ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ ଚରିତ୍ରରେ ଅଭିନୟ କରିପାରନ୍ତି, ଦେଖିଲେ ବଡ଼ ଆନନ୍ଦ ଲାଗେ। ଗଣମାଧ୍ୟମ ସମ୍ମୁଖରେ ଏକ ବୈଠକରେ କେତେଜଣ କର୍ମଚାରୀଙ୍କ ସହ ବସି ଆଖିରେ ପଟି ବାନ୍ଧି ଚୋରପୋଲିସ ଖେଳ ଖେଳିବା ପରି ମନେହେଉଥିଲା। ଆମ ସରକାର ନୂଆ ମଦ କାଉଣ୍ଟର ଖୋଲିବା ନିମନ୍ତେ ଲାଇସେନ୍ସ ପ୍ରଦାନ କରିବାରେ ବହୁ ଆଗଭର। ଅନେକ ଆବେଦନକାରୀଙ୍କ ମଧ୍ୟରୁ ଭାଗ୍ୟଶାଳୀ ବ୍ୟକ୍ତି ପାଇଁ ଖଣ୍ଡେ ଖଣ୍ଡେ ଚିରକୁଟି ସକାଶେ ରାଜ୍ୟର ଜିଲାପାଳମାନେ କିଛି ସମୟ ପାଇଁ ଧୃତରାଷ୍ଟ୍ର ସାଜିଥିଲେ। ଅନ୍ଧ ସାଜିବାକୁ ପଡ଼ିବ କାରଣ, ମଦ ହିଁ ଅନୀତି, ଅନ୍ୟାୟ, ଅନର୍ଥ, ଅବନତି ଏବଂ ହିଂସାର କାରଣ। ସତରେ କେହି କ’ଣ ଆଖିଖୋଲି ଏସବୁ କର୍ମକୁ ପ୍ରଶ୍ରୟ ଦେବ କି। କାରଣ ମଦ ନୈତିକତାକୁ ବିରୋଧ କରେ। ସଂସାରରେ ସମସ୍ତ ଅନୀତି କର୍ମ କବାଟ ବନ୍ଦ ନଚେତ ଅନ୍ଧାରୁଆ ଜାଗାରେ ହୁଏ। ଯେତକ କଳା କାରନାମା ଖୋଲାମେଲାରେ ହୁଏ ନାହିଁ। ସେଥିପାଇଁ ଜିଲାପାଳମାନଙ୍କର ବୋଧେ ଏଇ ଅବତାର। ଅନେକ ଆର୍ଥିକ ମଜଭୁତ ବ୍ୟକ୍ତିମାନେ ମଦ କାଉଣ୍ଟର ଖୋଲିବା ନିମନ୍ତେ ଲାଇସେନ୍ସ ଖଣ୍ଡକ ପାଇଁ କେତେ କ’ଣ ଟଙ୍କା ଖର୍ଚ୍ଚ କରିଥିଲେ। ଭାଗ୍ୟବାନ ଲୋକଙ୍କୁ ଛାଡ଼ି ବାକି ସବୁଙ୍କ ଟଙ୍କା ପାଣିରେ ପଡ଼ିଲା। ଯେଉଁଠି ଶସ୍ତାରେ ଅମୃତ ତୁଲ୍ୟ କ୍ଷୀରକୁ ଛାଡ଼ି ମଦ ପାଇଁ ଲୋକେ ବାଡାବାଡ଼ି ସେଠି ମଦ କାଉଣ୍ଟରଟେ ଖୋଲିବାର ସ୍ବପ୍ନ ନେତାମନ୍ତ୍ରୀ, ତାଙ୍କ ନିଜଲୋକ ନଚେତ ଧନୀକ ଗୋଷ୍ଠୀଙ୍କ ରହିବା ଯଥାର୍ଥ। ମଦ ଲାଭ କେହି ଦେଇପାରିବେନି। ବର୍ଷାଝଡ଼ି ହେଉ କି ଝାଞ୍ଜିଖରା କି ହାଡ଼ଭଙ୍ଗା ଶୀତ ହେଉ, ସକାଳରୁ ପୁଣି ପାହାନ୍ତା ଯାଏ କାଉଣ୍ଟର ପୂରାଜାମ୍‌। ଅଷ୍ଟମ ଶ୍ରେଣୀରୁ କଲେଜ ପାଠୁଆଙ୍କଠାରୁ ଯୁବକ ଯାଏ ଅନେଶତ ପ୍ରତିଶତଙ୍କ ପାଇଁ ମଦ ଏକରକମର ନୈବେଦ୍ୟ। ଦିମୁଠା ଭାତ କି ଦିପଟ ରୁଟି କମ୍‌ ହେଲେ ଚଳିବ କିନ୍ତୁ ମଦରେ ପେଟ ଭରିବା ଦରକାର। ବିନା ମଦରେ ସବୁ ଫିକା ପାଣିଚିଆ। ମଦ ଏବେ ଖୋଲାମେଳାରେ, ତେଜରାତି, ଫାଷ୍ଟ ଫୁଡ ଏବଂ ଜଳଖିଆ ଦୋକାନରେ ମଧ୍ୟ ମିଳୁଛି। ଆଜିର ଯୁବକମାନଙ୍କ ଯେକୌଣସି ସାମାଜିକ କାର୍ଯ୍ୟକ୍ରମର ପ୍ରମୁଖ ଡିମାଣ୍ଡ ମଦ୍ୟପାନୀୟ।
ସାରା ଓଡ଼ିଶାରେ ପ୍ରତି ଜିଲାରେ ନୂଆ ମଦ କାଉଣ୍ଟର ଖୋଲିବା ପାଇଁ ସରକାରଙ୍କ ଦ୍ୱାରା ନିଷ୍ପତ୍ତିକୁ ପରିପୂରଣ କରିବାରେ ଜିଲାପାଳଗଣ ସଂକଳ୍ପବଦ୍ଧ। ସରକାରଙ୍କ ଦ୍ୱାରା ଯେତେସବୁ ଉନ୍ନୟନମୂଳକ ଯୋଜନାର ଭିତ୍ତିପ୍ରସ୍ତର ଶୁଭ ଦିଆଯାଉଛି, ସେଥିରୁ ନେତାମନ୍ତ୍ରୀ ତଥା ବିଭାଗୀୟ କର୍ମଚାରୀଙ୍କୁ ଖୁସି କରାଇବା ପାଇଁ ପାର୍ଟିସାର୍ଟିର ବ୍ୟବସ୍ଥାକୁ ବାଦ୍‌ ଦେଇହେବନି। ଆଜିକାଲିକା ପାର୍ଟିରେ ଖାଦ୍ୟ ଯାହା ହେଉନା କାହିଁକି ସେଥିରେ ବିଶେଷ ପାନୀୟର ଆବଶ୍ୟକାତା ରହିଛି। କଥାରେ ଅଛି ଜୀବନରେ କ’ଣ ଅଛି, ଏଇ ଅଛି ଆରବେଳାକୁ କିଏ ଦେଖିଛି। ଖାଇପିଇ ଜୀବନକୁ ଉପଭୋଗ କର। ଆଜି ମଲେ କାଲି ଦୁଇଦିନ। ଏଗାର ଦିନ ଭୋଜି ପରେ କାହାକୁ କିଏ ମନେ ରଖୁଛି ନା ମନେ ପକାଉଛି। କେବଳ କାନ୍ଥରେ ଖଣ୍ଡେ ଲାମିନେଟ ଫଟୋ ଝୁଲେଇଦେଲେ କାମ ଶେଷ। ଏଇସନ ଓଡ଼ିଶା ସରକାରଙ୍କ ଦ୍ୱାରା ୧୧୬୪ଟି ମଦ କାଉଣ୍ଟର ଖୋଲିବାକୁ ଲାଇସେନ୍ସ ପାଇଁ ନୋଟିସ ଜାରି କରାଯାଇଥିଲା । ୨୯,୦୦୦ ଆବେଦନକାରୀ । ବିଦେଶୀ ମଦ କାଉଣ୍ଟର ପାଇଁ ୩ଲକ୍ଷ ଓ ଦେଶୀ ପାଇଁ ୨ଲକ୍ଷ ଆବେଦନ ରାଶି ଯାହାକୁ ଫେରସ୍ତ ଦିଆଯିବ ନାହିଁ। ଲାଇସେନ୍ସ ଟେଣ୍ଡର ଆବେଦନରୁ ରାଜ୍ୟ ସରକାର ୮୪୦ କୋଟିର ଏକ ମୋଟା ଅଙ୍କର ଅର୍ଥ ରାଶି ମାଗଣାରେ ରୋଜଗାର କରିଛନ୍ତି। ଏହା ସରକାରଙ୍କ ଦ୍ୱାରା ଏକ ବାର୍ଷିକ ବୃହତ୍‌ ଆର୍ଥିକ ଆମଦାନୀ ପ୍ୟାକେଜ କହିଲେ ଅତ୍ୟୁକ୍ତି ହେବନାହିଁ।
ସତରେ ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚୁଥିବା ମଣିଷ ମଦ ସେବନରେ ଆଗରେ। ମିଳୁଥିବା ରାଶନ ଚାଉଳକୁ ବିକି ଲୋକ ଏବେ ପହଞ୍ଚତ୍ ଯାଉଛନ୍ତି ମଦ କାଉଣ୍ଟର ପାଖରେ। ଘରେ ତେଣିକି ଚୁଲି ଜଳୁକି ନ ଜଳୁ। କିଏ ଖାଉ କି ନ ଖାଉ କିନ୍ତୁ ମଦ ନିଶାରେ ମାତାଲ ଘରର ମୁଖିଆ। ବାସ୍ତବରେ ଏ ମଦ ଜିନିଷର ମହତ୍‌ ଯୁଗେ ଯୁଗେ ରହିଛି। ସରକାରଙ୍କୁ ଅଧିକ ରାଜସ୍ବ କେବଳ ମିଳୁଛି ଅବକାରୀ ବିଭାଗରୁ। ମଦ ତଥା ନିଶା ଦ୍ରବ୍ୟରୁ ମିଳୁଥିବା ଆର୍ଥିକ ଅଭିବୃଦ୍ଧି ଯେଉଁଥିରେ ବିଭିନ୍ନ ସରକାରୀ ଯୋଜନାର ବ୍ୟୟ ବରାଦ କରାଯାଉଛି। ରାଜ୍ୟ ସରକାଙ୍କ ଦ୍ୱାରା ଦେଶୀମଦ ପ୍ରସ୍ତୁତି ପାଇଁ ଆବଶ୍ୟକ ଗବେଷଣା ଚାଲିଛି। ମାଣ୍ଡିଆ, ମହୁଲି, ଚାଉଳ ତଥା ଅନ୍ୟାନ୍ୟ ବନ୍ୟଜାତୀୟ ଫୁଲ-ଫଳ-ଚେରମୂଳି ଉପାଦାନରୁ ପ୍ରାକୃତିକ ଉପାୟରେ ଦେଶୀ ମଦ ପାନୀୟ ପ୍ରସ୍ତୁତି କରିବା ଦିଗରେ ସରକାର ଆଗ୍ରହର ସହ ପଦକ୍ଷେପ ନେଉଛନ୍ତି।
ମଦ୍ୟପାନୀୟ ଆରମ୍ଭର ନିର୍ଦ୍ଦିଷ୍ଟ ସମୟ ନିରୂପଣ କରିବା ଅସମ୍ଭବ। ଭାରତରେ ବୈଦିକ ଯୁଗ ପୂର୍ବରୁ ମଦ୍ୟପାନୀୟ ବିଷୟରେ ବର୍ଣ୍ଣନା କରାଯାଇଛି। ସୁରା ଏବଂ ସୋମ ରସ ବିଷୟରେ କିଛି ତଥ୍ୟ ମିଳେ। ଋଗ୍‌ ବେଦରେ ସୋମ ରସକୁ ଏକ ପବିତ୍ର ପାନୀୟରୂପେ ବିଭିନ୍ନ ଧାର୍ମିକ ତଥା ମାଙ୍ଗଳିକ କାର୍ଯ୍ୟରେ ପାନ କରାଯାଏ। ଏହା ଫଳ ରସରୁ ପ୍ରସ୍ତୁତ ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ। ଅନ୍ୟ ପକ୍ଷରେ ସୁରା ରସକୁ ପ୍ରାଚୀନ ଭାରତର ଖାଦ୍ୟଶସ୍ୟ ଯଥା ଚାଉଳ, ବାର୍ଲି,ଗହମ ଆଦିରୁ ପ୍ରସ୍ତୁତ କରାଯାଇଥାଏ। ଏହା ଏକ ପ୍ରକାର ମିଶ୍ରିତ ପାନୀୟ ଯାହାକୁ ରାଜକୀୟ ସମ୍ଭ୍ରାନ୍ତ ଏବଂ ଯୋଦ୍ଧାମାନଙ୍କୁ ପାନ କରିବାକୁ ଦିଆଯାଏ। ଶାରୀରିକ ଅଭିବୃଦ୍ଧି, ଶକ୍ତିଶାଳୀ ତଥା ସୁସ୍ଥତା ପାଇଁ ସୁରା ପାନ ଉପରେ ଗୁରୁତ୍ୱ ଦିଆଯାଉଥିଲା। ଚରଖ ଏବଂ ଶୁୁଶ୍ରୂତ ସଂହିତାରେ ମଦ୍ୟପାନୀୟକୁ ଔଷଧ ଭାବରେ ଗ୍ରହଣ କରାଯାଇଛି। ତାହା ପୁଣି ଏକ ନିର୍ଦ୍ଦିିଷ୍ଟ ମାତ୍ରାରେ। ସମୟକ୍ରମେ ସୁରା ଏକ ରାଜକୀୟ ପାନୀୟ ଭାବରେ ନିଜର ପରିଚୟ ସୃଷ୍ଚି କଲା। ପୃଥିବୀର ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ବ୍ୟକ୍ତିମାନଙ୍କର ଏହା ବିଳାସମୟ ଜୀବନଯାପନର ଏକ ଅତ୍ୟାବଶ୍ୟକ ପ୍ରମୁଖ ପାନୀୟରୂପେ ପିଢ଼ି ପରେ ପିଢ଼ି ଗ୍ରହଣୀୟ ହୋଇ ଆସିଲା। ମଦିରା ପାନ ବା ମଦିରା ରସ ଏକ ବିଳାସମୟ ଉପାଦାନ ମଧ୍ୟରେ ଅନ୍ତର୍ଭୁକ୍ତ। ଧୀରେ ଧୀରେ ମାଦକ ପାନୀୟର ଚାହିଦା ବଢ଼ି ଚାଲିଲା। ଆର୍ଥିକ ସ୍ବଚ୍ଛଳ ପରିବାର ଲୋକେ ପିଇବା ଆରମ୍ଭ କରିଥିବା ମଦ ଧୀର ଧୀରେ ଖଟିଖିଆ ଦିନମଜୁରିଆ ତଥା ଆର୍ଥିକ ଦୁର୍ବଳ ବ୍ୟକ୍ତିମାନଙ୍କର ଦୈନିକ ପାନୀୟ ଭାବେ ଆଦର ଲାଭ କରିବା ଅନେକ ସମୟରେ ଚିନ୍ତା ପ୍ରକଟ କରେ। ନାରୀ,ଜୁଆ ଏବଂ ମଦ ସଂସାରର ସମସ୍ତ ଅନର୍ଥର କାରଣ। ମଦ ନିଶା ଥରେ ଘାରିଲେ ଦୁର୍ଘଟଣା, ଜୀବନହାନି, ଶରୀର କଷ୍ଟ ତଥା ପାରିବାରିକ ସମ୍ପର୍କକୁ ବିପର୍ଯ୍ୟସ୍ତ କରେ ତାକୁ ଅନୁଭବ କରି ମଧ୍ୟ ଏ ସଭ୍ୟସମାଜ ଅବୁଝା? ପ୍ରତିଦିନ ଦୁର୍ଘଟଣା, ପାରିବାରିକ କଳହ, ଶାରୀରିକ ନିର୍ଯାତନା ସହ ଆର୍ଥିକ ଅବନତି ସତ୍ତ୍ବେ ମଦ ମଜାରୁ କେହି ଦୂରେଇବାକୁ ଇଚ୍ଛା ପ୍ରକାଶ କରୁନାହିଁ। ଅଧିକ ରାଜସ୍ବ ମିଳୁଥିବା ମଦକୁ ସରକାରଙ୍କ ଦୁଃଖ ଯାଉଥିଲା ନିଷେଧ କରିବାକୁ। ବରଂ ଆଗାମୀ ଭବିଷ୍ୟତରେ ନୂଆ ନୂଆ କାଉଣ୍ଟର ଖୋଲି ସାଧାରଣ ଜନତାଙ୍କୁ ସୁବିଧା ଯୋଗାଇ ଦେଲେ ଯୁବସମାଜ ସରକାରଙ୍କ ନିକଟରେ ଚିରଋଣୀ ରହିବେ। ମଦ ବିନା ଦେଶ ତଥା ରାଜ୍ୟର ଅସ୍ତିତ୍ୱ କାହିଁ? ଏ ରାତିର ସକାଳ କେବେ ଆସିବ ହିଁ ନାହିଁ। ମଦମୁକ୍ତ ବିଶ୍ୱର ପରିକଳ୍ପନା ଏକ ମିଥ୍ୟା ପ୍ରହସନ।
ଦର୍ଶନ ବିଭାଗ ମୁଖ୍ୟ
ବିଏନ୍‌ଏମ୍‌ଏ ମହାବିଦ୍ୟାଳୟ, ଭଦ୍ରକ
ମୋ- ୮୮୯୫୩୪୧୦୩୩


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିବା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ଗଞ୍ଜେଇ ଚୋରା ଚାଲାଣ ମାମଲା: ଅହମ୍ମଦାବାଦରୁ ଆସି ଗାଁରେ ଲୁଚିଥିଲେ ଅଭିଯୁକ୍ତ, ପୋଲିସ ପହଞ୍ଚି…

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ଜଗନ୍ନାଥପୁର ଗ୍ରାମର କବିରାଜ ସ୍ବାଇଁଙ୍କ ପୁଅ ଜିତୁ ଓରଫ ଜିତେନ୍ଦ୍ର କୁମାର (୪୦)ଙ୍କୁ ଗୁଜରାଟର ଅହମ୍ମଦାବାଦସ୍ଥିତ କ୍ରାଇମବ୍ରାଞ୍ଚ…

ଧରିତ୍ରୀ ପ୍ରଭାବ; ଅଙ୍ଗନବାଡ଼ିରେ ପିଲାଙ୍କୁ ମିଳୁ ନଥିଲା ରନ୍ଧାଖାଦ୍ୟ, ଜିଲା ପ୍ରଶାସନର ଯାଞ୍ଚ ପରେ ଅଣ୍ଡା…

ଉଦଳା,୩।୯(ସନ୍ତୋଷ ବାଛିନୀ): ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଜିଲା ପ୍ରଶାସନ । ନିଜେ ତଦନ୍ତ କରିବା ପରେ ଅଙ୍ଗନବାଡିରେ ଆରମ୍ଭ ହେଲା ରୋଷେଇ । ଶିଶୁଙ୍କୁ…

ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

ବାରିପଦା,୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍‌): ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦…

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri