ଏହି କାରଣରୁ ବ୍ରିଟେନରେ ଶରଣ ନେଇପାରିବେ ନାହିଁ ଶେଖ ହାସିନା, ଏବେ କେଉଁଠି ରହିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ଢାକା,୭।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ହ୍ରାସ ପାଉନାହିଁ। ପ୍ରଥମେ ତାଙ୍କୁ ନିଜ ଦେଶ ଛାଡି ପଳାଇବାକୁ ପଡିଲା। ବର୍ତ୍ତମାନ ସେ ବିଦେଶରେ ଶରଣ ନେବାକୁ ମଧ୍ୟ ସଂଘର୍ଷ କରୁଛନ୍ତି। ଶେଖ ହାସିନା ବର୍ତ୍ତମାନ ଭାରତରେ ଅଛନ୍ତି। କିନ୍ତୁ ସେ ଏଠାରେ ଅଧିକ ସମୟ ରହିପାରିବେ ନାହିଁ । ଶେଖ ହାସିନା ବ୍ରିଟେନରେ ଶରଣ ନେବାକୁ ନିବେଦନ କରିଥିଲେ କିନ୍ତୁ ଶେଖ ହାସିନାଙ୍କ ପାଇଁ ବ୍ରିଟେନରେ ଆଶ୍ରୟ ନେବା ଏତେ ସହଜ ନୁହେଁ। ବ୍ରିଟେନ ନିଜେ ଶେଖ ହସିନାଙ୍କୁ ଶରଣ ଦେବାକୁ ଇଚ୍ଛୁକ ନୁହେଁ। ଏଭଳି ପରିସ୍ଥିତିରେ ଆସନ୍ତା କିଛି ଦିନ ହେବ ସେ ଭାରତ ବାହାରକୁ ଯିବାର ସମ୍ଭାବନା ନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ଶେଖ ହସିନା କାହିଁକି ବ୍ରିଟେନ ଯାଇପାରିବେ ନାହିଁ?

ଢାକା ଛାଡିବା ପରେ ଶେଖ ହାସିନା କେବଳ ବ୍ରିଟେନ ଉପରେ ଦୃଷ୍ଟି ରଖିଥିଲେ। ସେ ତାଙ୍କ ଭଉଣୀ ରେହନାଙ୍କ ସହ ଅସ୍ଥାୟୀ ଆଶ୍ରୟ ପାଇଁ ଭାରତ ଦେଇ ଲଣ୍ଡନ ଯାଉଥିଲେ। କିନ୍ତୁ ଯଦି ଆମେ ବ୍ରିଟିଶ ସରକାରଙ୍କ ନିୟମକୁ ଦେଖିବା, ତାହା ସହଜ ମନେ ହେଉନାହିଁ। ବ୍ରିଟେନର ଇମିଗ୍ରେଶନ ନିୟମ ଅନୁଯାୟୀ, ବ୍ରିଟେନ ବାହାରେ ଆଶ୍ରୟ ନେବା ଆବେଦନ କରିବା ସମ୍ଭବ ନୁହେଁ। ବ୍ରିଟିଶ ଦେଶାନ୍ତର ଗମନ ନିୟମାବଳୀ ଶରଣ ଚାହୁଁଥିବା କୌଣସି ବ୍ୟକ୍ତିଙ୍କୁ ଅନୁମତି ଦେଇ ନ ଥାଏ ବୋଲି ବ୍ରିଟେନ ଗୃହ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେଣୁ ହାସିନା ଭାରତରେ ଅଧିକ ଦିନ ରହିପାରନ୍ତି ବୋଲି କୁହାଯାଉଛି। ଅସୁବିଧାରେ ଥିବା ଲୋକଙ୍କୁ ସୁରକ୍ଷା ପ୍ରଦାନରେ ବ୍ରିଟେନର ରେକର୍ଡ ରହିଛି। ଅନ୍ତର୍ଜାତୀୟ ସୁରକ୍ଷା ଚାହୁଁଥିବା ବ୍ୟକ୍ତି ପ୍ରଥମେ ପହଞ୍ଚିଥିବା ସୁରକ୍ଷିତ ଦେଶରେ ଶରଣ ପାଇଁ ଆବେଦନ କରିବା ଆବଶ୍ୟକ ବୋଲି ବ୍ରିଟେନ ଗୃହ ବିଭାଗ ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri