟ୍ରମ୍ପ୍‌

ଓ୍ବାଶିଂଟନ,୬ା୪: ଇରାନ ଯୁଦ୍ଧ ୩୭ ଦିନରେ ପହଞ୍ଚତ୍ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ସୋସିଆଲ ମିଡିଆରେ ଏକ ବିସ୍ଫୋରକ ପୋଷ୍ଟ ଜରିଆରେ ତେହରାନ୍‌ ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଖୋଲିଦେବା ପାଇଁ ଦାବି କରିଛନ୍ତି। ସୋମବାର ସୁଦ୍ଧା ଏହି ଜଳପଥକୁ ନ ଖୋଲିଲେ ମଙ୍ଗଳବାର ତେହରାନ୍‌ର ପାଓ୍ବାର ପ୍ଲାଣ୍ଟ ଏବଂ ବ୍ରିଜ୍‌ଗୁ୍‌ଡ଼ିକୁ ଉଡ଼ାଇ ଦିଆଯିବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ସେ ଟ୍ରୁଥ୍‌ ସୋସିଆଲରେ କରିଥିବା ପୋଷ୍ଟରେ ଇରାନ ପ୍ରତି ଅତ୍ୟନ୍ତ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ମଙ୍ଗଳବାର ଇରାନର ପାଓ୍ବାର ପ୍ଲାଣ୍ଟ ଓ ବ୍ରିଜ୍‌ଗୁଡ଼ିକ ଉପରେ ଜୋର୍‌ଦାର ଆକ୍ରମଣ ହେବ ଏବଂ ଏହା ଯୁଦ୍ଧର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ହେବାକୁ ଯାଉଛି।
ଅଫ୍‌ ହର୍ମୁଜ୍‌ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି କରିଡର ହୋଇଥିବାବେଳେ ଆମେରିକା ଏବଂ ଇସ୍ରାଏଲ୍‌ ଆକ୍ରମଣ କରିବା ପରେ ଇରାନ ଉକ୍ତ ସାମୁଦ୍ରିକ ପଥକୁ ବନ୍ଦ କରିଦେଇଛି। ଫଳରେ ଏହି ପ୍ରଣାଳୀ ଦେଇ ତୈଳ ଓ ଗ୍ୟାସ୍‌ ପରିବହନ ବାଧାପ୍ରାପ୍ତ ହୋଇଛି। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଜାହାଜ ଚଳାଚଳ ପାଇଁ ଇରାନ ଅବରୋଧ ମୁକ୍ତ କରିବାକୁ ଟ୍ରମ୍ପ୍‌ ଶନିବାର ୪୮ ଘଣ୍ଟିଆ ମହଲତ ଦେଇଥିଲେ। ଅନ୍ୟଥା ଆମେରିକା ଯେଉଁ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ତାକୁ ସାମ୍ନା କରିବାକୁ ପଡ଼ିବ ବୋଲି ସେ କହିଥିଲେ। ତେବେ ତେହରାନ୍‌ ଏଦିଗରେ କୌଣସି ଆଗ୍ରହ ନ ଦେଖାଇ ପଡ଼ୋଶୀ ଆରବ ଦେଶଗୁଡ଼ିକର ଅର୍ଥନୀତି ଓ ଭିତ୍ତିଭୂମିକୁ ଟାର୍ଗେଟ କରି ଆକ୍ରମଣ ଜାରି ରଖିବାରୁ ଟ୍ରମ୍ପ୍‌ ରବିବାର ପୁନର୍ବାର ଚେତାବନୀକୁ ଦୋହରାଇଛନ୍ତି। ତେହରାନ ସପକ୍ଷବାଦୀ ସଶସ୍ତ୍ର ବାହିନୀ ଇରାକ୍‌ସ୍ଥିତ ଆମେରିକା କୂଟନୈତିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିବା ବାଗ୍‌ଦାଦସ୍ଥିତ ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି। ଏହାର ଜବାବରେ ଆମେରିକା ଏବଂ ଇସ୍ରାଏଲ୍‌ ଇରାନର ଏକ ବିମାନବନ୍ଦର ଉପରେ ଆକ୍ରମଣ କରିଛନ୍ତି।
ଶେଷ ହେବା ପୂର୍ବରୁ ସୋମବାର ଇରାନ ସହ ଡିଲ୍‌ ହେବାର ଭଲ ସୁଯୋଗ ରହିଛି ବୋଲି ଟ୍ରମ୍ପ୍‌ ବିଶ୍ୱାସ କରୁଛନ୍ତି। ଏଥିପାଇଁ ଏବେ ବୁଝାମଣା ଚାଲିଥିବା ସେ ଫକ୍ସ ନ୍ୟୁଜ୍‌କୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri