Posted inଜାତୀୟ

କାହିଁକି ରେଖାଙ୍କୁ କରାଗଲା Delhi CM, ଜାଣନ୍ତୁ ଭାଜପାର ଭିତିରି ପ୍ଲାନ

ନୂଆଦିଲ୍ଲୀ,୨୦।୨: ସବୁ କଳ୍ପନାଜଳ୍ପନାର ଅନ୍ତ । ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ହୋଇଛି । Delhi New CM ହୋଇଛନ୍ତି ରେଖା ଗୁପ୍ତା । ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଗୁରୁବାର ଅର୍ଥାତ ଆଜି ମଧ୍ୟାହ୍ନ ୧୨ ଟା ୩୫ ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାସହ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବେ । ତେବେ ରେଖାଙ୍କୁ କାହିଁକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରାଗଲା ? କ’ଣ ରହିଛି ଏହା ପଛର କାରଣ ? ଏତେ ବଡ ବଡ ଚେହେରା ଥାଇ ବି କାହିଁକି ରେଖା ସିଏମ ହେଲେ ତାହା ପୁଣି ଦେଶର ରାଜଧାନୀ ଦିଲ୍ଲୀରେ। ଆସନ୍ତୁ ଜାଣିବା…

Delhi New CM ହୋଇଛନ୍ତି ରେଖା ଗୁପ୍ତା । Rekha Gupta ଏବେ ଦେଶର ରାଜଧାନୀର ଶାସନ ଭାର ସମ୍ଭାଳିବେ । ଦିଲ୍ଲୀ ଭାଜପାର ସାଧାରଣ ସମ୍ପାଦକ ଅଛନ୍ତି ରେଖା । ପ୍ରକାଶଥାଉ ଯେ, ପ୍ରଥମଥର ପାଇଁ ରେଖା ଗୁପ୍ତା ବିଧାୟକ ଭାବରେ ର୍ନିବାଚିତ ହୋଇ ସିଏମ ହୋଇଛନ୍ତି । ତାହା ପୁଣି ଦେଶର ରାଜଧାନୀର । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ସେ ଦାୟିତ୍ୱ ସମ୍ଭାଳିବେ । ଦିଲ୍ଲୀର ଶାଲିମାର ବାଗ ଆସନରୁ ସେ ବିଧାୟିକା ରହିଛନ୍ତି ।

୧୯୯୩ରେ ରେଖା ପ୍ରଥମ କରି ନିଜର ରାଜନୈତିକ କ୍ୟାରିୟର ABVPରୁ ଆରମ୍ଭ କରିଥିଲେ । ୧୯୯୬-୧୯୯୭ ରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଛାତ୍ର ସଂଘ (DUSU) ଅଧ୍ୟକ୍ଷ ହୋଇଥିଲେ । ୨୦୦୭ ଓ ୨୦୧୨ରେ ଉତ୍ତର ପିତମପୁରାରେ (ୱାର୍ଡ-54)ରୁ ନିଗମ ପରିଷଦ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ୨୦୨୨ରେ ଦିଲ୍ଲୀ ନଗର ନିଗମର ମେୟର ପ୍ରାର୍ଥୀ ଭାବେ ଭାଜପାରୁ ର୍ନିବାଚନ ଲଢିଥିଲେ । ଚଳିତ ର୍ନିବାଚନରେ ପ୍ରଥମ କରି ସେ ବିଧାୟିକା ଭାବେ ର୍ନିବାଚିତ ହୋଇଛନ୍ତି । ଶାଲିମାର ବାଗ ର୍ନିବାଚନ ମଣ୍ଡଳୀରୁ ବିଧାୟିକା ହୋଇଥିବା ରେଖାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରାଯାଇଛି ।

ବିଧାୟକ ପରଭେଶ ବର୍ମା, ସତୀଶ ଉପାଧ୍ୟାୟ, ଆଶିଷ ସୁଦ, ଜିତେନ୍ଦ୍ର ମହାଜନ, ବିଜେନ୍ଦ୍ର ଗୁପ୍ତା, ଅଭୟ ବର୍ମା, ରେଖା ଗୁପ୍ତା ଏବଂ ଶିଖ ରାୟଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହେବାନେଇ ଚର୍ଚ୍ଚା ହେଉଥିଲା । ଚର୍ଚ୍ଚାର ଆଗରେ ଥିଲା ରେଖାଙ୍କ ନାଁ । ଏପରିକି ଭାଜପା ଆଶ୍ଚର୍ଯ୍ୟଜନକ ଭାବେ କାହାକୁ ବି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିପାରେ ବୋଲି ମଧ୍ୟ କୁହାଯାଉଥିଲା । ହେଲେ ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ମାରିଛି ଦଳ ।

କହିରଖୁଛୁ କି, ଭାଜପା ସବୁବେଳେ ନୂଆ ଚେହେରାକୁ ସୁଯୋଗ ଦେଉଛି । ଗୁଜରାଟ, ମଧ୍ୟପ୍ରଦେଶ, ଓଡିଶା, ଛତିଶଗଡରେ ମଧ୍ୟ ଭାଜପାର ଏ ଗେମ ପ୍ଲାନ ପୂର୍ବରୁ ଦେଖିବାକୁ ମିଳିଛି । ତାହାସହ ରେଖାଙ୍କ ବୟସ ମଧ୍ୟ କମ ଅନ୍ୟ ଚେହେରାଙ୍କ ଅପେକ୍ଷା ।
ଭାଜପାର କୌଣସି ମୁଖ୍ୟମନ୍ତ୍ରୀଙ୍କ ନାମରେ ଦୁର୍ନୀତିର ଦାଗ ନାହିଁ । ରେଖାଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖିବାକୁ ମିଳିଛି । ଜନତାଙ୍କ ସେବକ ଭାବରେ କାର୍ଯ୍ୟ କରିବାର କ୍ଷମତା ମଧ୍ୟ ରେଖାଙ୍କ ପାଖରେ ରହିଛି । ସେ ସାଧାରଣ ବର୍ଗରୁ ଆସନ୍ତି । ଯାହାଫଳରେ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ ହୋଇଛନ୍ତି ।

ସଂଗଠନରେ ମଧ୍ୟ ରେଖା ଗୁପ୍ତାଙ୍କ ଦବଦବା ରହିଛି । ଆରଏସଏସ ସହ ସେ ଦୀର୍ଘ ଦିନରୁ ଜଡିତ ମଧ୍ୟ । ତାହାସହ ଦେଶର ରାଜଧାନୀର ସେ ଲୋକପ୍ରିୟ ଚେହେରା ମଧ୍ୟ । ସେହିଭଳି ପରଭେଶ ବର୍ମାଙ୍କୁ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିଛି । ସେ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିଲେ । ପ୍ରକାଶଥାଉ ଯେ ରେଖା ଗୁପ୍ତା ବଣିଆ ସମ୍ପ୍ରଦାୟର । ଦିଲ୍ଲୀରେ ତାଙ୍କର ଅଧିକ ଦବଦବା ରହିଛି ଓ ସେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ମଧ୍ୟ ରହି ସାରିଛନ୍ତି । ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଓ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବେ ରେଖା । ରେଖା ଦକ୍ଷିଣ ଦିଲ୍ଲୀ ନିଗମର ପୂର୍ବତନ ମେୟର ମଧ୍ୟ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri