ପତ୍ନୀଙ୍କୁ ନିର୍ଯ୍ୟାତନା, ହତ୍ୟା ଅଭିଯୋଗ: ଜେଲ୍‌ ଗଲେ ଦୁଇ ସ୍ବାମୀ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁର ଥାନା ପୋଲିସ ଦୁଇଟି ପୃଥକ ପୃଥକ ପତ୍ନୀଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଦୁଇ ସ୍ବାମୀଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛତ୍ରପୁର ଥାନା ଅଧିନ ବଳରାମପୁର ଗ୍ରାମର ବଳରାମ ଦାସଙ୍କ ସ୍ତ୍ରୀ ଭାରତୀ ଦାସଙ୍କ ଜୁନ ୨୬ରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ତେବେ ଝିଅକୁ ତାଙ୍କ ସ୍ବାମୀ ମାରିଦେଇଥିବା ଅଭିଯୋଗରେ ଭାରତୀଙ୍କ ବାପା ଗୁରୁବାରିଆ ପ୍ରଧାନ ଛତ୍ରପୁର ଥାନାରେ ଏକ ଏତଲା ଦେଇଥିଲେ। ଏହାପରେ ପୋଲିସ ମୃତ ଭାରତୀଙ୍କ ସ୍ବାମୀ ବଳରାମକୁ ଗିରଫ କରିଛି। ସେହିପରି ଜୁନ ୨୮ରେ ଛତ୍ରପୁର ଥାନା ରାଜନାପଲ୍ଲୀ ଗାଁର ତପନ ପଢ଼ିହାରୀଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀଙ୍କୁୁ ହତ୍ୟା କରାଯାଇଥିବା ନେଇ ଭାଇ ଭିକାରୀ ସାହୁ ଛତ୍ରପୁର ଥାନାରେ ଏକ ଏତଲା ଦେଇଥିଲେ। ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ମୃତକଙ୍କ ସ୍ବାମୀ ତପନଙ୍କୁ ଶନିବାର ପୋଲିସ ଗିରଫ କରିଛି। ଏନେଇ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।