Posted inଜାତୀୟ

କୁସ୍ତି ଯୋଦ୍ଧାଙ୍କ ଧାରଣା ନେଇ ଚୁପ୍‌ କାହିଁକି ପ୍ରଧାନମନ୍ତ୍ରୀ: ସିବଲ…

ନୂଆଦିଲ୍ଲୀ,୬।୫ : ରାଜ୍ୟସଭା ଏମପି କପିଲ ସିବଲ ଶନିବାର ପ୍ରଶ୍ନ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ରେଡକ୍ରସ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଅଣାଯାଇଥିବା ଯୌନ ନିର୍ଯାତନା ଅଭିଯୋଗ ଏବଂ ସେମାନଙ୍କ ଧାରଣା ନେଇ କାହିଁକି ଚୁପ୍‌ ରହିଛନ୍ତି। ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ବ୍ରିଜ ଭୂଷଣ ଭାରତୀୟ ଜନତା ପାର୍ଟିର ଜଣେ ଏମପି। ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କର ଶୁଣାଣି ପରେ ତାଙ୍କ ବିରୋଧରେ ଦୁଇଟି ଏଫଆଇଆର ଦାଏର କରିବା ସତ୍ତ୍ୱେ ସେ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ମୁଖ୍ୟ ପଦରେ ଅବସ୍ଥାପିତ ରହିଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା।

ବିରୋଧୀ କୁସ୍ତିଯୋଦ୍ଧା ତଥା ବିଭିନ୍ନ ବିରୋଧୀଦଳ ନେତାଙ୍କ ସମେତ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତି ଅନୁସନ୍ଧାନ ଶେଷ ନହେବା ପର୍ଯ୍ୟନ୍ତ ବ୍ରିଜ ଭୂଷଣଙ୍କୁ ତାଙ୍କ ପଦରୁ ହଟାଇବାକୁ କହିଛନ୍ତି। ତେବେ ଏ ଦିଗରେ କେନ୍ଦ୍ର ସରକାର କାହିଁକି ପଛୁଆ ରହିଛନ୍ତି ।

ସିବଲ ଟୁଇଟ କରି କହିଛନ୍ତିି ଅଭିଯୁକ୍ତ କୁସ୍ତି ଯୋଦ୍ଧାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ହସ୍ତଚାଳନା କରିଥିବାର ଅଭିଯୋଗ ହୋଇଛି।

ତାଙ୍କ ଦ୍ୱାରା କୁସ୍ତି ଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଅସଦାଚରଣର ଏକାଧିକ ଘଟଣାରେ ଗ୍ରପିଂ, ଅନୁପଯୁକ୍ତ ସ୍ପର୍ଶ ଏବଂ ଶାରୀରିକ ସମ୍ପର୍କ ନେଇ ବୟାନ ରେକର୍ଡ କରାଯାଇଛି।

ଅଭିଯୋଗ ଗୁଡିକର ଅନୁସନ୍ଧାନ ପାଇଁ ଗଠିତ ଏକ କମିଟି ରିପୋର୍ଟ ଦାଖଲ କରିଛି ଯାହା ସାର୍ବଜନୀନ କରାଯାଇ ନାହିଁ। କେନ୍ଦ୍ର ସରକାର ଏଭଳି କାହିଁକି କରୁଛନ୍ତି ବୋଲି ସିବଲ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

UNESCOର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହେଲା ଦୀପାବଳି

ନୂଆଦିଲ୍ଲୀ,୧୦।୧୨: ଭାରତର ଆଲୋକର ପର୍ବ ଦୀପାବଳିକୁ ବୁଧବାର UNESCOର “ମାନବତାର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ ତାଲିକା”ରେ ସ୍ଥାନିତ କରାଯାଇଛି। ଏହି ଗୌରବପୂର୍ଣ୍ଣ ମାନ୍ୟତା ମିଳିବା...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

‘ସୁନ୍ଦର ମୁହଁ’, ‘ମେସିନ୍ ଗନ୍ ପରି ଓଠ”, ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ତାଙ୍କର ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ କାରୋଲିନ୍ ଲେଭିଟ୍‌ଙ୍କୁ ତାଙ୍କର “ସୁନ୍ଦର ମୁହଁ” ଏବଂ “ଓଠ”କୁ ନେଇ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ।...

କଂଗ୍ରେସ ଛାଡିବେ କି ମୋକିମ? ଭକ୍ତଙ୍କୁ କଲେ ଖୋଲା ଚ୍ୟାଲେଞ୍ଜ, ସୋନିଆଙ୍କୁ ଚିଠି ଲେଖି କହିଲେ…

ଭୁବନେଶ୍ୱର,୧୦।୧୨: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମୋକିମ। ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri