ତାଲିବାନ ଏବଂ ପାକିସ୍ତାନ ସେନା ମଧ୍ୟରେ କାହିଁକି ହେଉଛି ଯୁଦ୍ଧ? ଏହାର ପରିଣାମ କ’ଣ…

ଇସଲାମାବାଦ,୩୧।୧୨: ଆଜିକାଲି ଚାରିଆଡୁ ଅଡ଼ୁଆରେ ଫସିଛି ପାକିସ୍ତାନ। ପଡ଼ୋଶୀ ଦେଶ ଆଫଗାନିସ୍ତାନ ସହ ପାକିସ୍ତାନର ଯୁଦ୍ଧ ଆରମ୍ଭ ହୋଇଛି। କିଛି ଦିନ ପୂର୍ବେ ପାକିସ୍ତାନ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ତାଲିବାନ ଏବେ ଏହାର ଜୋରଦାର ଜବାବ ଦେଉଛି। ପ୍ରଥମେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌ରେ ଅନେକ ପ୍ରାଣ ହାନୀ ହୋଇଥିବା ତାଲିବାନ କହିଥିବା ବେଳେ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର ଅନେକ ଯବାନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି।

ଚଳିତ ବର୍ଷ ମାର୍ଚ୍ଚରେ ପାକିସ୍ତାନ ଆଫଗାନିସ୍ତାନରେ ପଶି ଏୟାର ଷ୍ଟ୍ରାଇକ୍‌ କରିଥିଲା। ସେବେଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। କେଉଁ କାରଣରୁ ଉଭୟ ଇସଲାମିକ୍‌ ଦେଶ ମୁହାଁମୁହିଁ ହୋଇଛନ୍ତି ତାହା ଜାଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ଯଦି ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ବଢ଼ିବ ତେବେ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ଉପରେ ବିପଦ ସୃଷ୍ଟି ହୋଇପାରେ।

ଅଗଷ୍ଟ ୨୦୨୧ରେ ଯେତେବେଳେ ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିଥିଲା ସେତେବେଳେ ତାଲିବାନ ଶାସନ କ୍ଷମତାକୁ ଆସିଥିଲା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ସରକାର ଉତ୍ସବ ମନାଇଥିଲେ। ତାଲିବାନ ଫେରିବା ଅର୍ଥ ଆଫଗାନିସ୍ତାନ ନାଗରିକମାନେ ଗୁଲାମୀର ବେଡ଼ି ଭାଙ୍ଗିଛନ୍ତି। ହେଲେ ଗତ କିଛି ବର୍ଷ ମଧ୍ୟରେ ସମ୍ପର୍କ କାହିଁକି ଏତେ ଖରାପ ହୋଇଗଲା ତାହା ପ୍ରଶ୍ନ ଘେରକୁ ଆସିଛି।

ତାଲିବାନ ସହ ପାକିସ୍ତାନର ଏହି ଯୁଦ୍ଧ ଏମିତି ସମୟରେ ଆରମ୍ଭ ହୋଇଛି, ଯେତେବେଳେ ପାକିସ୍ତାନ ଆର୍ଥିକ ଏବଂ ରାଜନୈତିକ ଅସୁବିଧାର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ପାକିସ୍ତାନ ଉପରେ ତାଲିବାନ ଆକ୍ରମଣ କରୁଥିବା ବେଳେ ବେଲୁଚିସ୍ତାନରେ ଲଗାତାର ବୋମା ବିସ୍ଫୋରଣ ସହ ଇରାନ ସହ ଚାଲିଥିବା ମତାନ୍ତରକୁ ନେଇ ଚିନ୍ତା ବଢ଼ିଛି।

ପାକିସ୍ତାନର ଏଜେନ୍ସି ଆଇଏସ୍‌ପିଆର୍‌ ଅନୁସାରେ, ୨୦୨୪ରେ ମୋଟ ୪୪୪ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ସେନାର ୬୮୫ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରେ ୨୦୨୪ରେ ହିଂସା ମାମଲାରେ ୨୫୪୬ ମୃତ୍ୟୁ ଘଟିଛି। ଏଥିରୁ ୯୪% ମୃତ୍ୟୁ ଖୈବର ପଖ୍‌ତୁନ୍‌ଖା ଏବଂ ବେଲୁଚିସ୍ତାନରେ ହୋଇଛି। ଯେଉଁଥିରୁ ଉଭୟ ଅଞ୍ଚଳ କେତେ ଅଶାନ୍ତ ତାହା ବୁଝାପଡ଼ୁଛି।

ପାକିସ୍ତାନ ଅଭିଯୋଗ କରିଆସୁଛି ଯେ ଆଫଗାନିସ୍ତାନ ତହରିକ-ଏ-ତାଲିବାନ ପାକିସ୍ତାନ ଅର୍ଥାତ ଟିଟିପିକୁ ହତିଆର ଏବଂ ଜରୁରୀ ସଂଶାଧନ ଯୋଗାଉଛି। ଏହାଦ୍ୱାରା ଟିଟିପିର ଆତଙ୍କବାଦୀମାନେ ପାକିସ୍ତାନରେ ବୋମାମାଡ଼ କରୁଛନ୍ତି। ଆଫଗାନିସ୍ତାନ ଭଳି ପାକିସ୍ତାନରେ ଶରିୟା ଆଇନ ଲାଗୁ ହେଉ ବୋଲି ଟିଟିପି ଦାବି କରୁଛି। ଟିଟିପି ଏକ ଭୟଙ୍କର ଆତଙ୍କବାଦୀ ସଂଗଠନ। ଏହାର ନାମ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ହତ୍ୟା ମାମଲାରେ ମଧ୍ୟ ସାମ୍ନାକୁ ଆସିଥିଲା। ଗତ କିଛି ବର୍ଷ ମଧ୍ୟରେ ଟିଟିପି ପାକିସ୍ତାନରେ ମଜଭୂତ ଆତଙ୍କବାଦୀ ସଂଗଠନ ପାଲଟିଛି। କହିବାକୁ ଗଲେ ଦେଶର ସୁରକ୍ଷା ଲାଗି ଏହା ବଡ଼ ବିପଦ ସାବ୍ୟସ୍ତ ହୋଇପାରେ।

ଟିଟିପିର ବିଚାରଧାରା ଆଫଗାନିସ୍ତାନର ତାଲିବାନ ସହ ମେଳ ଖାଉଛି। କାବୁଲରେ ଶାସନ କ୍ଷମତାକୁ ଆସିବା ପରେ ତାଲିବାନ ଟିଟିପିର ଆତଙ୍କବାଦୀମାନେ ପାକିସ୍ତାନ ବିପକ୍ଷରେ ଆକ୍ରମଣ କରିବେ ନାହିଁ ବୋଲି ପାକିସ୍ତାନ ଆଶା କରୁଥିଲା। ହେଲେ ଟିଟିପି ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ଅନେକ ଆକ୍ରମଣ କରିଛି। ଏଥିରେ ୨୦୧୪ରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇଙ୍କ ଉପରେ ଆକ୍ରମଣ, ଡିସେମ୍ବର ୨୦୧୪ରେ ପେଶାଓ୍ବରର ଆର୍ମି ପବ୍ଲିକ ସ୍କୁଲ ଉପରେ ଆକ୍ରମଣ ପ୍ରମୁଖ ରହିଛି।

କହିରଖୁଛୁ, ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ୨୬୪୦ କିମି ଲମ୍ବା ଦୁରନ୍ଦ ଲାଇନ୍‌ ଅଛି। ଏହି ଲାଇନ୍‌ ଉଭୟ ଦେଶକୁ ଅଲଗା କରିଥାଏ ହେଲେ ତାଲିବାନ ଏହାକୁ ମାନେ ନାହିଁ। ଏହି ଲାଇନର ଅନ୍ୟ ପଟରେ ଥିବା ଅଞ୍ଚଳରେ ତାଙ୍କର ଅଧିକାର ବୋଲି ଭାବେ। ଯେତେବେଳେ ଏହା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ପାକିସ୍ତାନ ଏଠାରେ ତାରବାଡ଼ କରିବା ଆରମ୍ଭ କରିଥିଲା। ସେବେଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। କାରଣ ଆଫଗାନ ଏବଂ ପଶ୍‌ତୁନ ଭାବୁଛନ୍ତି ଏହା ତାଙ୍କ ମଧ୍ୟରେ ଏକ ପାଚେରୀ।

ମୋଟାମେଟି ଦେଖିଲେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧର ୨ ବଡ଼ କାରଣ ରହିଛି। ପ୍ରଥମଟି ଏହା ଯେ ତାଲିବାନ ଆତଙ୍କବାଦୀ ସଂଗଠନ ଟିଟିପିକୁ ସମର୍ଥନ କରୁଛି। ଦ୍ୱିତୀୟଟି ହେଉଛି ଦୁରନ୍ଦ ଲାଇନ୍‌କୁ ଆଫଗାନିସ୍ତାନ ଦ୍ୱାରା ମାନ୍ୟତା ଦିଆଯାଉନାହିଁ।ଯଦି ପାକିସ୍ତାନୀ ସେନା ଉପରେ ଆକ୍ରମଣ ଜାରି ରହିବ ତେବେ ପାକିସ୍ତାନ ମଧ୍ୟ ଟିଟିପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତାଲିବାନ ମଧ୍ୟ ଏହାର ଜବାବ ଦେବ। ଏମିତିରେ ଯୁଦ୍ଧ ବଢ଼ିବ। ଯଦି ଏହା ହୁଏ ତେବେ ଦେଶରେ ଅଶାନ୍ତି ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri