ଜୁ’ରେ ମିଳିବ ଜଙ୍ଗଲୀ ମହୁ

ଢେଙ୍କାନାଳ ଅଫିସ, ୮।୫: ଢେଙ୍କାନାଳ ଜିଲାର ପ୍ରସିଦ୍ଧ କପିଳାସ ପ୍ରାଣୀ ଉଦ୍ୟାନରେ ମିଳିବ ଜଙ୍ଗଲୀ ବାଘୁଆ ମହୁ। ଗ୍ରାହକମାନେ ଗୁଣାତ୍ମକମାନର ଏହି ଜଙ୍ଗଲଜାତ ଦ୍ରବ୍ୟ ସୁବିଧାରେ ଏଠାରୁ କିଣିପାରିବେ। ମହୁ ସଂଗ୍ରହ କରୁଥିବା ମହ୍ଲାର ସମ୍ପ୍ରଦାୟର ଜୀବନଜୀବିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବନ ବିଭାଗ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି। କପିଳାସ ଏବଂ ଷଡ଼ଙ୍ଗୀ ରେଞ୍ଜ୍‌କୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟ ରେଞ୍ଜ୍‌କୁ ସମ୍ପ୍ରସାରଣ କରାଯିବ ବୋଲି ଯୋଜନା ରହିଛି।


ଗୁଣାତ୍ମକମାନର ବାଘୁଆ ମହୁ ପାଇଁ ପ୍ରସିଦ୍ଧି ଅର୍ଜନ କରିଛି କପିଳାସ ଏବଂ ଷଡ଼ଙ୍ଗୀ ରେଞ୍ଜ୍‌। ପାହାଡ଼ ଖୋଲ ଏବଂ ବଡ଼ବଡ଼ ଗଛରେ ଏହି ପ୍ରଜାତିର ମହୁମାଛି ବସା ବାନ୍ଧିଥାଆନ୍ତି। ମହ୍ଲାର ସମ୍ପ୍ରଦାୟର ଆଦିବାସୀମାନେ ଉକ୍ତ ଫେଣାରୁ ମହୁ ସଂଗ୍ରହ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ତେବେ ବଜାର ସୁବିଧା ନ ଥିବାରୁ ସେମାନଙ୍କ ଉଚିତ ଦାମ୍‌ ମିଳୁନାହିଁ। ସରଳତାର ସୁଯୋଗ ନେଇ ସ୍ଥାନୀୟ ବ୍ୟବସାୟୀମାନେ ସେମାନଙ୍କଠାରୁ ଶାଗମାଛ ଦରରେ ମହୁ କିଣି ନେଇ ବାହାରକୁ ପଠାଇବା ସହ ସ୍ଥାନୀୟ ଅଞ୍ଚଳରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଔଷଧୀୟ ଗୁଣଯୁକ୍ତ ଏହି ଜଙ୍ଗଲୀ ମହୁକୁ ମହ୍ଲାରମାନେ କେଜି ପିଛା ୨୦୦ ଟଙ୍କାରେ ବିକ୍ରି କରୁଥିବାବେଳେ ବନ ବିଭାଗ ୪୦୦ ଟଙ୍କାରେ କିଣିବାକୁ ନିଷ୍ପତ୍ତି ନେଇଛି। ବର୍ଷତମାମ କପିଳାସ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକ ଆସୁଥିବାବେଳେ ମହୁ ବିକ୍ରିବଟାରେ ସୁବିଧା ହେବ। ଏଥିସହ ମହ୍ଲାର ଆଦିବାସୀମାନେ ଆର୍ଥତ୍କ ସ୍ବାବଲମ୍ବୀ ହୋଇପାରିବେ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ମହୁ ଗୁଣବତ୍ତାରେ କୌଣସି ସାଲିସ୍‌ କରାଯିବ ନାହିଁ। କେବଳ ବାଘୁଆ ମହୁ ହିଁ ବିକ୍ରି କରାଯିବ। ଏଥିଲାଗି ସମ୍ପୂର୍ଣ୍ଣ ମହୁଫେଣା କିଣାଯିବ। ସୋରିଷିଆପଦା ଅଞ୍ଚଳରୁ ମହୁଫେଣାଯୁକ୍ତ ମହୁ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମହୁଫେଣା ଲାଗି ନ ଥିଲେ ତାହାକୁ ଗ୍ରହଣ କରାଯିବ ନାହିଁ। ଏଥିଲାଗି ମହ୍ଲାରଙ୍କୁ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଉଛି। ଏହାକୁ ୱାଇଲ୍ଡ ହନି ବା ଜଙ୍ଗଲ ମହୁ ବୋଲି ଆମେ କହୁଛୁ। କପିଳାସ ପ୍ରାଣୀ ଉଦ୍ୟାନରେ ମହୁ ବିକ୍ରି ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri