ଜଙ୍ଗଲ ଭିତରେ ଚାଲିଛି ଜଙ୍ଗଲରାଜ

କେନ୍ଦ୍ରାପଡ଼ା ଅଫିସ, ୩୦ା୪: ଭଦ୍ରକର ଧାମରାଠାରୁ ଜଗତ୍‌ସିଂହପୁରର ପାରାଦୀପ ବନ୍ଦର ମଧ୍ୟରେ ଥିବା ସାମୁଦ୍ରିକ ଉପକୂଳ ଏବେ ଚିଙ୍ଗୁଡି ଘେରିରେ ଭରିଗଲାଣି। ପ୍ରତ୍ୟେକ ଦିନ ଏହି ତଟାଞ୍ଚଳରେ ଅନୂ୍ୟନ ୧୦ରୁ ଅଧିକ ଘେରି ପ୍ରସ୍ତୁତ ହେଉଛି ବୋଲି ଏକ ତଥ୍ୟରୁ ଜଣାପଡିଛି। ଏଥିରେ କେନ୍ଦ୍ରାପଡ଼ା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ବାଦ ପଡିନାହିଁ। ଚିଙ୍ଗୁଡି ଘେରିରୁ ଉପତ୍ନ୍ନ ବିପଜ୍ଜନକ ରାସାୟନିକ ଦ୍ରବ୍ୟ ଓ ଗ୍ୟାସ ଏକ ବିଷ ବଳୟ ସୃଷ୍ଟି କରିଛି। ଏଥିରେ ମଣିଷ ସହ ବନ୍ୟ ଓ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛନ୍ତି। ଖାରିପାଣି ମାଛ ଚାଷ ନାମରେ ଚିଙ୍ଗୁଡି ଘେରି ବଢୁଥିବା ବେଳେ ହାଇକୋର୍ଟଙ୍କ ଆଦେଶକୁ ଅମାନ୍ୟ କରାଯାଉଛି। ଚିଙ୍ଗୁଡି ଘେରି ଉଚ୍ଛେଦ ଆଉ ହେଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଦୋଳଗୋବିନ୍ଦ ଜେନା, ପ୍ରତାପ କୁମାର ପାଢ଼ୀ, ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି, ରାଜ୍ୟ ସରକାର ଖାରିପାଣି ମାଛ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନ ତତ୍ପତ୍ର ହୋଇଉଠିଛି। ଜିଲା ପ୍ରଶାସନର ଏହି ତପତ୍ରତା ଭିତରକନିକାର ଜୈବବିବିଧତା ଉପରେ ପ୍ରଭାବ ପକାଇଛି। ଏପରି କି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଚିଙ୍ଗୁଡି ଘେରି ମାଲିକଙ୍କ ଜଙ୍ଗଲରାଜ ଚାଲିଛି। ଜଙ୍ଗଲ ମଧ୍ୟରେ ବହୁ ତଟାଞ୍ଚଳ ଏବେ ଜବରଦଖଲକାରୀଙ୍କ ହାତକୁ ଚାଲିଯାଇଛି। ପ୍ରତ୍ୟେକ ଦିନ ନୂଆକରି ୧୦ରୁ ୨୦ଟି ଘେରି ପ୍ରସ୍ତୁତ ହେଉଛି। ସେମାନେ କହିଛନ୍ତି, ଏହି ଚାଷ ପାଇଁ ଏରିଏଟର ଓ ପାଣି ପମ୍ପ ଚାଳନା ଆବଶ୍ୟକ। ଏହି ଦୁଇ ଯନ୍ତ୍ରରୁ ଉପତ୍ନ୍ନ ଶବ୍ଦ ବନ୍ୟ ପ୍ରାଣୀଙ୍କୁ ବିଚଳିତ କରୁଛି। ସେହିପରି ଘେରି ପାଇଁ ଜଙ୍ଗଲ କାଟିବା ଏଠାରେ ସ୍ବାଭାବିକ ଘଟଣା ହୋଇଯାଇଛି। ଚିଙ୍ଗୁଡି ଘେରି ପାଇଁ ବ୍ୟବହାର ହେଉଥିବା ରାସାୟନିକ ଦ୍ରବ୍ୟ ଓ ଔଷଧ ବନ୍ୟ ଏବଂ ସାମୁଦ୍ରିକ ଜୀବଜନ୍ତୁଙ୍କ ମୃତ୍ୟୁର କାରଣ ହୋଇଛି। ପ୍ରାୟ ୧୪ ପ୍ରକାର ନିଷିଦ୍ଧ ଔଷଧ ଚିଙ୍ଗୁଡିର ଶାରୀରିକ ଓ ବଂଶ ବୃଦ୍ଧି ପାଇଁ ବ୍ୟବହାର ହେଉଛି। ଘେରିରୁ ଜଳ ନିଷ୍କାସିତ ହୋଇ ନିକଟସ୍ଥ ନାଳ ମଧ୍ୟ ଦେଇ ସମୁଦ୍ରରେ ମିଶୁଛି। ଏବେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୨୬୩ ପ୍ରକାର ମାଛଙ୍କ ପ୍ରଜନନ ସମୟ। ତେବେ ଚିଙ୍ଗୁଡି ଘେରିର ରାସାୟନିକ ଦ୍ରବ୍ୟ ସାମୁଦ୍ରିକ ମାଛ ବଂଶ ବୃଦ୍ଧିକୁ ରୋକୁଛି। ଫଳରେ ଆଗାମୀଦିନରେ ଖାଦ୍ୟ ଆଶାରେ ଆସୁଥିବା ବିଦେଶୀ ପକ୍ଷୀଙ୍କ ସମ୍ଭାର ଦେଖିବାକୁ ମିଳିବ ନାହିଁ। ସେହିପରି ଏବେ ଡଲଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ଦେଖା ଯାଇଥିବା ବେଳେ ଆଗାମୀଦିନରେ ଏହି ଜୀବଙ୍କୁ ଦେଖିବାକୁ ମିଳିବ ନାହିଁ। ଚିଙ୍ଗୁଡି ଘେରି ବୃଦ୍ଧି ସ୍ଥାନୀୟ ଚାଷ ଜମି ପ୍ରତି କ୍ଷତି ପହଞ୍ଚାଉଛି। ସମୁଦ୍ରର ଖାରିପାଣିକୁ ନାଳ ମଧ୍ୟରେ ଘେରିକୁ ଆଣିବା ସମୟରେ ସ୍ଥାନୀୟ ଚାଷ ଜମି ଲୁଣି ପାଲଟୁଛି। ଫଳରେ ପ୍ରତ୍ୟହ ଚାଷକୁ ନେଇ ଚାଷୀ ଓ ଚିଙ୍ଗୁଡି ଘେରି ମାଲିକଙ୍କ ମଧ୍ୟରେ କଳିଗୋଳ ହେଉଛି। ହାଇକୋର୍ଟ ପକ୍ଷରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ହାଇକୋର୍ଟ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନକୁ ତାଗିଦ୍‌ ହେଉଛି। ଏହାସତ୍ତ୍ୱେ ଚିଙ୍ଗୁଡି ଘେରି ଉଚ୍ଛେଦ ଏକ ପ୍ରକାର ବନ୍ଦ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଖାରିପାଣି ମାଛ ଚାଷ ପାଇଁ କେତେଜଣ ଚାଷୀଙ୍କୁ ଅନୁମତି ଦିଆଯାଇଛି। ଚାଷ ପାଇଁ ଅନୁମତି ନେଇ ନ ଥିବା ଚାଷୀଙ୍କ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri