ବନ୍ୟପ୍ରାଣୀଙ୍କ ଉତ୍ପାତ: ଚିନ୍ତାରେ ଚାଷୀ

ବେଗୁନିଆ, ୨୮।୯(ଡି.ଏନ୍‌.ଏ): ବେଗୁନିଆ ବ୍ଲକ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟପ୍ରାଣୀଙ୍କ ଉତ୍ପାତ ଯୋଗୁ ଚାଷୀଙ୍କ ଦୁଃଖ ବଢୁଛି। ଏଥିଯୋଗୁ କିଛିବର୍ଷ ହେଲା ଧାନ ଓ ପନିପରିବା ଫସଲ ନଷ୍ଟ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀ ଅସନ୍ତୋଷ ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଯେତିକି କ୍ଷତିପୂରଣ ସହାୟତା ମିଳୁଛି ତାହା ଭରଣା କରିପାରୁନାହିଁ। ଫଳରେ ଚାଷରୁ ମୁହଁ ଫେରାଇ ଚାଷୀ ହତାଶ ହୋଇବସୁଛି।
କୃଷି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୭ବର୍ଷ ମଧ୍ୟରେ ହାତୀ ପଲ ୮ଶହ ଏକର ଧାନ ଓ ୧୫୦ ଏକର ପନିପରିବା ଫସଲ ନଷ୍ଟ କରିଥିବା ପ୍ରାଥମିକ ଆକଳନ କରାଯାଇଥିଲା। ବାର୍‌ହା ପଲଙ୍କ ଯୋଗୁ ୬୦୦ ଏକର ପାଚିଲା ଧାନ ଫସଲ ହାନି ହୋଇଥିଲା। ହାତୀ ଓ ବାର୍‌ହା ଆକ୍ରମଣରେ ଏହି ବ୍ଲକର ହଜ ଅଞ୍ଚଳରେ ୨, ଗୋଡ଼ା ଅଞ୍ଚଳରେ ୨ ଏବଂ ଦଲକ ଅଞ୍ଚଳରୁ ଜଣଙ୍କୁ ମିଶାଇ ମୋଟ ୫ଜଣଙ୍କ ଜୀବନ ଯାଇଛି। ସେହିପରି ୪ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ସମ୍ପ୍ରତି ପୁଣି କିଛି ଦିନ ହେଲା ହାତୀ ଓ ବାର୍‌ହା ପଲ ଉତ୍ପାତ ଯୋଗୁ ବେଗୁନିଆ ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ ହାନି ହୋଇଛି। ଚଳିତ ଖରିଫ ଋତୁରେ ବେଗୁନିଆ ବ୍ଲକ ଅଧୀନ ହଜ୍‌, ସିକୋ, ହୀରାପୁର, ବୋତଳମା, ଦେଉଳି, ଗୋବିନ୍ଦପୁର ଓ ଶଗଡ଼ଭଙ୍ଗା ପଞ୍ଚାୟତର ୪୦ରୁ ଊଦ୍ଧର୍‌ବ ଗାଁର ବହୁ ଚାଷୀଙ୍କ ଧାନ ଓ ପରିବା ଫସଲ ନଷ୍ଟ ହୋଇଛି। ଶନିବାର ରାତିରେ ହାତୀପଲ ହଜ ପଞ୍ଚାୟତ ନିଧିପୁର ଓ ମୁକ୍ତାପୁର ଗ୍ରାମର ମାଗୁଣି ଜେନା, କିଶୋର ଜେନା, ଗଦାଧର ଜେନାଙ୍କ ସହିତ କେତେଜଣ ଚାଷୀଙ୍କ ବ୍ୟାପକ ରୁଆ ଧାନ ଫସଲ ନଷ୍ଟ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ବନ ବିଭାଗ ଓ କୃଷି ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରୁଛନ୍ତି। ମାତ୍ର ସୁଫଳ ମିଳୁନାହିଁ। ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ ବିଭାଗ ପକ୍ଷରୁ ଏକର ପିଛା ୧୦ରୁ ୧୨ ହଜାର ଟଙ୍କା କ୍ଷତିପୂରଣ ମିଳୁଛି, ମାତ୍ର ତାହା ଚାଷୀଙ୍କ କ୍ଷତି ଭରଣା କରିପାରୁ ନାହିଁ ବୋଲି ଭାଗୀରଥି ଦଳସିଂହରାୟ, କ୍ଷେତ୍ରବାସୀ ପରିଡ଼ା ଏବଂ ବିଶ୍ୱମ୍ବର ମାଝି ପ୍ରମୁଖ ଚାଷୀ କହିଛନ୍ତି। କେତେଜଣ ଚାଷୀଙ୍କ କହିବା ଅନୁଯାୟୀ, ଗତ ୭ବର୍ଷ ହେଲା ଚନ୍ଦକା ଜଙ୍ଗଲରୁ ହାତୀପଲ ଆସି ବେଗୁନିଆ ବ୍ଲକର ନାରଗୋଦା ଗ୍ରାମ୍ୟ ଜଙ୍ଗଲରେ ରହୁଛନ୍ତି। ସେହି ସମୟରେ ୨ରୁ ୩ଟି ହାତୀଙ୍କୁ ଦେଖିବାକୁ ମିଳିଥିଲା। ବର୍ଷକୁ ବର୍ଷ ସେମାନେ ବଂଶ ବିସ୍ତାର କରୁଛନ୍ତି। ଏହି ପଲ ମଧ୍ୟରେ ଏବେ ୪ଟି ଛୁଆ ସହ ୭ଟି ମା’ ହାତୀ ରହିଥିବା ଦେଖିବାକୁ ମିଳିଛି। ସା ହେଲେ ହାତୀପଲ ବିଭିନ୍ନ ଗାର୍ଁରେ ପଶି ସମ୍ପତ୍ତି ନଷ୍ଟ କରିବା ସହ ଜୀବନ ନେଉଛନ୍ତି। ଆଉ କେତେବେଳେ ଚାଷଜମିକୁ ଯାଇ ଫସଲ ଉଜାଡ଼ୁଛନ୍ତି। ଯଦି ସରକାରଙ୍କ ହସ୍ତକ୍ଷେପରେ ବନ ବିଭାଗ ପକ୍ଷରୁ ହାତୀପଲକୁ ଆୟତ୍ତ କରାଯାଇ ଚନ୍ଦକା ଜଙ୍ଗଲକୁ ନିଆଯାଇପାରନ୍ତା, ତାହାହେଲେ ଚାଷୀଙ୍କ ଦୁଃଖ ଲାଘବ ହୁଅନ୍ତା। ସୂଚନାଯୋଗ୍ୟ, ୨୦୧୨ରୁ କ୍ରମାଗତ ଭାବେ ଏହି ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଅଦିନିଆ ବର୍ଷାରେ ଫସଲ ହାନି, ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡି ପରିସ୍ଥିତି, ରୋଗ ପୋକ ଆଦି କାରଣରୁ ଫସଲ ହାନି ଘଟିଥିଲା। ପୁଣି ଏବେ ବନ୍ୟଜନ୍ତୁଙ୍କ ଉତ୍ପାତ ଚାଷୀଙ୍କ ଅଣ୍ଟା ଦୋହଲାଇ ଦେବା ଆଶଙ୍କା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri