Posted inଜାତୀୟ

ବାଚସ୍ପତି ନିର୍ବାଚନରେ ଭୋଟ୍‌ ଦେଇପାରିବେ ନାହିଁ ଏହି ୭ ଏମ୍‌ପି! ଏନ୍‌ଡିଏ ନା ଇଣ୍ଡିଆ ମେଣ୍ଟକୁ ହେବ କ୍ଷତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୬: ଅଷ୍ଟାଦଶ ଲୋକସଭାର ବାଚସ୍ପତି ପଦକୁ ନେଇ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଅନେକ ବର୍ଷ ପରେ ଏଥିଲାଗି ନିର୍ବାଚନ ହେବାକୁ ଯାଉଛନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ବତନ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ମେଣ୍ଟ ପକ୍ଷରୁ ବରିଷ୍ଠ କଂଗ୍ରେସ ଏମ୍‌ପି କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଛି। ଏହାକୁ ଦେଖିଲେ ଉଭୟ ପକ୍ଷଙ୍କ ଲାଗି ଗୋଟିଏ ଗୋଟିଏ ଭୋଟର ଗୁରୁତ୍ୱ ବଢ଼ିଛି। ତେବେ କିଛି ଏଭଳି ଏମ୍‌ପି ରହିଛନ୍ତି, ଯିଏ ଲୋକ ସଭା ବାଚସ୍ପତି ପଦ ଲାଗି ହେବାକୁ ଥିବା ନିର୍ବାଚନରେ ଭୋଟ୍‌ ଦେଇ ପାରିବେ ନାହିଁ।

୧୮ତମ ଲୋକ ସଭାର ପ୍ରଥମ ଦୁଇ ଦିନ ଶପଥଗ୍ରହଣ ଲାଗି ନିର୍ଦ୍ଧାରିତ କରାଯାଇଥିଲା। ଏହି ସମୟରେ ୭ଜଣ ଏମ୍‌ପିଙ୍କୁ ଛାଡ଼ି ବାକି ଶପଥ ନେଇ ସାରିଛନ୍ତି। ଏହି କାରଣରୁ ଜିତିଥିବା ସତ୍ତ୍ୱେ ଏମ୍‌ପିମାନେ ନିଜର ଅଧିକାରରୁ ବଞ୍ଚିତ ରହିବେ। ଶପଥ ନେଇ ନ ଥିବାରୁ ବୁଧବାର ହେବାକୁ ଥିବା ଲୋକ ସଭା ବାଚସ୍ପତି ନିର୍ବାଚନରେ ଏମାନେ ଭୋଟ ଦେଇପାରିବେ ନାହିଁ।

ଶପଥ ନେଇ ନ ଥିବା ଏମ୍‌ପିମାନଙ୍କ ମଧ୍ୟରେ ବିରୋଧୀ ଦଳର ୫ ଏମ୍‌ପି ଥିବା ବେଳେ ୨ ସ୍ବାଧୀନ ରହିଛନ୍ତି। ଯେଉଁମାନଙ୍କ ମଧ୍ୟରେ ୨ଜଣ ଜେଲରେ ରହିଥିବାରୁ ଶପଥ ନେବା ଲାଗି ଉପସ୍ଥିତ ହୋଇପାରିନାହାନ୍ତି। ତେବେ ଅମୃତପାଲ ସିଂ,ରଶିଦ, ଶତ୍ରୁଘ୍ନ ସିନ୍ହା, ଶଶି ଥରୁର, ଅଫଜାଲ ଅଂସାରୀଙ୍କ ନାମ ଜଣାପଡ଼ିଥିଲେ ହେଁ ବାକି ୨ଜଣଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ତେବେ ଶପଥ ଗ୍ରହଣ ସମାରୋହରେ ଶାସକ ଦଳର ସମସ୍ତ ଏମ୍‌ପି ଶପଥ ନେଇ ସାରିଥିବାରୁ ଏହା ବିରୋଧୀ ଦଳ ପାଇଁ ଝଟ୍‌କା ହୋଇପାରେ। କାରଣ ଶପଥ ନେଇ ନ ଥିବା ଏମ୍‌ପିମାନଙ୍କ ମଧ୍ୟରେ ୫ ବିରୋଧୀ ଦଳର ଅଛନ୍ତି। ଯଦି ମତଦାନ ଆରମ୍ଭ ହେବା ପୂର୍ବରୁ ସେମାନେ ଶପଥ ଗ୍ରହଣ କରିନିଅନ୍ତି ତେବେ ସେମାନେ ଭୋଟ ଦେଇପାରନ୍ତି। ହେଲେ ସେମାନେ ବାଚସ୍ପତି ଚୟନ ହେବା ପରେ ଶପଥ ନେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri