ବନ୍ୟପ୍ରାଣୀ, ପରିବେଶ ଚିନ୍ତାରେ ଜୁଆଙ୍ଗ

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ବ୍ଲକ୍‌ରେ ହାତୀ ଉପଦ୍ରବ ସବୁଦିନିଆ ଘଟଣାରେ ପରିଣତ ହୋଇଛି। ହାତୀପଲ ଜନବସତିରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ ପକ୍ଷରୁ କ୍ଷତିପୂରଣ ମିଳୁଥିଲେ ହେଁ ପ୍ରକୃତ କ୍ଷତିର ଭରଣା ହୋଇପାରୁ ନ ଥିବାରୁ ଅନେକ ସମୟରେ ହାତୀ-ମଣିଷ ସଂଘର୍ଷ ବୃଦ୍ଧି ପାଉଛି। ବନ୍ୟପ୍ରାଣୀ ଓ ମଣିଷ ମଧ୍ୟରେ ସଂଘର୍ଷ ଓ ବନ୍ୟପ୍ରାଣୀ ଯଥା ହାତୀଙ୍କ ଖାଦ୍ୟ ବ୍ୟବସ୍ଥା ପାଇଁ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କୋଡ଼ିପଶା ପଞ୍ଚାୟତ କଂସ ଗ୍ରାମର ଜୁଆଙ୍ଗ ଜନଜାତି ଅଣ୍ଟା ଭିଡ଼ିଛନ୍ତି। ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ନିଜ ସୁରକ୍ଷା ସହ ପରିବେଶ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଚାରାରୋପଣ, ପାହାଡ଼ରେ ବନ୍ଧ ନିର୍ମାଣ ଆଦି କାର୍ଯ୍ୟ ଆରମ୍ଭ କରିଛନ୍ତି। କୋଡ଼ିପଶା ପଞ୍ଚାୟତର ତଳକଂସ ଗ୍ରାମବାସୀଙ୍କ ପ୍ରୟାସରେ ମଣିଷ ଓ ହାତୀ ସହାବସ୍ଥାନର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ତଳକଂସ ଗ୍ରାମ କଂସ ଗାଁର ଅଂଶ ହୋଇଥିଲେ ହେଁ ଏକ ପାହାଡ଼ ଗାଁକୁୁ ବିଚ୍ଛିନ୍ନ କରିଛି। ପାହାଡ଼ ଓ ଜଙ୍ଗଲ ଘେରା ତଳକଂସରେ ପ୍ରାୟ ୩୧ ଗରିବ ଜୁଆଙ୍ଗ ପରିବାର ରହୁଛନ୍ତି। ଗ୍ରାମବାସୀ କୌଣସି ସରକାରୀ ଯୋଜନାର ଲାଭ ପାଇନାହାନ୍ତି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏ) ଏମାନଙ୍କ ନିକଟରେ ଅପହଞ୍ଚ ହୋଇରହିଛି। ଦଶନ୍ଧି ଧରି ଗ୍ରାମବାସୀ ଅନ୍ଧାରୀମୂଲକରେ ଦୟନୀୟ ଜୀବନଯାପନ କରୁଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟପ୍ରାଣୀ ସହ ସଂଘର୍ଷ ସବୁ ସମୟରେ ଲାଗି ରହୁଥିଲା। ବିଶେଷକରି ବର୍ଷାଦିନରେ ୩ ପାହାଡ଼ରୁ ବର୍ଷାପାଣି ଗାଁ ଭିତର ଦେଇ ପ୍ରବାହିତ ହେଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା। ଏଥିରେ ଘର, ରାସ୍ତାଘାଟ, କଲଭର୍ଟ ଧୋଇଯାଉଥିଲା। ଏଥିସହ ପାହାଡ଼ଗୁଡ଼ିକରେ ଥିବା ଚିରସ୍ଥାୟୀ ଜଳଉତ୍ସ ଶୁଷ୍କ ହୋଇଗଲେ ମଣିଷ ଏବଂ ବନ୍ୟପ୍ରାଣୀଙ୍କୁ ସଂଘର୍ଷ କରିବାକୁ ପଡ଼େ। ପାଣି ପାଇଁ ହାତୀ, ଅନ୍ୟାନ୍ୟ ବନ୍ୟପ୍ରାଣୀ ଗାଁ ଭିତରକୁ ଚାଲିଆସୁଥିଲେ। ଅନେକ ସମୟରେ ଘର, ଫସଲ କ୍ଷତି ପହଞ୍ଚାଉଥିଲେ। ଏହାର ସମାଧାନ କରିବାକୁ ଏକ ସାମ୍ପ୍ରତିକ ପଦକ୍ଷେପ ମାଧ୍ୟମରେ ଗ୍ରାମବାସୀ ଏକାଠି ହୋଇ ପାହାଡ଼ର ଶୀର୍ଷରେ ମାଟି ବନ୍ଧ ନିର୍ମାଣ କରିବାକୁ ଚିନ୍ତା କରିଥିଲେ। ବୈଷୟିକ ମାର୍ଗଦର୍ଶନ, ସମ୍ବଳ, ପରିବେଶଗତ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ସଂଗଠନ ଫାଉଣ୍ଟେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି(ଏଫ୍‌ଇଏସ୍‌) ସହ ଯୋଗାଯୋଗ କରିଥିଲେ। ଏଫ୍‌ଇଏସ୍‌ର ଡିଜାଇନ, ସମର୍ଥନ ଓ ଗ୍ରାମବାସୀଙ୍କ ଶ୍ରମଦାନରେ ପାହାଡ଼ ଶିଖରରେ ପାଣି ରଖିବା, ଜଳ ପ୍ରବାହକୁ ଧୀର କରିବା ଏବଂ ବନ୍ୟାଜଳର ବେଗକୁ ହ୍ରାସ ପାଇଁ ବନ୍ଧ ନିର୍ମାଣ କରାଯାଇଛି। ଏହାଦ୍ୱାରା ବର୍ଷା ସମୟରେ ପାହାଡ଼ରୁ ପ୍ରବାହିତ ପାଣିକୁ ରୋକାଯାଇପାରୁଛି। ନିରନ୍ତର ଇଚ୍ଛାଶକ୍ତି ବଳରେ ଗ୍ରାମବାସୀ କାର୍ଯ୍ୟକୁ ସଫଳତାର ସହ ଶେଷ କରିଛନ୍ତି। ଫଳରେ ଗତ ୫ବର୍ଷ ହେଲା ନିରନ୍ତର ବର୍ଷା ସତ୍ତ୍ୱେ ବନ୍ଧ ଯୋଗୁ ତଳକଂସ ଗ୍ରାମକୁ ବନ୍ୟାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ। ଘର, ଫସଲ ଏବଂ ଭିତ୍ତିଭୂମିକୁ ସୁରକ୍ଷା ଦେଇଛି। ବନ୍ଧରେ ସଂଗୃହୀତ ପାଣି ହାତୀଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଉତ୍ସ ପାଲଟିଛି। ଫଳରେ ଗ୍ରାମରେ ହାତୀ ଉପଦ୍ରବ ହ୍ରାସ ଘଟିବା ସହ ବନ୍ୟା ବିପଦ କମିଥିବା ଗ୍ରାମ ବିକାଶ କମିଟିର ସଭାପତି ଦାମୋଦର ଜୁଆଙ୍ଗ କହିଛନ୍ତି। ଏଫ୍‌ଇସିର ଜିଲା ଟିମ୍‌ ଲିଡ୍‌ର ସାସ୍ବତିକ ତ୍ରିପାଠୀ କହିଛନ୍ତି, ମଣିଷ-ହାତୀ ସଂଘର୍ଷକୁ ବନ୍ଧ ନାଟକୀୟ ଭାବରେ ହ୍ରାସ କରିଛି। ଯାହା ମଣିଷ ଏବଂ ପଶୁ ଉଭୟଙ୍କୁ ସୁରକ୍ଷା ଦେଇଛି। ତୁରନ୍ତ ପରିବେଶଗତ ଏବଂ ସୁରକ୍ଷା ଲାଭ ବ୍ୟତୀତ ପ୍ରକଳ୍ପ ଗ୍ରାମବାସୀଙ୍କ ମଧ୍ୟରେ ସମ୍ପ୍ରଦାୟ ଏବଂ ସାମୂହିକ କାର୍ଯ୍ୟର ଭାବନାକୁ ସୁଦୃଢ଼ କରିଛି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri