ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହୋଇଥାଏ। ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ଜନତାର ପ୍ରତିନିଧି। ଯାହାଙ୍କୁ ଲୋକମାନେ ନିଜେ ବାଛନ୍ତି, ଯାହାଙ୍କ ହାତରେ ଶାସନ କ୍ଷମତା ଓ ଶାସନ ଭାର ଦେଇଥାନ୍ତି। ଏଥିରେ ଶାସନ ଓ ଶାସିତ ଏକ ଓ ଅଭିନ୍ନ। ସେଥିପାଇଁ ଏଥିରେ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା ଲାଭ କରିବା ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ହିଁ ଶାସନର ମୂଳଲକ୍ଷ୍ୟ।
ଦୁଇଶହ ବର୍ଷ ତଳେ ହୋଇଥିବା ଫରାସୀ ବିପ୍ଳବ ଇତିହାସକୁ ଏକ ବିଶେଷ ବେଗ ଓ ଉଦ୍‌ବେଳନ ଆଣି ଦେଇଥିଲା। ଏହି ଫରାସୀ ବିପ୍ଳବ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା। ସେଇ ବିପ୍ଳବୀମାନଙ୍କ ସ୍ଲ୍ଳୋଗାନ ଅନୁସାରେ, ସର୍ବପ୍ରଥମେ ହେଉଛି ସ୍ବାଧୀନତା। ଦ୍ୱିତୀୟରେ ସମାନତା ଓ ତୃତୀୟରେ ଭ୍ରାତୃତ୍ୱ ପ୍ରତିଷ୍ଠା ପାଇଁ ସେମାନଙ୍କ ଆନ୍ଦୋଳନର ମୂଳ ଲକ୍ଷ୍ୟ ଥିଲା। ସାରା ପୃଥିବୀରେ ମଣିଷଙ୍କ ପାଇଁ ରାଜତନ୍ତ୍ର ବିରୋଧରେ ନୂଆ ପଥ ଯୋଗାଇ ଦେଇଥିଲା ଏଇ ତିନୋଟି ଶବ୍ଦ। ଫରାସୀ ବିପ୍ଳବ କାଳୀନ ଅର୍ଥ ସନ୍ଦର୍ଭରେ ଶାସନତନ୍ତ୍ରରେ ପରିବର୍ତ୍ତନ ହେଲା। ରାଜତନ୍ତ୍ର ଶାସନରୁ ମୁକ୍ତ ହୋଇ ଗଣତନ୍ତ୍ର ପ୍ରତିଷ୍ଠା ହେଲା।
ଲୋକ ପ୍ରତିନିଧି ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ। ଯେଉଁ ଦେଶର ଲୋକ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧିକାର ତଥା ପ୍ରତିନିଧି ବାଛିବାର ଗୁରୁତ୍ୱ ସମ୍ବନ୍ଧରେ ସଚେତନ, ସେ ଦେଶଗୁଡ଼ିକରେ ଭୋଟଦାତାମାନେ ଲୋକ ପ୍ରତିନିଧି ହେବା ପାଇଁ ଉପଯୁକ୍ତ। ପ୍ରତ୍ୟେକ ବ୍ୟକ୍ତିର ଦୋଷଗୁଣ, କ୍ରିୟାକଳାପ, ଚିନ୍ତାଧାରା, ମାନସିକ ଦୃଷ୍ଟିକୋଣ, ସାଧୁତା ଓ ସଚ୍ଚୋଟପଣିଆ ତଥା ଦକ୍ଷତା ସମ୍ବନ୍ଧରେ ବ୍ୟକ୍ତିଗତ ଭାବରେ ଜ୍ଞାନ ସଂଗ୍ରହ କରି ଉପଯୁକ୍ତ ପ୍ରତିନିଧି ବାଛିବା ଜନସାଧାରଣଙ୍କ କର୍ତ୍ତବ୍ୟ। ଆମ ଦେଶର ଜନସାଧାରଣଙ୍କ ଅଭିଜ୍ଞତାରୁ ମନେହୁଏ, ଏହା ଆଲୋଚନା କରିବା କେବଳ ତାତ୍ତ୍ୱିକ ଓ ପୋଥିଗତ। ଛୁଆଁ ଅଛୁଆଁର ପୀଠସ୍ଥଳୀ ଭାରତ ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ବହୁ ପଛରେ। ପୁଞ୍ଜିପତିର ବିଶାଳ ପ୍ରାସାଦ ଓ ଭିକାରିର ପତ୍ରକୁଡିଆ ମଧ୍ୟରେ ଅର୍ଥନୈତିକ ସମତାର ଆଶା କେବଳ କଳ୍ପନା ବିଳାସ। କୁସଂସ୍କାର ପୂର୍ଣ୍ଣ ସମାଜରେ ବ୍ୟକ୍ତିଗତ ଅଧିକାର ଆକାଶ କଇଆ ଚିଲିକା ମାଛ ପରି ସ୍ବପ୍ନିଳ। ବେଳେବେଳେ ପ୍ରଶ୍ନ ଆସେ ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ, ସତରେ କ’ଣ ତାହା କି?
ଯେଉଁ ଦେଶର ନାଗରିକ ନିଜ ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶଗୁଡ଼ିକରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା କିମ୍ବା ଅପପ୍ରଚାର ବିଶେଷ କାମ କରେ। ବହୁବିଧ ଅସମାନତା ତଥା ଉପେକ୍ଷାକୁ ସାମୂହିକ ଜୀବନ କାରବାରରେ ମୁଖ୍ୟ ମୀମାଂସକ ରୂପେ ଯୋଡି ରଖିଥିବା ସ୍ବାର୍ଥ ପକ୍ଷଟି ସର୍ବଦା କ୍ଷମତାଗୁଡିକୁ ଦଖଲ କରି ଆପଣାର ବିଶେଷ ସ୍ବାର୍ଥ ସାଧନରେ ବ୍ୟବହାର କରିଛନ୍ତି। ପୃଥିବୀରେ ଶାସନ ସ୍ତରୀୟ ଗଢଣଗୁଡିକ ରାଜତନ୍ତ୍ରରୁ ଏକ ଗଣତନ୍ତ୍ରୀୟ ଚେହେରାକୁ ବଦଳି ଯାଇଥିଲେ ମଧ୍ୟ ପୁରୁଣା ସ୍ବାର୍ଥୀମାନେ ପୂର୍ବପରି ସକ୍ରିୟ ହୋଇ ରହୁଛନ୍ତି। ଦେଶର ଅଶିକ୍ଷା, ଦାରିଦ୍ର୍ୟ, ରୋଗ, ନିତିଦିନର ସ୍ବାଭାବିକ ଶୈଳୀ ପ୍ରାୟ ହୋଇ ଅନେକ କୋଟି ମନୁଷ୍ୟଙ୍କ ଭାଗ୍ୟକୁ ଏହି ବ୍ୟବସ୍ଥା କାମୁଡ଼ି ଧରିଛି। ଭାରତୀୟ ଗଣତନ୍ତ୍ରରେ ଅନଟନ ଅବିଚ୍ଛିନ୍ନ ଜାରି ରହିଛି।
ଭାରତର ଗଣତନ୍ତ୍ରର ପ୍ରଥମ କାଳରେ ବିପ୍ଳବୀଙ୍କର ଯେଉଁ ଆଭିମୁଖ୍ୟ ଥିଲା, ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ହୋଇଗଲା। ଭାରତୀୟ ଗଣତନ୍ତ୍ରରେ ଯେଉଁ ଜାତୀୟବାଦକୁ ଆଶ୍ରୟ କରାଗଲା, ତାହା ସମଗ୍ର ଭାରତ ଭୂଖଣ୍ଡରୁ ଶୋଷଣ ତଥା ଯାବତୀୟ ଆନୁଷଙ୍ଗିକ ଯାବତୀୟ ଅସମାନତାକୁ ଦୂର କରିବାର ନିଜର ସେଇ ପ୍ରଥମ ଲକ୍ଷ୍ୟଟି ଧୀରେ ଧୀରେ ଗୌଣ ହୋଇଗଲା। ଗଣତନ୍ତ୍ର ଶାସନର ସଫଳ ପ୍ରତିଫଳନ ମରୀଚିକା ପରି ହାତଛଡ଼ା ହେଲା।
ଆମ ଦେଶରେ କେତେ ବିରାଡି ବୈଷ୍ଣବ ଶାସନ କ୍ଷମତା ପାଇବା ଲୋଭରେ ଜନପ୍ରତିନିଧି ହେବାକୁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେଲେ। ବାଜା ବଜାଇ, ନାଚ ଗୀତ କରି , ସଭା ସମିତିରେ ଛାତି ପିଟି ବାହୁସ୍ଫୋଟ ମାରି, ଧୂଆଁବାଣର ମିଛ ପ୍ରତିଶ୍ରୁତି ଦେଇ, ଭଡାଟିଆ ଲୋକଙ୍କ ସାହାଯ୍ୟରେ ଭ୍ରମ ବାଡେଇ, ଧନ କାର୍ପଣ୍ୟ ଓ ସେବାର ଆଶ୍ରୟ ନେଇ ପ୍ରତିନିଧିମାନେ ମିଥ୍ୟା ପ୍ରଚାର କରଅପପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରିବାକୁ ଚେଷ୍ଟା ଜାରି ରଖିଲେ।
ସାଧାରଣ ଜନତା ଯେତେବେଳେ ଭଲ ମନ୍ଦ ଚିହ୍ନିବାର ଯୋଗ୍ୟତା ହରାଇ ବସନ୍ତି, ସେଠାରେ ପ୍ରୋପାଗଣ୍ଡାର ଜୟ ହୁଏ। ପ୍ରଶ୍ନ ଉଠେ ପ୍ରୋପାଗଣ୍ଡା କ’ଣ? ମିଥ୍ୟାକୁ ସତ୍ୟରେ ପରିଣତ କରିବା ହିଁ ପ୍ରୋପାଗଣ୍ଡା। ତିନି ତୁଣ୍ଡରେ ଛେଳି କୁକୁର ହେବା ପରି ଗଣତନ୍ତ୍ର ଶାସନରେ ଲୋକ ପ୍ରତିନିଧି ଶାସନ କ୍ଷମତା ନିଜ ହାତକୁ ଆଣୁଛନ୍ତି। କେବଳ ତିନି ତୁଣ୍ଡ ନୁହେଁ ତା ସାଙ୍ଗକୁ ପ୍ରଚାର ପତ୍ର, କାନ୍ଥବାଡ ଲେଖା, ଆଧୁନିକ ସଙ୍ଗୀତ, ସିନେମା, ରେଡିଓ, ସଭାସମିତି, ଶୋଭାଯାତ୍ରା ଓ ଡିଜିଟାଲ ମାଧ୍ୟମରେ ଅନେକ ନୂତନ ଆଧୁନିକ ଢଙ୍ଗରେ ଏହି ପ୍ରଚାର ଅସ୍ତ୍ର ସାଧାରଣ ଆଖିକୁ ଚମକାଇ ଦେଉଛି। ସେହିଭଳି ପ୍ରାର୍ଥୀଙ୍କ ପାଖରେ ଧନର ଅଭାବ ନ ଥିବାରୁ ଏଭଳି ପ୍ରୋପାଗଣ୍ଡା କରି ପାରୁଛନ୍ତି । ଯେଉଁଠାରେ ଶିକ୍ଷିତ ଭୋଟର ଉଦାସୀନ ସେହିଠାରେ ଅନେକ କ୍ଷେତ୍ରରେ କେବଳ ଅପପ୍ରଚାର ଦ୍ୱାରା ଜନପ୍ରତିନିଧିଙ୍କ ଜୟ ହୋଇଥାଏ। ଏହିପରି ଅସତ ଉପାୟରେ, ଅପପ୍ରଚାର ଶକ୍ତି ବଳରେ ଜିଣିଥିବା କେତେକ ଜନପ୍ରତିନିଧି କ୍ଷମତା ପାଇ ଗରିବ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିବା ବେଳେ ମାଙ୍କଡ ଓ ଦୁଇ ବିରାଡିଙ୍କ ମଧ୍ୟରେ ପିଠା ବାଣ୍ଟିବା ନ୍ୟାୟରେ, ଏପଟୁ ପୁଳେ ସେପଟୁ ପୁଳେ କାଢି ଆଣି ନିଜ ପକେଟରେ ଭର୍ତ୍ତି କରି ନେଉଛନ୍ତି। ତରାଜୁର ଦୁଇପଟ ଖାଲି ହେବା ପରେ ବିଚରା ଜନତା ମିଟି ମିଟି କରି ଅନାଇ ରହିବା ସାର ହେଉଛି। ଆଜିକାଲିର ଜନପ୍ରତିନିଧି ଠିକ ବାଉଁଶ ରାଣୀର ଖେଳ ପରି ଖେଳ କରି ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଥରେ ଏହି ଖେଳ ଭାଙ୍ଗିଗଲେ, ପୁଣି ନୂଆ ଅଭିନୟ ଆରମ୍ଭ ହେଉଛି, ଠିକ୍‌ ପୂର୍ବପରି ଢଙ୍ଗରେ। ଫରକ ଏତିକି, ସେଇ ଜନତା, ସେଇ ନେତା, ସେଇ ଖେଳ, ସେଇ ଭ୍ରଷ୍ଟାଚାର, ବ୍ୟବଧାନ କେବଳ ସମୟ।
ଯେଉଁ ଲୋକ ପ୍ରତିନିଧି କିଛି ଅର୍ଥ, କିଛି ଉପହାର, କିଛି ଭୋଜିଭାତ ଦ୍ୱାରା ଜନତାଙ୍କ ମୁଣ୍ଡ କିଣି ଥାଏ ସେହି ପ୍ରତିନିଧି ନିଜର ସଚ୍ଚୋଟ ପଣିଆକୁ କିପରି ଆପଣେଇ ପାରିବ? ଗଣତନ୍ତ୍ର ବା ଏଥିପାଇଁ ଦୋଷୀ କାହିଁକି ହେବ। ଗଧିଆ ଯଦି ମେଣ୍ଢା ପୋଷାକରେ ମେଣ୍ଢାଙ୍କ ମେଳରେ ପଶି, ଗୋଟି ଗୋଟି ମେଣ୍ଢାଙ୍କୁ ଖାଇବାକୁ ଆରମ୍ଭ କରିଦିଏ, ସେଥିପାଇଁ ଦୋଷୀ କିଏ? ଗଧିଆ ନାଁ ମେଣ୍ଢା।
ଗଣତନ୍ତ୍ର ଶ୍ରେଷ୍ଠ ଶାସନ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କଥାରେ ଅଛି, ଯିଏ ଯେଉଁ ଶାସନ ପାଇଁ ଉପଯୁକ୍ତ, ସେ ତାହା ପାଏ। ଆଜି ପ୍ରତ୍ୟେକ ଜନସାଧାରଣ ସେମାନଙ୍କ ଅବସ୍ଥା ପାଇଁ ସେମାନେ ନିଜେ ଦାୟୀ। ଆତ୍ମ ସମୀକ୍ଷା ନ କରି ଗଣତନ୍ତ୍ରକୁ ଦୋଷ ଦେବା ଆଦୌ ଗ୍ରହଣୀୟ ନୁହେଁ। ଆଜି ସାଧାରଣ ଜନତା ନିଜେ ନିଜ ବିବେକକୁ ନେତାଙ୍କ ନିକଟରେ ବନ୍ଧା ପକାଇବା ଗଣତନ୍ତ୍ର ପାଇଁ ବଡ ସଙ୍କଟ ହୋଇଛି।

ଡ. ଚନ୍ଦ୍ରକଳା ନାୟକ
ଅଧ୍ୟାପିକା, ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ, ଛତିଆ, ଯାଜପୁର, ମୋ:୯୪୩୭୯୫୭୬୧୭


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri