ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶିକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ଅର୍ଥ ଆତ୍ମସାତ୍‌ କରୁଥିଲେ। ତେବେ ଜଣେ କି ଦୁଇଜଣ, କିମ୍ବା ଗୋଟିଏ ଜିଲାରେ ନୁହେଁ, ରାଜ୍ୟର ବିଭିନ୍ନ ଜିଲାରେ ଜାଲ୍‌ ଛାତ୍ରୀଛାତ୍ର ଦର୍ଶାଇ ପ୍ରଧାନ ଶିକ୍ଷକମାନେ ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା କରିଛନ୍ତି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ(ସିଏଜି) ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ମାର୍ଚ୍ଚ ୩୧ରେ ସିଏଜିଙ୍କ ପକ୍ଷରୁ ମଧ୍ୟାହ୍ନଭୋଜନ ସମେତ ପୋଷଣର କାର୍ଯ୍ୟକାରିତା ଉପରେ ସମ୍ପାଦିତ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରକୃତ ଉପସ୍ଥାନ ଅପେକ୍ଷା ମିଡ୍‌ ଡେ ମିଲ୍‌(ଏମ୍‌ଡିଏମ୍‌) ପରିବେଷଣ,ପରିଚାଳନାରେ ବ୍ୟାପକ ଅମେଳ ରହିଛି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅକ୍ଟୋବର ୨୦୧୬ରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ଚାଲିବ ସେନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। କେଉଁ ବିଦ୍ୟାଳୟରେ କେତେ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନ ଖାଇଲେ ତା’ର ମାସିକ ପ୍ରୋଗ୍ରେସ ରିପୋର୍ଟ (ଏମ୍‌ପିିଆର୍‌) ସଂଗ୍ରହ ଏବଂ ନିର୍ଦ୍ଧାରିତ ଫର୍ମାଟରେ ବିଇଓଙ୍କ ନିକଟରେ ଦାଖଲ ଲାଗି ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାବ୍ୟତୀତ ଏମ୍‌ଡିଏମ୍‌ର ସୁପରିଚାଳନା ପାଇଁ ଡିଇଓ ମାସିକ ପାଞ୍ଚଟି ବିଦ୍ୟାଳୟ ପରିଦର୍ଶନ କରିବାର ମଧ୍ୟ କଥା ରହିଥିଲା। ତେବେ ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୫ଟି ଜିଲାର ଡିଇଓଙ୍କ ଦ୍ୱାରା ନମୁନା ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରେ ୬୪୨ଟି ବିଦ୍ୟାଳୟର ଉପସ୍ଥାନ ପଞ୍ଜିକା ଏବଂ ଦୈନିକ ଉପଯୋଗ ପଞ୍ଜିକା (ଡିସିଆର୍‌) ଯାଞ୍ଚ ବେଳେ ଜଣାପଡ଼ିଥିଲା, ଉପସ୍ଥାନ ପଞ୍ଜିକା ସହିତ ବଲାଙ୍ଗୀର, ମୟୂରଭଞ୍ଜ, ଝାରସୁଗୁଡ଼ା, ରାୟଗଡ଼ା ଏବଂ ଗଞ୍ଜାମ ଜିଲାର ୪୨ଟି ବିଦ୍ୟାଳୟର ଡିସିଆର୍‌ ପ୍ରକୃତରେ ବିଦ୍ୟାଳୟରେ ଯୋଗଦାନ କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ତୁଳନାରେ ମଧ୍ୟାହ୍ନଭୋଜନ ପାଇଥିବା ପିଲାଙ୍କ ସଂଖ୍ୟା ଅଧିକ ରହିଥିଲା। ଉପସ୍ଥାନ ପଞ୍ଜିକା ଅନୁଯାୟୀ, ସମ୍ପୃକ୍ତ ୪୨ଟି ବିଦ୍ୟାଳୟରେ ପ୍ରାଥମିକ ଛାତ୍ରୀଛାତ୍ରଙ୍କ ପାଇଁ ୮୨,୨୭୦ ଏମ୍‌ଡିିଏମ୍‌ ଏବଂ ଉଚ୍ଚପ୍ରାଥମିକ ଛାତ୍ରୀଛାତ୍ରଙ୍କ ପାଇଁ ୧,୩୬,୫୪୬ ଏମ୍‌ଡିିଏମ୍‌ ଡିସିଆର୍‌ରେ ପ୍ରକୃତ ଛାତ୍ର ସଂଖ୍ୟାଠାରୁ ଅଧିକ ଦର୍ଶାଯାଇଛି। ତେବେ ରାଜ୍ୟରେ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ୫ଟି ଜିଲାରେ ହୋଇଥିବା ସର୍ଭେବେଳେ ଜଣାଯାଇଛି ଯେ, ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାପନ ଅପେକ୍ଷା ଅଧିକ ଦର୍ଶାଇ ମଧ୍ୟାହ୍ନଭୋଜନ ଆତ୍ମସାତ୍‌ ହୋଇଛି। ଏହି ଅବଧି ମଧ୍ୟରେ ଶିକ୍ଷକମାନେ ଖାତା ପତ୍ରରେ ୩୩ଲକ୍ଷ ୧୩ହଜାର ୭୭୪ଜଣ ଛାତ୍ରୀଛାତ୍ର ଦର୍ଶାଇଥିବାବେଳେ ବାସ୍ତବରେ ୩୦ଲକ୍ଷ ୯୪ହଜାର ୯୫୮ଜଣ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଉଥିଲେ। ମାତ୍ର ପ୍ରଧାନ ଶିକ୍ଷକମାନେ ଅତିରିକ୍ତ ଭାବେ ୨ଲକ୍ଷ ୧୮ହଜାର ୮୧୬ଜଣ ଛାତ୍ରୀଛାତ୍ରଙ୍କ ଅଧିକ ଉପସ୍ଥାନ ଦର୍ଶାଇ ଏ ବବାଦକୁ ଖାଦ୍ୟ ସାମଗ୍ରୀ ଆତ୍ମସାତ୍‌ କରିଛନ୍ତି। ଏହି ଅନିୟମିତ ଅତିରିକ୍ତ ଉପସ୍ଥାନ ଯୋଗୁ ଏମ୍‌ଡିଏମ୍‌ ବ୍ୟବହାର ୯.୧୨ଲକ୍ଷ ଟଙ୍କା ମୂଲ୍ୟର ୨୮୭.୦୯ କୁଇଣ୍ଟାଲ ଚାଉଳ ଏବଂ ରନ୍ଧନ ଖର୍ଚ୍ଚ ୧୪.୩୩ ଲକ୍ଷ ଟଙ୍କା ବୃଦ୍ଧି ପାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଘଟଣାର ବିସ୍ତୃତ ତଦନ୍ତ କରାଯିବା ଏବଂ ଖାଦ୍ୟଶସ୍ୟର ଯେକୌଣସି ଅପବ୍ୟବହାର ପାଇଁ ଦାୟିତ୍ୱ ନିଶ୍ଚୟ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସିଏଜିଙ୍କ ପକ୍ଷରୁ ସୁପାରିସ କରାଯାଇଥିଲା। ହେଲେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, (୧୪ ମଇ ୨୦୨୫) ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଅନ୍‌ଲାଇନ୍‌ ଉପସ୍ଥାନ ପ୍ରକ୍ରିୟା ଅଧୀନରେ ଅଛି। ବିଭାଗ ଆଗାମୀ ଦିନରେ ଏକ ଉନ୍ନତ ତଦାରଖ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତଥାପି ସମୀକ୍ଷାରୁ ଜଣାଯାଇଛି, ଏମ୍‌ଡିଏମ୍‌ ସଂଖ୍ୟା ତୁଳନାରେ କମ୍‌ ଛାତ୍ରୀଛାତ୍ର ବିଦ୍ୟାଳୟରେ ଯୋଗଦେଇଥିଲେ। ତେଣୁ ମାମଲା ଉପସ୍ଥାନ ରେକର୍ଡିଂ ଅଧୀନରେ ନୁହେଁ ବରଂ ମଧ୍ୟାହ୍ନଭୋଜନ ବ୍ୟବହାରର ଅତ୍ୟଧିକ ଦର୍ଶାଇବା ଯୋଗୁ ହୋଇଥିଲା। ଏହାକୁ ଉପଯୁକ୍ତ ତଦାରଖ ଦ୍ବାରା ରୋକାଯାଇ ପାରିଥାନ୍ତା ବୋଲି ସିଏଜିଙ୍କ ପକ୍ଷରୁ ରିପୋର୍ଟରେ କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri