Categories: ଖେଳ

ବିରାଟ ଉଇକେଟ୍‌ ନେବା ପରେ ଖୁସିରେ ନାଚିଉଠିଲେ ଅନୁଷ୍କା

ବେଙ୍ଗାଲୁରୁ, ୧୨।୧୦: ନେଦରଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ୨୦୨୩ର ଶେଷ ଲିଗ ମ୍ୟାଚରେ ବିରାଟ କୋହଲି ବୋଲିଂ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକଙ୍କ ଚାହିଦା ପୂରଣ କରି ରୋହିତ ଶର୍ମା ବଲ୍‌କୁ କୋହଲିଙ୍କୁ ଦେଇଛନ୍ତି। ଏହାପୂର୍ବରୁ ଷ୍ଟାଣ୍ଡରେ ବସିଥିବା ପ୍ରଶଂସକମାନେ କୋହଲିଙ୍କୁ ବୋଲିଂ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା। ରୋହିତ ଶର୍ମାଙ୍କ ବିଶ୍ୱାସକୁ ଦୃଷ୍ଟିରେ ରଖି କୋହଲି ଦ୍ୱିତୀୟ ଓଭରରେ ଗୋଟିଏ ଇଇକେଟ୍‌ ନେଇଛନ୍ତି। କୋହଲିଙ୍କ ଇଇକେଟ୍‌ ନେଇ ପତ୍ନୀ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ଭାଇରାଲ ହୋଇଛି।

କୋହଲି ଉଇକେଟ୍‌ ନେବା ମାତ୍ରେ ଅନୁଷ୍କା ଶର୍ମା ଖୁସିରେ ନାଚି ଉଠିଛନ୍ତି। ଇନିଂସର ଦ୍ୱିତୀୟ ଏବଂ ୨୫ତମ ଓଭରରେ କୋହଲି ତାଙ୍କୁ ଉଇକେଟ୍‌ କିପିଂରେ ଧରି ନେଦରଲ୍ୟାଣ୍ଡର ଅଧିନାୟକ ସ୍କଟ ଏଡୱାର୍ଡସଙ୍କୁ ଆଉଟ କରିଛନ୍ତି। ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ବିଷୟରେ କହିବାକୁ ଗଲେ ସେ ବହୁତ ଜୋରରେ ହସୁଥିବା ଦେଖିବାକୁ ମିଳିଛି। ଅନୁଷ୍କା ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି।

Share