ମନୋଜଙ୍କ ପୋଲ୍ ଖୋଲିଲେ ପତ୍ନୀ ମାନା ମିଶ୍ର: କହିଲେ-‘ରାମ୍‌ ଫିଲ୍ମ ନ ଚାଲିବାରେ ଥାଇପାରେ ସ୍ୱାମୀଙ୍କ ସମ୍ପୃକ୍ତି’

ଭୁବନେଶ୍ୱର,୩୧।୧୦(ଶର୍ମିଷ୍ଠା ପାଣିଗ୍ରାହୀ)- ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ରଙ୍କ ସୋସିଆଲ ମିଡ଼ିଆ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କଳିର ସମାଧାନ କରି ଶାନ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ପତ୍ନୀ । ଏମିତିକି ଯେଉଁମାନେ ସାମାନ୍ୟ କଳିକୁ ନେଇ ଓଡିଶାକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମନ୍ଦ ଉଦ୍ଦେଶ୍ୟର ଲୋକ ବୋଲି କହି, ତାଙ୍କୁ ଉଚିତ ଶିକ୍ଷା ମିଳୁ ବୋଲି କହିଛନ୍ତି ମାନା।

ମଙ୍ଗଳବାର ମାନା ଗଣମାଧ୍ୟମରେ ମତ ଦେଇ କହିଛନ୍ତି, ବର୍ତ୍ତମାନ ଯାହାସବୁ ହେଉଛି, ତାକୁ ମୁଁ ପସନ୍ଦ କରୁନି। ସମସ୍ତେ ହେଉଛନ୍ତି କଳାକାର। ବ୍ୟାନ ହେବା କଥା ନୁହେଁ। ସେ ମୁମ୍ବାଇରେ କାମ କରୁଥିଲେ। ଏବେ ଏଠାରେ କାମ କରୁଛନ୍ତି। ସେ ଓଡ଼ିଶା ଇଣ୍ଡଷ୍ଟ୍ରୀରେ କାମ କରି ବହୁ ନାଁ କରିଛନ୍ତି। କିଛି ବ୍ୟକ୍ତିଗତ ରାଗ ପାଇଁ ମନୋଜଙ୍କୁ ବ୍ୟାନ କରାଯାଇଛି। ଜିତୁ ମଙ୍ଗରାଜ ହୁଅନ୍ତୁ ବା ଜିତୁ ରାଉତ ହୁଅନ୍ତୁ, ସେମାନେ ଯାହା କହିଛନ୍ତି, ତାହାର ଉତ୍ତର ମନୋଜ ଦେଇ ପାରିଥାଆନ୍ତ। ଯଦି ତୁମେ ଭଲ ଲୋକ, ତାହାହେଲେ ସେମାନଙ୍କ ଆରୋପର ଜବାବ ଦେଇଦିଅ।

କିନ୍ତୁ ତାହା ନକରି ‘ରାମ’ ଫିଲ୍ମକୁ ବ୍ୟାନ କରିବା କଥା ନୁହେଁ। ଯେଉଁମାନେ ବ୍ୟାନ ପାଇଁ ପୋଷ୍ଟର ଧରିଛନ୍ତି, ସେମାନେ ଚିହ୍ନା ପରିଚିତ। ଏଥିରୁ ଜଣାପଡ଼ୁଛି, ମନୋଜଙ୍କ ସମ୍ପୃକ୍ତି ଥାଇପାରେ। ତାହା ନହେଲେ ମୋର ଜଣେ କାକା ଶ୍ୱଶୁର (ଭକ୍ତ କାକା) କାହିଁକି ପୋଷ୍ଟର ଧରି ଛିଡ଼ା ହୋଇଛନ୍ତି। ଫିଲ୍ମକୁ ନେଇ ଶତ୍ରୁତା, ଝଗଡ଼ା ଓ ଶୋ’ବାଜି କରିବା ନିହାତି ଖରାପ କଥା ବୋଲି ମାନା କହିଛନ୍ତି। ମନୋଜଙ୍କ ଉଦ୍ଦେଶ୍ୟରେ ମାନା କହିଛନ୍ତି, ରାମଫିଲ୍ମକୁ ବ୍ୟାନ କରିବାର ଅଧିକାର ତୁମର ନାହିଁ। ତୁମେ ମାଇଣ୍ଡ ଗେମ ଫିଲ୍ମକୁ ଆଗକୁ ନେଉନ। ସବୁ ହଲ୍‌ରେ ପକାଇବାକୁ ଚେଷ୍ଟା କର। ସମସ୍ତେ ଟଙ୍କା ଖର୍ଚ୍ଚ କରି ଫିଲ୍ମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri