ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଆଜି ଅପରାହ୍ନ ୫ଟାରେ ଛତିଶା ନିଯୋଗ ବୈଠକ ବସିବ। ପୁରୀ ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ  ହେବ। ନୂତନ ଭାବେ ଦାୟିତ୍ୱଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଳ ସିଂ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧିମାନେ ବୈଠକରେ ଭାଗ ନେବେ।
ସୂଚନାଯୋଗ୍ୟ, ଛତିଶାନିଯୋଗ ବୈଠକରେ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ସହ ରୋଷଘର ଚୁଲି ଭଙ୍ଗା ଘଟଣା ଉପରେ ଆଲୋଚନା ହେବ ବୋଲି ଜଣାପଡିଛି।