ବନ୍ୟପ୍ରାଣୀ, ପରିବେଶ ଚିନ୍ତାରେ ଜୁଆଙ୍ଗ

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ବ୍ଲକ୍‌ରେ ହାତୀ ଉପଦ୍ରବ ସବୁଦିନିଆ ଘଟଣାରେ ପରିଣତ ହୋଇଛି। ହାତୀପଲ ଜନବସତିରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ ପକ୍ଷରୁ କ୍ଷତିପୂରଣ ମିଳୁଥିଲେ ହେଁ ପ୍ରକୃତ କ୍ଷତିର ଭରଣା ହୋଇପାରୁ ନ ଥିବାରୁ ଅନେକ ସମୟରେ ହାତୀ-ମଣିଷ ସଂଘର୍ଷ ବୃଦ୍ଧି ପାଉଛି। ବନ୍ୟପ୍ରାଣୀ ଓ ମଣିଷ ମଧ୍ୟରେ ସଂଘର୍ଷ ଓ ବନ୍ୟପ୍ରାଣୀ ଯଥା ହାତୀଙ୍କ ଖାଦ୍ୟ ବ୍ୟବସ୍ଥା ପାଇଁ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କୋଡ଼ିପଶା ପଞ୍ଚାୟତ କଂସ ଗ୍ରାମର ଜୁଆଙ୍ଗ ଜନଜାତି ଅଣ୍ଟା ଭିଡ଼ିଛନ୍ତି। ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ନିଜ ସୁରକ୍ଷା ସହ ପରିବେଶ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଚାରାରୋପଣ, ପାହାଡ଼ରେ ବନ୍ଧ ନିର୍ମାଣ ଆଦି କାର୍ଯ୍ୟ ଆରମ୍ଭ କରିଛନ୍ତି। କୋଡ଼ିପଶା ପଞ୍ଚାୟତର ତଳକଂସ ଗ୍ରାମବାସୀଙ୍କ ପ୍ରୟାସରେ ମଣିଷ ଓ ହାତୀ ସହାବସ୍ଥାନର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ତଳକଂସ ଗ୍ରାମ କଂସ ଗାଁର ଅଂଶ ହୋଇଥିଲେ ହେଁ ଏକ ପାହାଡ଼ ଗାଁକୁୁ ବିଚ୍ଛିନ୍ନ କରିଛି। ପାହାଡ଼ ଓ ଜଙ୍ଗଲ ଘେରା ତଳକଂସରେ ପ୍ରାୟ ୩୧ ଗରିବ ଜୁଆଙ୍ଗ ପରିବାର ରହୁଛନ୍ତି। ଗ୍ରାମବାସୀ କୌଣସି ସରକାରୀ ଯୋଜନାର ଲାଭ ପାଇନାହାନ୍ତି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏ) ଏମାନଙ୍କ ନିକଟରେ ଅପହଞ୍ଚ ହୋଇରହିଛି। ଦଶନ୍ଧି ଧରି ଗ୍ରାମବାସୀ ଅନ୍ଧାରୀମୂଲକରେ ଦୟନୀୟ ଜୀବନଯାପନ କରୁଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟପ୍ରାଣୀ ସହ ସଂଘର୍ଷ ସବୁ ସମୟରେ ଲାଗି ରହୁଥିଲା। ବିଶେଷକରି ବର୍ଷାଦିନରେ ୩ ପାହାଡ଼ରୁ ବର୍ଷାପାଣି ଗାଁ ଭିତର ଦେଇ ପ୍ରବାହିତ ହେଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା। ଏଥିରେ ଘର, ରାସ୍ତାଘାଟ, କଲଭର୍ଟ ଧୋଇଯାଉଥିଲା। ଏଥିସହ ପାହାଡ଼ଗୁଡ଼ିକରେ ଥିବା ଚିରସ୍ଥାୟୀ ଜଳଉତ୍ସ ଶୁଷ୍କ ହୋଇଗଲେ ମଣିଷ ଏବଂ ବନ୍ୟପ୍ରାଣୀଙ୍କୁ ସଂଘର୍ଷ କରିବାକୁ ପଡ଼େ। ପାଣି ପାଇଁ ହାତୀ, ଅନ୍ୟାନ୍ୟ ବନ୍ୟପ୍ରାଣୀ ଗାଁ ଭିତରକୁ ଚାଲିଆସୁଥିଲେ। ଅନେକ ସମୟରେ ଘର, ଫସଲ କ୍ଷତି ପହଞ୍ଚାଉଥିଲେ। ଏହାର ସମାଧାନ କରିବାକୁ ଏକ ସାମ୍ପ୍ରତିକ ପଦକ୍ଷେପ ମାଧ୍ୟମରେ ଗ୍ରାମବାସୀ ଏକାଠି ହୋଇ ପାହାଡ଼ର ଶୀର୍ଷରେ ମାଟି ବନ୍ଧ ନିର୍ମାଣ କରିବାକୁ ଚିନ୍ତା କରିଥିଲେ। ବୈଷୟିକ ମାର୍ଗଦର୍ଶନ, ସମ୍ବଳ, ପରିବେଶଗତ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ସଂଗଠନ ଫାଉଣ୍ଟେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି(ଏଫ୍‌ଇଏସ୍‌) ସହ ଯୋଗାଯୋଗ କରିଥିଲେ। ଏଫ୍‌ଇଏସ୍‌ର ଡିଜାଇନ, ସମର୍ଥନ ଓ ଗ୍ରାମବାସୀଙ୍କ ଶ୍ରମଦାନରେ ପାହାଡ଼ ଶିଖରରେ ପାଣି ରଖିବା, ଜଳ ପ୍ରବାହକୁ ଧୀର କରିବା ଏବଂ ବନ୍ୟାଜଳର ବେଗକୁ ହ୍ରାସ ପାଇଁ ବନ୍ଧ ନିର୍ମାଣ କରାଯାଇଛି। ଏହାଦ୍ୱାରା ବର୍ଷା ସମୟରେ ପାହାଡ଼ରୁ ପ୍ରବାହିତ ପାଣିକୁ ରୋକାଯାଇପାରୁଛି। ନିରନ୍ତର ଇଚ୍ଛାଶକ୍ତି ବଳରେ ଗ୍ରାମବାସୀ କାର୍ଯ୍ୟକୁ ସଫଳତାର ସହ ଶେଷ କରିଛନ୍ତି। ଫଳରେ ଗତ ୫ବର୍ଷ ହେଲା ନିରନ୍ତର ବର୍ଷା ସତ୍ତ୍ୱେ ବନ୍ଧ ଯୋଗୁ ତଳକଂସ ଗ୍ରାମକୁ ବନ୍ୟାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ। ଘର, ଫସଲ ଏବଂ ଭିତ୍ତିଭୂମିକୁ ସୁରକ୍ଷା ଦେଇଛି। ବନ୍ଧରେ ସଂଗୃହୀତ ପାଣି ହାତୀଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଉତ୍ସ ପାଲଟିଛି। ଫଳରେ ଗ୍ରାମରେ ହାତୀ ଉପଦ୍ରବ ହ୍ରାସ ଘଟିବା ସହ ବନ୍ୟା ବିପଦ କମିଥିବା ଗ୍ରାମ ବିକାଶ କମିଟିର ସଭାପତି ଦାମୋଦର ଜୁଆଙ୍ଗ କହିଛନ୍ତି। ଏଫ୍‌ଇସିର ଜିଲା ଟିମ୍‌ ଲିଡ୍‌ର ସାସ୍ବତିକ ତ୍ରିପାଠୀ କହିଛନ୍ତି, ମଣିଷ-ହାତୀ ସଂଘର୍ଷକୁ ବନ୍ଧ ନାଟକୀୟ ଭାବରେ ହ୍ରାସ କରିଛି। ଯାହା ମଣିଷ ଏବଂ ପଶୁ ଉଭୟଙ୍କୁ ସୁରକ୍ଷା ଦେଇଛି। ତୁରନ୍ତ ପରିବେଶଗତ ଏବଂ ସୁରକ୍ଷା ଲାଭ ବ୍ୟତୀତ ପ୍ରକଳ୍ପ ଗ୍ରାମବାସୀଙ୍କ ମଧ୍ୟରେ ସମ୍ପ୍ରଦାୟ ଏବଂ ସାମୂହିକ କାର୍ଯ୍ୟର ଭାବନାକୁ ସୁଦୃଢ଼ କରିଛି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri