ବିପଦରେ ବନ୍ୟପ୍ରାଣୀ

ଭୁବନେଶ୍ୱର,୨୭।୫ (ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି। ଫଳରେ ବନ୍ୟପ୍ରାଣୀ ବିପଦରେ ପଡ଼ିଲେଣି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଚୋରା ଚାଲାଣ ରୋକିବାକୁ କଡ଼ାକଡ଼ି ଆଇନ, ସଚେତନତା କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସତ୍ତ୍ୱେ ଆଶାଜନକ ସୁଫଳ ମିଳିପାରୁନାହିଁ। ଶିକାରୀମାନେ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ଫାଶ କିମ୍ବା ଯେକୌଣସି ମାରଣାସ୍ତ୍ର ସାହାଯ୍ୟରେ ଗୋଟିକ ପରେ ଗୋଟିଏ ପଶୁ ପକ୍ଷୀଙ୍କୁ ଶିକାର କରିଚାଲିଛନ୍ତି। ହତ୍ୟା ପରେ ସମ୍ପୃକ୍ତ ପଶୁପକ୍ଷୀଙ୍କ ଛାଲ, ନଖ, ଦାନ୍ତ, ଶିଙ୍ଗ ପ୍ରଭୃତି ବହୁ ମୂଲ୍ୟରେ ବିକ୍ରି କରୁଛନ୍ତି। ଏପରି କି ବଜ୍ରକାପ୍ତା, ହରିଣ, ଶମ୍ବର ପ୍ରଭୃତି ମାରି ମାଂସ ବିକୁଛନ୍ତି।
ଗଜପତି, କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, ସମ୍ବଲପୁର, ଦେବଗଡ଼ ପ୍ରଭୃତି ଜିଲାରେ ଶିକାରୀମାନେ ସକ୍ରିୟ ରହିଛନ୍ତି। କେଉଁଠି ଚମଡ଼ା ଓ ନଖ ପାଇଁ ବାଘ ତ ପୁଣି କେଉଁଠାରେ ଦାନ୍ତ ପାଇଁ ହାତୀ, ଆଉ କେଉଁଠି ଶିଙ୍ଗ ପାଇଁ ହରିଣଙ୍କୁ ଶିକାର କରି ବେଧଡକ ଭାବେ ଚୋରାଚାଲାଣ କରୁଛନ୍ତି। ସାପ ବିଷ, ବଜ୍ରକାପ୍ତା କାତି ପ୍ରଭୃତି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି। ଅନ୍ୟପକ୍ଷରେ ବନ କର୍ମଚାରୀ କାଁ ଭାଁ କ୍ଷେତ୍ରରେ ଶିକାରୀଙ୍କୁ ଧରୁଥିଲେ ମଧ୍ୟ ଶିକାର ଓ ଚୋରା ଚାଲାଣ ଉପରେ ରୋକ ଲଗାଇ ପାରୁନାହାନ୍ତି। ତେବେ ଏ ନେଇ ଗଠିତ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) କେତେକ କ୍ଷେତ୍ରରେ ସଫଳତା ପାଉଥିବା ଦେଖିବାକୁ ମିଳୁଛି। ଗତ ୨ ବର୍ଷ ମଧ୍ୟରେ ଏସ୍‌ଟିଏଫ୍‌ ୨୯ ବାଘଛାଲ, ୨୪ ହାତୀଦାନ୍ତ, ୭ ହରିଣ ଛାଲ, ୧୪ ଜୀବନ୍ତ ବଜ୍ରକାପ୍ତା, ୩୬ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି, ୨ ବାଘଦାନ୍ତ ଓ ୨୯ ବାଘନଖ, ୪୬ ଶୁଆ ଜବତ କରିଛି। ଏଥିସହ ଏସବୁ ଘଟଣାରେ ସଂପୃକ୍ତ ଥିବା ୭୦ ଜଣ ଶିକାରୀଙ୍କୁ ଗିରଫ କରିଛି। ପରିବେଶବିତ୍‌ ଓ ପ୍ରାଣୀପ୍ରେମୀଙ୍କ ମତରେ ଏହି କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ନୁହେଁ। କଠୋର ଆଇନକାନୁନ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ଅଧିକ ଚଢ଼ାଉର ଆବଶ୍ୟକତା ରହିଛି। ସେହିପରି ବେଧଡ଼କ ଶିକାର ଯୋଗୁ ବିରଳ ପଶୁପକ୍ଷୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢିବାକୁ ଲାଗିଛି, ଯାହା ଆଗାମୀ ଦିନ ପାଇଁ ବଡ଼ ସମସ୍ୟା। ଏହାକୁ ରୋକିବାକୁ ହେଲେ ପ୍ରଥମେ ଅଧିକ ସଂଖ୍ୟକ ବନ କର୍ମଚାରୀ ନିଯୁକ୍ତି ହେବା ଦରକାର। ପାଟ୍ରୋଲିଂ ବଢାଯିବା ଆବଶ୍ୟକ। ଏଥିସହ ଜଙ୍ଗଲ ପାଖରେ ବାସ କରୁଥିବା ଲୋକଙ୍କ ସହିତ ବନକର୍ମଚାରୀଙ୍କୁ ସୁସମ୍ପର୍କ ରଖିବାକୁ ପଡ଼ିବ। ଶିକାରୀଙ୍କ ଗତିବିଧି ସମ୍ପର୍କରେ ସେମାନେ ପ୍ରଥମେ ସୂଚନା ଦେଇପାରିବେ। ସେହିପରି ଖରାଦିନେ ଶିକାରୀମାନେ ଜଙ୍ଗଲରେ ଅଧିକ ସକ୍ରିୟ ରହୁଛନ୍ତି। ବନ୍ୟଜନ୍ତୁମାନେ ପାଣି ପିଇବାକୁ ଆସିବାବେଳେ ଶିକାରୀ ଲୁଚି ରହି ସେମାନଙ୍କୁ ଶିକାର କରିଥାନ୍ତି। ତେଣୁ ବନବିଭାଗ ଉକ୍ତ ଜାଗାରେ ସଜାଗ ରହିବା ଦରକାର।
– ହରି ଶଙ୍କର ଉପାଧ୍ୟାୟ, ପୂର୍ବତନ ପିସିସିଏଫ୍‌
ଆଇନ ଅନୁଯାୟୀ ବନ୍ୟଜନ୍ତୁ ଶିକାର କରିବା ଦଣ୍ଡନୀୟ ଅପରାଧ। ତଥାପି ଶିକାରୀମାନେ ଏହାକୁ ବେଖାତିର କରି ଲୁଚି ଛପି ବନ୍ୟଜନ୍ତୁ ଶିକାର କରି ଚାଲିଛନ୍ତି। ଏହା ଆଗାମୀ ଦିନ ପାଇଁ ବଡ଼ ବିପଦ ସୃଷ୍ଟି କରିବ। ବନ୍ୟଜନ୍ତୁ ସଂଖ୍ୟା କମିବା ଦ୍ୱାରା ଜୈବବିବିଧତା ହ୍ରାସ ପାଉଛି। ଏହାକୁ ପ୍ରତିହତ କରିବା ଲାଗି ପ୍ରଥମତଃ ବନ ବିଭାଗକୁ ତତ୍ପର ହେବାକୁ ପଡ଼ିବ।
-ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶିଙ୍କ ପାଇଁ ଆରମ୍ଭ ହେଲା ଗୋଲ୍ଡେନ ଟାଇମ୍‌, ୬୪ ଦିନ ଯାଏ ସଫଳତା ସହ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ଶୁକ୍ର ଭୌତିକ ସୁଖ, ବିଳାସିତା, ପ୍ରେମ, ସୌନ୍ଦର୍ଯ୍ୟ ଓ ଆକର୍ଷଣର କାରକ ଗ୍ରହ। କୁହାଯାଏ,…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିଲା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri