କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

ମୁମ୍ବାଇ: ବଲିଉଡ୍‌ ଭାଇଜନ୍‌ ସଲମାନ ଖାଁ ୫୩ ବର୍ଷରେ ପଦାର୍ପଣ କଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି। ସେ କେବେ ବିବାହ କରିବେ ତାକୁ ନେଇ ବହୁବାର ପ୍ରଶ୍ନ ଉଠିଥିଲେ ବି ସଲମାନ ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି। ଏଥର କିନ୍ତୁ ସଲମାନ ଆଉ ଏକ କାରଣ ଦର୍ଶାଇ ନିଜ ବିବାହକୁ ଏଡାଇ ଯାଇଛନ୍ତି। ସେ କହିଛନ୍ତି ତାଙ୍କ ପରିବାର ସବୁଠାରୁ ଆଗରେ। ତେଣୁ ଟିକେ ସମୟ ପାଇଲେ ସେ ପରିବାର ସହ କଟାଇବାକୁ ଚାହାଁନ୍ତି। ଯଦି ସେ ବିବାହ କରିବେ ହୁଏତ ପରିବାରକୁ ସମୟ ଦେଇ ପାରିବେ ନାହିଁ ସେଥିପାଇଁ ସେ ବିବାହ କରିବା କଥା ଚିନ୍ତା କରି ନାହାଁନ୍ତି। ପୂର୍ବରୁ କୃଷ୍ଣସାର ମୃଗ ମାମଲା ମୁଣ୍ଡ ଉପରେ ଥିବାରୁ ସେ ବିବାହ ପାଇଁ ରାଜି ହେଉ ନ ଥିବା ପ୍ରକାଶ କରିଥିବା ବେଳେ ଏବେ ଏହି ନୂଆ କାରଣ ପୁଣି ଅଡୁଆରେ ପକାଇଛି ତାଙ୍କ ପ୍ରଶଂସକଙ୍କୁ। ହେଲେ ଲକ୍ଷେ ଦିଲ କି ଧଡକନ୍‌ ସଲମାନ ବିବାହ କରନ୍ତୁ ଏହା ଚାହାଁନ୍ତି ତାଙ୍କ ପ୍ରଶଂସକ।

Share