ସରକାର ନ ଶୁଣିଲେ ବିଧାନସଭା ଘେରାଉ କରିବେ

ଭବାନୀପାଟଣା,୧୧ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ଅମଲା ଭବନରେ ଶନିବାର ଇଂଜିନିୟରିଂ ୱାର୍କଚାର୍ଜଡ଼, ନିୟମିତ ଏବଂ ସେବାନିବୃତ୍ତ କର୍ମଚାରୀ ଫୋରମ ମହାମଣ୍ଡଳ କର୍ମକର୍ତ୍ତା ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ନେତୃବର୍ଗ ମଧ୍ୟରେ ସଂଯୋଜକ କୃଷ୍ଣ ଚନ୍ଦ୍ର ନାୟକ, ପ୍ରସନ୍ନ କୁମାର ପ୍ରଧାନ, କଲ୍ୟାଣ ମହାରଣା, ଚିତ୍ତରଞ୍ଜନ ମହାରଣା, କପିଳ କୁମାର ବାରିକ, ନୃସିଂହ କୁମାର ସିଲ ପ୍ରମୁଖ ମଞ୍ଚାସୀନ ଥିଲେ।

ବଲାଙ୍ଗୀର ଓ କଳାହାଣ୍ଡିର ୪ଟି ବିଭାଗ ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ପୂର୍ତ୍ତ ବିଭାଗ ଓ ଜନସ୍ବାସ୍ଥ୍ୟ ବିଭାଗର ଶତାଧିକ କର୍ମଚାରୀ ଅଂଶଗ୍ରହଣ କରି ମତ ରଖିଥିଲେ। ଏଥି ପୂର୍ବରୁ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଫୋରମରେ ମତ ପ୍ରକାଶ ପାଇଥିଲା।

ଏମାନଙ୍କ ମଧ୍ୟରେ ସ୍ଥାନୀୟ ନେତୃମଣ୍ଡଳୀ ବିଜୟ କୁମାର ପାଲ, ଏଚ.କେ. ପଟେଲ, ସୁବ୍ରତ କୁମାର ଆଚାରି, ସନ୍ତୋଷ କୁମାର ବେହେରା, ମଙ୍ଗଳ ପଣ୍ଡିତ, ନୁଆକର ସେଠ, କ୍ଷୀତିଶ କୁମାର ସାହୁ ପ୍ରମୁଖ ରାଜ୍ୟ ଇଂଜିନିୟରିଂ ୱାର୍କ ଚାର୍ଜଡ, ନିୟମିତ ସେବା ନିବୃତ୍ତ କର୍ମଚାରୀଙ୍କ ପୁରୁଣା ପେନ୍‌ସନ, ଗ୍ରାଚ୍ୟୁଇଟି ଦାବି ଉପରେ ଆଲୋଚନା କରିଥିଲେ। ଏଥିରେ ଶୀଘ୍ର ସରକାର ନୀତିଗତ ନିଷ୍ପତ୍ତି ନେବାପାଇଁ ସଂଗ୍ରାମୀ ସାଥୀ ସଂଯୋଜକ ବୃନ୍ଦଙ୍କ ତରଫରୁ ନିବେଦନ କରାଯାଇଥିଲା। ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ ପାଇଁ ଲଢେଇ ଜାରୀ ରଖିବୁ ବୋଲି ଫୋରମ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri