Posted inଖେଳ

ବିଶ୍ୱକପ୍‌ ସ୍କ୍ବାଡ୍‌ରେ ସାମିଲ୍‌ ହେବେ କି ଅଶ୍ୱିନ୍‌: ଦ୍ରାବିଡ ଦେଲେ ଜବାବ

ନୂଆଦିଲ୍ଲୀ,୨୮।୯: ଘରୋଇ ମାଟିରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଷ୍ଟାର ସ୍ପିନର ଆର ଅଶ୍ୱିନ ମଧ୍ୟ ଭାରତର ଏକ ଅଂଶ ଥିଲେ। ଏହି ସିରିଜରେ ଅଶ୍ୱିନଙ୍କ ଚମତ୍କାର ପ୍ରଦର୍ଶନ ତାଙ୍କୁ ବିଶ୍ୱକପ ଦଳରେ କାହିଁକି ସାମିଲ କରାଯାଇନାହିଁ ବୋଲି ପ୍ରଶ୍ନ ଉଠିଛି। ସେପ୍ଟେମ୍ବର ୨୮ ଅର୍ଥାତ୍‌ ଆଜି ସୁଦ୍ଧା ବିଶ୍ୱକପ ଦଳରେ ଭାରତ ଅନ୍ତିମ ପରିବର୍ତ୍ତନ କରିପାରିବ।
ଅଶ୍ୱିନଙ୍କ ଭଲ ଫର୍ମ ଏବଂ ଅକ୍ଷର ପଟେଲଙ୍କ ଆଘାତ ଯୋଗୁ କଳ୍ପନାଜଳ୍ପନା ଦେଖାଦେଇଛି ଯେ ବିଶ୍ୱକପ୍‌ ଦଳରେ ଅଶ୍ୱିନଙ୍କୁ ନିଆଯିବ। ଅଲରାଉଣ୍ଡର ଅକ୍ଷର ପଟେଲ ବିଶ୍ୱକପ ଦଳର ଏକ ଅଂଶ। କିନ୍ତୁ ଏହାପୂର୍ବରୁ ଅକ୍ଷୟ ଏସିଆ କପ ୨୦୨୩ରେ ଆହତ ହୋଇଥିଲେ, ଏହି କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତର ଅଂଶ ହୋଇପାରି ନ ଥିଲେ। ଅକ୍ଷରଙ୍କ ଅନୁପସ୍ଥିତିରେ ସ୍ପିନର ଆର ଅଶ୍ୱିନ ଚମତ୍କାର ପ୍ରଦର୍ଶନ କରିଥିଲେ।
ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ବିଶ୍ୱକପ ଦଳରେ ଅଶ୍ୱିନଙ୍କ ସାମିଲ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି। ଅଶ୍ୱିନଙ୍କ ବିଷୟରେ ଦ୍ରାବିଡ କହିଛନ୍ତି, ଅଶ୍ୱିନ ପ୍ରଥମ ଦୁଇଟି ମ୍ୟାଚରେ ଭଲ ବୋଲିଂ କରିଥିଲେ। ଆମକୁ ସରକାରୀ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ। ଏନସିଏ ଚୟନକର୍ତ୍ତା ଏବଂ ଅଜିତ ଅଗରକରଙ୍କ ସହ ଯୋଗାଯୋଗରେ ଅଛି ତେଣୁ ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବି ନାହିଁ।
ରାହୁଲ ଦ୍ରାବିଡ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଦଳରେ ମୌଣସି ପରିବର୍ତ୍ତନ ଆଶା କରାଯାଉ ନାହିଁ, ଅର୍ଥାତ୍‌ ଅଶ୍ୱିନଙ୍କ ପାଇଁ ବିଶ୍ୱକପ ଦଳରେ ସୁଯୋଗ ପାଇବା ସହଜ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri