ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ

ଗଞ୍ଜାମ,୮।୧:(ଡି.ଏନ.ଏ): ନୂଆ ବର୍ଷରେ ନିଜ ସ୍ତ୍ରୀଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୁକ୍ତ ସୱାମୀ ଲକ୍ଷ୍ମଣ ରେଡ୍ଡୀଙ୍କୁ ହୁମା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଲକ୍ଷ୍ମଣ ଜିରୋ ନାଇଟ ସେଲିବ୍ରେଶନ କରିବାକୁ ସ୍ତ୍ରୀ ଜାନକୀଙ୍କୁ ପଇସା ମାଗିଥିଲେ। କିନ୍ତୁ ସେ ନ ଦେବାରୁ ଶେଷରେ ତାଙ୍କୁ ଜୀବନରୁ ମାରିଦେଇଥିଲେ। ଏହା ପରେ ଗାଁ ପିଲାଙ୍କ ସହ ଜିରୋ ନାଇଟ ସେଲିବ୍ରେଶନ କରିଥିଲେ l ଘଟଣା ଜଣାପଡିବା ପରେ ମୃତ ଜାନକୀଙ୍କୁ ଛତ୍ରପୁର ମେଡିକାଲ ନେଇଥିଲେ ଲକ୍ଷ୍ମଣ। ପୂର୍ବରୁ ଜାନକୀ ମୃତ ଥିବା ଜାଣି ପାରି ଡାକ୍ତର ହୁମା ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା।