ବିପଦରେ ବନ୍ୟପ୍ରାଣୀ

ଭୁବନେଶ୍ୱର,୨୭।୫ (ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି। ଫଳରେ ବନ୍ୟପ୍ରାଣୀ ବିପଦରେ ପଡ଼ିଲେଣି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଚୋରା ଚାଲାଣ ରୋକିବାକୁ କଡ଼ାକଡ଼ି ଆଇନ, ସଚେତନତା କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସତ୍ତ୍ୱେ ଆଶାଜନକ ସୁଫଳ ମିଳିପାରୁନାହିଁ। ଶିକାରୀମାନେ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ଫାଶ କିମ୍ବା ଯେକୌଣସି ମାରଣାସ୍ତ୍ର ସାହାଯ୍ୟରେ ଗୋଟିକ ପରେ ଗୋଟିଏ ପଶୁ ପକ୍ଷୀଙ୍କୁ ଶିକାର କରିଚାଲିଛନ୍ତି। ହତ୍ୟା ପରେ ସମ୍ପୃକ୍ତ ପଶୁପକ୍ଷୀଙ୍କ ଛାଲ, ନଖ, ଦାନ୍ତ, ଶିଙ୍ଗ ପ୍ରଭୃତି ବହୁ ମୂଲ୍ୟରେ ବିକ୍ରି କରୁଛନ୍ତି। ଏପରି କି ବଜ୍ରକାପ୍ତା, ହରିଣ, ଶମ୍ବର ପ୍ରଭୃତି ମାରି ମାଂସ ବିକୁଛନ୍ତି।
ଗଜପତି, କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, ସମ୍ବଲପୁର, ଦେବଗଡ଼ ପ୍ରଭୃତି ଜିଲାରେ ଶିକାରୀମାନେ ସକ୍ରିୟ ରହିଛନ୍ତି। କେଉଁଠି ଚମଡ଼ା ଓ ନଖ ପାଇଁ ବାଘ ତ ପୁଣି କେଉଁଠାରେ ଦାନ୍ତ ପାଇଁ ହାତୀ, ଆଉ କେଉଁଠି ଶିଙ୍ଗ ପାଇଁ ହରିଣଙ୍କୁ ଶିକାର କରି ବେଧଡକ ଭାବେ ଚୋରାଚାଲାଣ କରୁଛନ୍ତି। ସାପ ବିଷ, ବଜ୍ରକାପ୍ତା କାତି ପ୍ରଭୃତି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି। ଅନ୍ୟପକ୍ଷରେ ବନ କର୍ମଚାରୀ କାଁ ଭାଁ କ୍ଷେତ୍ରରେ ଶିକାରୀଙ୍କୁ ଧରୁଥିଲେ ମଧ୍ୟ ଶିକାର ଓ ଚୋରା ଚାଲାଣ ଉପରେ ରୋକ ଲଗାଇ ପାରୁନାହାନ୍ତି। ତେବେ ଏ ନେଇ ଗଠିତ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) କେତେକ କ୍ଷେତ୍ରରେ ସଫଳତା ପାଉଥିବା ଦେଖିବାକୁ ମିଳୁଛି। ଗତ ୨ ବର୍ଷ ମଧ୍ୟରେ ଏସ୍‌ଟିଏଫ୍‌ ୨୯ ବାଘଛାଲ, ୨୪ ହାତୀଦାନ୍ତ, ୭ ହରିଣ ଛାଲ, ୧୪ ଜୀବନ୍ତ ବଜ୍ରକାପ୍ତା, ୩୬ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି, ୨ ବାଘଦାନ୍ତ ଓ ୨୯ ବାଘନଖ, ୪୬ ଶୁଆ ଜବତ କରିଛି। ଏଥିସହ ଏସବୁ ଘଟଣାରେ ସଂପୃକ୍ତ ଥିବା ୭୦ ଜଣ ଶିକାରୀଙ୍କୁ ଗିରଫ କରିଛି। ପରିବେଶବିତ୍‌ ଓ ପ୍ରାଣୀପ୍ରେମୀଙ୍କ ମତରେ ଏହି କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ନୁହେଁ। କଠୋର ଆଇନକାନୁନ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ଅଧିକ ଚଢ଼ାଉର ଆବଶ୍ୟକତା ରହିଛି। ସେହିପରି ବେଧଡ଼କ ଶିକାର ଯୋଗୁ ବିରଳ ପଶୁପକ୍ଷୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢିବାକୁ ଲାଗିଛି, ଯାହା ଆଗାମୀ ଦିନ ପାଇଁ ବଡ଼ ସମସ୍ୟା। ଏହାକୁ ରୋକିବାକୁ ହେଲେ ପ୍ରଥମେ ଅଧିକ ସଂଖ୍ୟକ ବନ କର୍ମଚାରୀ ନିଯୁକ୍ତି ହେବା ଦରକାର। ପାଟ୍ରୋଲିଂ ବଢାଯିବା ଆବଶ୍ୟକ। ଏଥିସହ ଜଙ୍ଗଲ ପାଖରେ ବାସ କରୁଥିବା ଲୋକଙ୍କ ସହିତ ବନକର୍ମଚାରୀଙ୍କୁ ସୁସମ୍ପର୍କ ରଖିବାକୁ ପଡ଼ିବ। ଶିକାରୀଙ୍କ ଗତିବିଧି ସମ୍ପର୍କରେ ସେମାନେ ପ୍ରଥମେ ସୂଚନା ଦେଇପାରିବେ। ସେହିପରି ଖରାଦିନେ ଶିକାରୀମାନେ ଜଙ୍ଗଲରେ ଅଧିକ ସକ୍ରିୟ ରହୁଛନ୍ତି। ବନ୍ୟଜନ୍ତୁମାନେ ପାଣି ପିଇବାକୁ ଆସିବାବେଳେ ଶିକାରୀ ଲୁଚି ରହି ସେମାନଙ୍କୁ ଶିକାର କରିଥାନ୍ତି। ତେଣୁ ବନବିଭାଗ ଉକ୍ତ ଜାଗାରେ ସଜାଗ ରହିବା ଦରକାର।
– ହରି ଶଙ୍କର ଉପାଧ୍ୟାୟ, ପୂର୍ବତନ ପିସିସିଏଫ୍‌
ଆଇନ ଅନୁଯାୟୀ ବନ୍ୟଜନ୍ତୁ ଶିକାର କରିବା ଦଣ୍ଡନୀୟ ଅପରାଧ। ତଥାପି ଶିକାରୀମାନେ ଏହାକୁ ବେଖାତିର କରି ଲୁଚି ଛପି ବନ୍ୟଜନ୍ତୁ ଶିକାର କରି ଚାଲିଛନ୍ତି। ଏହା ଆଗାମୀ ଦିନ ପାଇଁ ବଡ଼ ବିପଦ ସୃଷ୍ଟି କରିବ। ବନ୍ୟଜନ୍ତୁ ସଂଖ୍ୟା କମିବା ଦ୍ୱାରା ଜୈବବିବିଧତା ହ୍ରାସ ପାଉଛି। ଏହାକୁ ପ୍ରତିହତ କରିବା ଲାଗି ପ୍ରଥମତଃ ବନ ବିଭାଗକୁ ତତ୍ପର ହେବାକୁ ପଡ଼ିବ।
-ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri