ଜଙ୍ଗଲ ଭିତରେ ଚାଲିଛି ଜଙ୍ଗଲରାଜ

କେନ୍ଦ୍ରାପଡ଼ା ଅଫିସ, ୩୦ା୪: ଭଦ୍ରକର ଧାମରାଠାରୁ ଜଗତ୍‌ସିଂହପୁରର ପାରାଦୀପ ବନ୍ଦର ମଧ୍ୟରେ ଥିବା ସାମୁଦ୍ରିକ ଉପକୂଳ ଏବେ ଚିଙ୍ଗୁଡି ଘେରିରେ ଭରିଗଲାଣି। ପ୍ରତ୍ୟେକ ଦିନ ଏହି ତଟାଞ୍ଚଳରେ ଅନୂ୍ୟନ ୧୦ରୁ ଅଧିକ ଘେରି ପ୍ରସ୍ତୁତ ହେଉଛି ବୋଲି ଏକ ତଥ୍ୟରୁ ଜଣାପଡିଛି। ଏଥିରେ କେନ୍ଦ୍ରାପଡ଼ା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ବାଦ ପଡିନାହିଁ। ଚିଙ୍ଗୁଡି ଘେରିରୁ ଉପତ୍ନ୍ନ ବିପଜ୍ଜନକ ରାସାୟନିକ ଦ୍ରବ୍ୟ ଓ ଗ୍ୟାସ ଏକ ବିଷ ବଳୟ ସୃଷ୍ଟି କରିଛି। ଏଥିରେ ମଣିଷ ସହ ବନ୍ୟ ଓ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛନ୍ତି। ଖାରିପାଣି ମାଛ ଚାଷ ନାମରେ ଚିଙ୍ଗୁଡି ଘେରି ବଢୁଥିବା ବେଳେ ହାଇକୋର୍ଟଙ୍କ ଆଦେଶକୁ ଅମାନ୍ୟ କରାଯାଉଛି। ଚିଙ୍ଗୁଡି ଘେରି ଉଚ୍ଛେଦ ଆଉ ହେଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଦୋଳଗୋବିନ୍ଦ ଜେନା, ପ୍ରତାପ କୁମାର ପାଢ଼ୀ, ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି, ରାଜ୍ୟ ସରକାର ଖାରିପାଣି ମାଛ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନ ତତ୍ପତ୍ର ହୋଇଉଠିଛି। ଜିଲା ପ୍ରଶାସନର ଏହି ତପତ୍ରତା ଭିତରକନିକାର ଜୈବବିବିଧତା ଉପରେ ପ୍ରଭାବ ପକାଇଛି। ଏପରି କି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଚିଙ୍ଗୁଡି ଘେରି ମାଲିକଙ୍କ ଜଙ୍ଗଲରାଜ ଚାଲିଛି। ଜଙ୍ଗଲ ମଧ୍ୟରେ ବହୁ ତଟାଞ୍ଚଳ ଏବେ ଜବରଦଖଲକାରୀଙ୍କ ହାତକୁ ଚାଲିଯାଇଛି। ପ୍ରତ୍ୟେକ ଦିନ ନୂଆକରି ୧୦ରୁ ୨୦ଟି ଘେରି ପ୍ରସ୍ତୁତ ହେଉଛି। ସେମାନେ କହିଛନ୍ତି, ଏହି ଚାଷ ପାଇଁ ଏରିଏଟର ଓ ପାଣି ପମ୍ପ ଚାଳନା ଆବଶ୍ୟକ। ଏହି ଦୁଇ ଯନ୍ତ୍ରରୁ ଉପତ୍ନ୍ନ ଶବ୍ଦ ବନ୍ୟ ପ୍ରାଣୀଙ୍କୁ ବିଚଳିତ କରୁଛି। ସେହିପରି ଘେରି ପାଇଁ ଜଙ୍ଗଲ କାଟିବା ଏଠାରେ ସ୍ବାଭାବିକ ଘଟଣା ହୋଇଯାଇଛି। ଚିଙ୍ଗୁଡି ଘେରି ପାଇଁ ବ୍ୟବହାର ହେଉଥିବା ରାସାୟନିକ ଦ୍ରବ୍ୟ ଓ ଔଷଧ ବନ୍ୟ ଏବଂ ସାମୁଦ୍ରିକ ଜୀବଜନ୍ତୁଙ୍କ ମୃତ୍ୟୁର କାରଣ ହୋଇଛି। ପ୍ରାୟ ୧୪ ପ୍ରକାର ନିଷିଦ୍ଧ ଔଷଧ ଚିଙ୍ଗୁଡିର ଶାରୀରିକ ଓ ବଂଶ ବୃଦ୍ଧି ପାଇଁ ବ୍ୟବହାର ହେଉଛି। ଘେରିରୁ ଜଳ ନିଷ୍କାସିତ ହୋଇ ନିକଟସ୍ଥ ନାଳ ମଧ୍ୟ ଦେଇ ସମୁଦ୍ରରେ ମିଶୁଛି। ଏବେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୨୬୩ ପ୍ରକାର ମାଛଙ୍କ ପ୍ରଜନନ ସମୟ। ତେବେ ଚିଙ୍ଗୁଡି ଘେରିର ରାସାୟନିକ ଦ୍ରବ୍ୟ ସାମୁଦ୍ରିକ ମାଛ ବଂଶ ବୃଦ୍ଧିକୁ ରୋକୁଛି। ଫଳରେ ଆଗାମୀଦିନରେ ଖାଦ୍ୟ ଆଶାରେ ଆସୁଥିବା ବିଦେଶୀ ପକ୍ଷୀଙ୍କ ସମ୍ଭାର ଦେଖିବାକୁ ମିଳିବ ନାହିଁ। ସେହିପରି ଏବେ ଡଲଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ଦେଖା ଯାଇଥିବା ବେଳେ ଆଗାମୀଦିନରେ ଏହି ଜୀବଙ୍କୁ ଦେଖିବାକୁ ମିଳିବ ନାହିଁ। ଚିଙ୍ଗୁଡି ଘେରି ବୃଦ୍ଧି ସ୍ଥାନୀୟ ଚାଷ ଜମି ପ୍ରତି କ୍ଷତି ପହଞ୍ଚାଉଛି। ସମୁଦ୍ରର ଖାରିପାଣିକୁ ନାଳ ମଧ୍ୟରେ ଘେରିକୁ ଆଣିବା ସମୟରେ ସ୍ଥାନୀୟ ଚାଷ ଜମି ଲୁଣି ପାଲଟୁଛି। ଫଳରେ ପ୍ରତ୍ୟହ ଚାଷକୁ ନେଇ ଚାଷୀ ଓ ଚିଙ୍ଗୁଡି ଘେରି ମାଲିକଙ୍କ ମଧ୍ୟରେ କଳିଗୋଳ ହେଉଛି। ହାଇକୋର୍ଟ ପକ୍ଷରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ହାଇକୋର୍ଟ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନକୁ ତାଗିଦ୍‌ ହେଉଛି। ଏହାସତ୍ତ୍ୱେ ଚିଙ୍ଗୁଡି ଘେରି ଉଚ୍ଛେଦ ଏକ ପ୍ରକାର ବନ୍ଦ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଖାରିପାଣି ମାଛ ଚାଷ ପାଇଁ କେତେଜଣ ଚାଷୀଙ୍କୁ ଅନୁମତି ଦିଆଯାଇଛି। ଚାଷ ପାଇଁ ଅନୁମତି ନେଇ ନ ଥିବା ଚାଷୀଙ୍କ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri