Posted inଜାତୀୟ

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର ନଜର ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାରଙ୍କ ଉପରେ ରହିଛି। ଏହି ଦୁଃଖଦ ଘଟଣା NCP (ଅଜିତ ଗୋଷ୍ଠୀ) ଏବଂ ମହାରାଷ୍ଟ୍ର ରାଜନୀତିର ଗତିପଥ ବଦଳାଇ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

୧୯୮୫ ରେ ଅଜିତ ପାୱାରଙ୍କୁ ବିବାହ କରିଥିବା ସୁନେତ୍ରା କେବଳ ପାୱାର ପରିବାରର ବୋହୂ ନୁହନ୍ତି, ବରଂ ସେ ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଛନ୍ତି। ସେ ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ପାଟିଲଙ୍କ ଭଉଣୀ। ଦୀର୍ଘ ଦିନ ଧରି ସେ ପରଦା ପଛରେ ରହି ବାରମତୀ ଅଞ୍ଚଳରେ ନିଜର ସାମାଜିକ ଓ ବ୍ୟବସାୟିକ ନେଟୱାର୍କ ସୁଦୃଢ଼ କରିଛନ୍ତି।

ସେ ‘ଏନଭାଇରନ୍‌ମେଣ୍ଟାଲ ଫୋରମ୍ ଅଫ୍ ଇଣ୍ଡିଆ’ (EFOI) ର ପ୍ରତିଷ୍ଠାତା ଏବଂ ଜୈବିକ ଚାଷ ତଥା ପରିବେଶ ସୁରକ୍ଷା ପାଇଁ ‘ଗ୍ରୀନ୍ ୱାରିଅର୍ ଆୱାର୍ଡ’ ପାଇଛନ୍ତି। ସେ ଶରଦ ପାୱାରଙ୍କ ଦ୍ୱାରା ସ୍ଥାପିତ ‘ବିଦ୍ୟା ପ୍ରତିଷ୍ଠାନ’ର ଜଣେ ଟ୍ରଷ୍ଟି ଏବଂ ପୁଣେ ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ଭାବେ କାର୍ଯ୍ୟରତ।

ସୁନେତ୍ରା ୨୦୨୪ ଲୋକସଭା ନିର୍ବାଚନରେ ବାରମତୀ ଆସନରୁ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇଥିଲେ। ଯଦିଓ ସେ ଏହି ନିର୍ବାଚନରେ ପରାଜିତ ହୋଇଥିଲେ, ପରେ ସେ ପ୍ରଫୁଲ୍ଲ ପଟେଲଙ୍କ ସ୍ଥାନରେ ରାଜ୍ୟସଭାକୁ ନିର୍ବିରୋଧ ନିର୍ବାଚିତ ହୋଇଥିଲେ।

କାହିଁକି ସେ ହୋଇପାରନ୍ତି ପରବର୍ତ୍ତୀ ନେତୃତ୍ୱ?
ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ ଓ ଦିଲୀପ ୱାଲସେ ପାଟିଲଙ୍କ ଭଳି ବରିଷ୍ଠ ନେତା ଦଳରେ ଥିଲେ ମଧ୍ୟ ସୁନେତ୍ରାଙ୍କ ପାଇଁ କିଛି ସକାରାତ୍ମକ ଦିଗ ରହିଛି। ବିମାନ ଦୁର୍ଘଟଣା ପରେ ସୁନେତ୍ରାଙ୍କ ପ୍ରତି ଜନସାଧାରଣ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ସମବେଦନା ରହିଛି। ପାୱାର ପରିବାରର ରାଜନୈତିକ ପରମ୍ପରାକୁ ବଜାୟ ରଖିବା ପାଇଁ ସେ ଏକ ମୁଖ୍ୟ ବିକଳ୍ପ।

ବାରାମତୀ ଏବଂ ମରାଠୱାଡ଼ା ଅଞ୍ଚଳରେ ତାଙ୍କର ବ୍ୟକ୍ତିଗତ ପତିଆରା ଦଳକୁ ଏକଜୁଟ ରଖିବାରେ ସହାୟକ ହେବ। ପୁଅ ପାର୍ଥ ପାୱାର କିମ୍ବା ପୁତୁରା ରୋହିତ ପାୱାର ନେତୃତ୍ୱ ଦୌଡ଼ରେ ଥିଲେ ମଧ୍ୟ ସମ୍ପ୍ରତି ସୁନେତ୍ରା ପାୱାର ଏନ୍‌ସିପିର ମୁଖ୍ୟ ଶକ୍ତିକେନ୍ଦ୍ର ଭାବେ ଉଭା ହେବାର ସମ୍ଭାବନା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri