Posted inଜାତୀୟ

କାହିଁକି ରେଖାଙ୍କୁ କରାଗଲା Delhi CM, ଜାଣନ୍ତୁ ଭାଜପାର ଭିତିରି ପ୍ଲାନ

ନୂଆଦିଲ୍ଲୀ,୨୦।୨: ସବୁ କଳ୍ପନାଜଳ୍ପନାର ଅନ୍ତ । ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ହୋଇଛି । Delhi New CM ହୋଇଛନ୍ତି ରେଖା ଗୁପ୍ତା । ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଗୁରୁବାର ଅର୍ଥାତ ଆଜି ମଧ୍ୟାହ୍ନ ୧୨ ଟା ୩୫ ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାସହ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବେ । ତେବେ ରେଖାଙ୍କୁ କାହିଁକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରାଗଲା ? କ’ଣ ରହିଛି ଏହା ପଛର କାରଣ ? ଏତେ ବଡ ବଡ ଚେହେରା ଥାଇ ବି କାହିଁକି ରେଖା ସିଏମ ହେଲେ ତାହା ପୁଣି ଦେଶର ରାଜଧାନୀ ଦିଲ୍ଲୀରେ। ଆସନ୍ତୁ ଜାଣିବା…

Delhi New CM ହୋଇଛନ୍ତି ରେଖା ଗୁପ୍ତା । Rekha Gupta ଏବେ ଦେଶର ରାଜଧାନୀର ଶାସନ ଭାର ସମ୍ଭାଳିବେ । ଦିଲ୍ଲୀ ଭାଜପାର ସାଧାରଣ ସମ୍ପାଦକ ଅଛନ୍ତି ରେଖା । ପ୍ରକାଶଥାଉ ଯେ, ପ୍ରଥମଥର ପାଇଁ ରେଖା ଗୁପ୍ତା ବିଧାୟକ ଭାବରେ ର୍ନିବାଚିତ ହୋଇ ସିଏମ ହୋଇଛନ୍ତି । ତାହା ପୁଣି ଦେଶର ରାଜଧାନୀର । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ସେ ଦାୟିତ୍ୱ ସମ୍ଭାଳିବେ । ଦିଲ୍ଲୀର ଶାଲିମାର ବାଗ ଆସନରୁ ସେ ବିଧାୟିକା ରହିଛନ୍ତି ।

୧୯୯୩ରେ ରେଖା ପ୍ରଥମ କରି ନିଜର ରାଜନୈତିକ କ୍ୟାରିୟର ABVPରୁ ଆରମ୍ଭ କରିଥିଲେ । ୧୯୯୬-୧୯୯୭ ରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଛାତ୍ର ସଂଘ (DUSU) ଅଧ୍ୟକ୍ଷ ହୋଇଥିଲେ । ୨୦୦୭ ଓ ୨୦୧୨ରେ ଉତ୍ତର ପିତମପୁରାରେ (ୱାର୍ଡ-54)ରୁ ନିଗମ ପରିଷଦ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ୨୦୨୨ରେ ଦିଲ୍ଲୀ ନଗର ନିଗମର ମେୟର ପ୍ରାର୍ଥୀ ଭାବେ ଭାଜପାରୁ ର୍ନିବାଚନ ଲଢିଥିଲେ । ଚଳିତ ର୍ନିବାଚନରେ ପ୍ରଥମ କରି ସେ ବିଧାୟିକା ଭାବେ ର୍ନିବାଚିତ ହୋଇଛନ୍ତି । ଶାଲିମାର ବାଗ ର୍ନିବାଚନ ମଣ୍ଡଳୀରୁ ବିଧାୟିକା ହୋଇଥିବା ରେଖାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରାଯାଇଛି ।

ବିଧାୟକ ପରଭେଶ ବର୍ମା, ସତୀଶ ଉପାଧ୍ୟାୟ, ଆଶିଷ ସୁଦ, ଜିତେନ୍ଦ୍ର ମହାଜନ, ବିଜେନ୍ଦ୍ର ଗୁପ୍ତା, ଅଭୟ ବର୍ମା, ରେଖା ଗୁପ୍ତା ଏବଂ ଶିଖ ରାୟଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହେବାନେଇ ଚର୍ଚ୍ଚା ହେଉଥିଲା । ଚର୍ଚ୍ଚାର ଆଗରେ ଥିଲା ରେଖାଙ୍କ ନାଁ । ଏପରିକି ଭାଜପା ଆଶ୍ଚର୍ଯ୍ୟଜନକ ଭାବେ କାହାକୁ ବି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିପାରେ ବୋଲି ମଧ୍ୟ କୁହାଯାଉଥିଲା । ହେଲେ ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ମାରିଛି ଦଳ ।

କହିରଖୁଛୁ କି, ଭାଜପା ସବୁବେଳେ ନୂଆ ଚେହେରାକୁ ସୁଯୋଗ ଦେଉଛି । ଗୁଜରାଟ, ମଧ୍ୟପ୍ରଦେଶ, ଓଡିଶା, ଛତିଶଗଡରେ ମଧ୍ୟ ଭାଜପାର ଏ ଗେମ ପ୍ଲାନ ପୂର୍ବରୁ ଦେଖିବାକୁ ମିଳିଛି । ତାହାସହ ରେଖାଙ୍କ ବୟସ ମଧ୍ୟ କମ ଅନ୍ୟ ଚେହେରାଙ୍କ ଅପେକ୍ଷା ।
ଭାଜପାର କୌଣସି ମୁଖ୍ୟମନ୍ତ୍ରୀଙ୍କ ନାମରେ ଦୁର୍ନୀତିର ଦାଗ ନାହିଁ । ରେଖାଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖିବାକୁ ମିଳିଛି । ଜନତାଙ୍କ ସେବକ ଭାବରେ କାର୍ଯ୍ୟ କରିବାର କ୍ଷମତା ମଧ୍ୟ ରେଖାଙ୍କ ପାଖରେ ରହିଛି । ସେ ସାଧାରଣ ବର୍ଗରୁ ଆସନ୍ତି । ଯାହାଫଳରେ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ ହୋଇଛନ୍ତି ।

ସଂଗଠନରେ ମଧ୍ୟ ରେଖା ଗୁପ୍ତାଙ୍କ ଦବଦବା ରହିଛି । ଆରଏସଏସ ସହ ସେ ଦୀର୍ଘ ଦିନରୁ ଜଡିତ ମଧ୍ୟ । ତାହାସହ ଦେଶର ରାଜଧାନୀର ସେ ଲୋକପ୍ରିୟ ଚେହେରା ମଧ୍ୟ । ସେହିଭଳି ପରଭେଶ ବର୍ମାଙ୍କୁ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିଛି । ସେ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିଲେ । ପ୍ରକାଶଥାଉ ଯେ ରେଖା ଗୁପ୍ତା ବଣିଆ ସମ୍ପ୍ରଦାୟର । ଦିଲ୍ଲୀରେ ତାଙ୍କର ଅଧିକ ଦବଦବା ରହିଛି ଓ ସେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ମଧ୍ୟ ରହି ସାରିଛନ୍ତି । ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଓ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବେ ରେଖା । ରେଖା ଦକ୍ଷିଣ ଦିଲ୍ଲୀ ନିଗମର ପୂର୍ବତନ ମେୟର ମଧ୍ୟ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?