Posted inଜାତୀୟ

କାହିଁକି ବିବାଦରେ ଇସି-ପିଏମ୍‌ଓ ବୈଠକ

ନୂଆଦିଲ୍ଲୀ, ୧୮ା୧୨: ନିର୍ବାଚନ କମିଶନ(ଇସି) ଏକ ସ୍ବତନ୍ତ୍ର ସାମ୍ବିଧାନିକ ସଂସ୍ଥା, ଯାହା କାର୍ଯ୍ୟପାଳିକାଠାରୁ ଭିନ୍ନ ଭାବେ କାମ କରେ। ଏହା ଯେପରି ସରକାରଙ୍କଠାରୁ ଦୂରତା ବଜାୟ ରଖେ ସାହା ସୁନିଶ୍ଚିତ କରିବା ୩ କମିଶନରଙ୍କ କାମ। ତେଣୁ କୌଣସି ସରକାରୀ ଅଧିକାରୀ ଇସି ନିକଟକୁ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ତରଫରୁ ଏକ ବୈଠକରେ ଯୋଗ ଦେବାକୁ କହିପାରିବେ ନାହିଁ। ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିପାରିବେ। ୧୯୯୯ରେ ସିଇସି ଏମ୍‌. ଏସ୍‌. ଗିଲ୍‌ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ନିର୍ବାଚନୀ ସଂସ୍କାର ବାବଦରେ ଚିଠି ଲେଖିଥିଲେ। ୨୦୧୬ରେ ସିଇସି ନସିମ୍‌ ଜାଇଦିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଭିଭିପିଏଟି ମେଶିନ ବାବଦରେ ଅର୍ଥ ମଞ୍ଜୁର ପାଇଁ ନିବେଦନ କରିଥିଲେ। ଉଭୟ ଉଦାହରଣରେ ଇସି ପକ୍ଷରୁ ହିଁ କୌଣସି ପ୍ରସଙ୍ଗ ବା ସମସ୍ୟା ପ୍ରଧାନମନ୍ତ୍ରୀଙ୍କୁ ଜଣାଯାଇଥିବା ଦେଖାଯାଏ। କିନ୍ତୁ ସଦ୍ୟ ବିବାଦ ସୃଷ୍ଟି କରିଥିବା ଘଟଣା ଏହାର ଓଲଟା। ଏଠାରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ନିର୍ବାଚନ କମିଶନରଙ୍କୁ ଚିଠି କରାଯାଇ ପିଏମ୍‌ଓ ବୈଠକରେ ଯୋଗଦେବାକୁ କୁହାଯାଇଥିଲା, ଯାହାକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି।
ଲେଖାଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଯୋଗ ଦେବାକୁ ପିଏମ୍‌ଓ ଚାହେଁ। ଜଣେ ସରକାରୀ ଅଧିକାରୀ ଯେତେବଡ଼ ପଦବୀରେ ଥିଲେ ବି କୌଣସି ଏକ ଆଲୋଚନା ପାଇଁ ସିଇସିଙ୍କୁ ଡାକିପାରିବେ ନାହିଁ ବୋଲି ଜଣେ ପୂର୍ବତନ ସିଇସି କହିଛନ୍ତି। କାର୍ଯ୍ୟପାଳିକାଠାରୁ ଇସି ସ୍ବତନ୍ତ୍ର ରହିବାକୁ ସୁପ୍ରିମକୋର୍ଟ ମଧ୍ୟ ଦୋହରାଇ ଆସିଛନ୍ତି। ୧୯୯୫ରେ ସର୍ବୋଚ୍ଚ ଅଦାଲତ ପୂର୍ବତନ ସିଇସି ଟି. ଏନ୍‌. ସେଶାନ ବନାମ କେନ୍ଦ୍ର ସରକାରଙ୍କ ଏକ ମାମଲାରେ କହିଥିଲେ, ନିର୍ବାଚନ ଦାୟିତ୍ୱ ତୁଲାଉଥିବା ସଂସ୍ଥା ସର୍ବଦା କ୍ଷମତାରେ ଥିବା ଦଳଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ଗୁଣ। ପୂର୍ବରୁ ନିରପେକ୍ଷତା ପ୍ରସଙ୍ଗରେ ଇସିକୁ ସମାଲୋଚିତ ହେବାକୁ ପଡ଼ିଛି।

ଇସି, କେନ୍ଦ୍ର ଉପରେ ଅଙ୍ଗୁଳି

ଇସି ଓ ପିଏମ୍‌ଓ ବୈଠକ ବାବଦରେ ଜଣାପଡ଼ିବା ପରେ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାକୁ ସମ୍ମାନ ଦେବା ଉଭୟ ଇସି ଏବଂ ପିଏମ୍‌ଓର ଦାୟିତ୍ୱ ଥିଲା ବୋଲି କଂଗ୍ରେସ ବରିଷ୍ଠ ନେତା ଶଶୀ ଥରୁର କହିଛନ୍ତି। ପ୍ରଥମେ ବୈଠକରେ ଯୋଗଦେବେନାହିଁ ବୋଲି କହିବା ସତ୍ତ୍ୱେ ସିଇସି ଏବଂ ଅନ୍ୟ ୨ ଜଣ ନିର୍ବାଚନ କମିଶନର କାହିଁକି ଅନ୍‌ଲାଇନ ମିଟିଂ କଲେ ତାହାର ଜବାବ ରଖିବା ଜରୁରୀ। ଇଲେକ୍ସନ କମିଶନ ଏକ ସ୍ବଂୟଚାଳିତ ସଂସ୍ଥା ଏବଂ ପିଏମ୍‌ଓ ଏହାକୁ ସମନ କରିବାର କୌଣସି ଆଧାର ନାହିଁ ବୋଲି ସେ କହିଛନ୍ତି। ଇସି ନିରପେକ୍ଷ ଭୂମିକା ତୁଲାଇବ ବୋଲି ଆଶା କରାଯାଏ। ଆଗକୁ ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଯଦି ପିଏମ୍‌ଓ ଏପରି ସିଇସିଙ୍କ ସହ ବୈଠକ କରିବେ ତେବେ ନିର୍ବାଚନ କିପରି ନିରପେକ୍ଷ ହେବ ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଏ ନେଇ କଂଗ୍ରେସ ନେତା ଶୁକ୍ରବାର ଲୋକ ସଭାରେ ମୁଲତବୀ ପ୍ରସ୍ତାବ ଆଗତ କରିଛନ୍ତି। ମୋଦି ସରକାର ନିର୍ବାଚନ କମିଶନକୁ ନିଜ ଅଧୀନକୁ ନେଇ ସାରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri