କାହିଁକି ମାନୁନାହାନ୍ତି

ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦୁଇଟି ସରକାରୀ ଚିଠି ନିକଟରେ ଧରିତ୍ରୀର ହସ୍ତଗତ ହୋଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଲେଖାଯାଇଥିବା ଏହି ଚିଠି ମାଧ୍ୟମରେ ଜନୈକ ଅଧିକାରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରଥମ ଚିଠିଟି ଚଳିତ ବର୍ଷ ମାର୍ଚ୍ଚ ୧୫ରେ ଦିଆଯାଇଥିଲା। ଚିଠିର କୌଣସି ଉତ୍ତର ନ ଆସିବାରୁ ଏପ୍ରିଲ ୨୬ରେ ପୁଣିଥରେ ଏକ ଚିଠି ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ଦ୍ୱାରା କରାଯାଇଥିଲା, ଯାହାର ଉତ୍ତର ଏପ୍ରିଲ ୩୦ ସୁଦ୍ଧା ରଖିବାକୁ କୁହାଯାଇଥିଲା। ଖବର ଲେଖିବା ପର୍ଯ୍ୟନ୍ତ ଅର୍ଥାତ୍‌ ଜୁନ୍‌ ୫ ଯାଏଁ କୌଣସି ଉତ୍ତର ମିଳି ନ ଥିବା ବିଭାଗୀୟ କର୍ମଚାରୀଙ୍କଠାରୁ ଜଣାପଡ଼ିଛି। ଏହି ଦୁଇଟି ଚିଠିକୁ ଦେଖିଲେ ବୁଝାପଡ଼ୁଛି ଯେ, ବିଭାଗ ମଧ୍ୟରେ ଅନିୟମିତତା ଏବଂ ଅମାନ୍ୟ ବ୍ୟବହାର ବ୍ୟାପିବାରେ ଲାଗିଛି।
ମାର୍ଚ୍ଚ ୧୧ରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ କଳା ସଂସ୍କୃତି ସଂଘ(ଆରକେଏସ୍‌ଏସ୍‌) , ଆର୍ଟିଷ୍ଟ ଫେଡେରେଶନ ସେଲ୍‌ (ଏଏଫ୍‌ସି)ର ଯୁଗ୍ମ ନିର୍ଦ୍ଦେଶକ, ଡେପୁଟି ସେକ୍ରେଟାରୀ, ଆସିଷ୍ଟାଣ୍ଟ ଡିରେକ୍ଟର, ରାଜ୍ୟ ପ୍ରକଳ୍ପ ସଂଯୋଜକ, ଉପସଭାପତି ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ପରେ ମାର୍ଚ୍ଚ ୧୫ରେ ପ୍ରଥମ ଚିଠି ଦିଆଯାଇଥିଲା। ଏହି ଚିଠିରେ ୫ଟି ପଏଣ୍ଟରେ ବିଭାଗରେ ହୋଇଥିବା ଅନିୟମିତତା ବିଷୟରେ ଲେଖାଯାଇଛି। ଆର୍‌କେଏସ୍‌ଏସ୍‌ ଓ ଏଏଫ୍‌ସିର ଆରମ୍ଭ ଦିନରୁ କୌଣସି କ୍ୟାଶବୁକ୍‌ ଲିଖିତ ଆକାରରେ କରାଯାଇନାହିଁ। ୧୧ବର୍ଷ ଧରି ୟୁନିସେଫ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ଆସୁଛି। ରାଜ୍ୟ ସରକାର ୨୦୧୧-୧୨ମସିହାରୁ ୨୦୧୬-୧୭ ମଧ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇଇସି) ସଂକ୍ରାନ୍ତ ପାଣ୍ଠି ଯୋଗାଇନଥିଲେ। କିନ୍ତୁ ଏହି ୫ବର୍ଷ ମଧ୍ୟରେ ସରକାର ସାଧାରଣ ବଜେଟ୍‌ରେ ବର୍ଷକୁ ୧କୋଟି ଲେଖାଏ ମଞ୍ଜୁରି ଦେଇ ଆସିଥିଲେ। ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଇଇସି ବାବଦରେ ୨କୋଟି ୨୭ଲକ୍ଷ ଟଙ୍କା ଅତିରିକ୍ତ ବଜେଟ ମଞ୍ଜୁର କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ୧୧ବର୍ଷ ମଧ୍ୟରେ ଅର୍ଥ ଗ୍ରହଣ କରିବା ନେଇ କୌଣସି କ୍ୟାଶବୁକ୍‌ ଲିଖିତ ଆକାରରେ ନାହିଁ। ଏହି କ୍ୟାଶବୁକ୍‌ ମାର୍ଚ୍ଚ ୩୧ ସୁଦ୍ଧା ଲିଖିତ ଓ ଅପଡେଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଏଏଫ୍‌ସିର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ୮ ଅକ୍ଟୋବର, ୨୦୧୫ଠାରୁ ୧୪ ଫେବୃୟାରୀ ୨୦୨୨ ମଧ୍ୟରେ ଅଗ୍ରିମ ୧କୋଟି ୪୦ଲକ୍ଷ ୩୮ହଜାର ୨୫୪ଟଙ୍କା ଉଠାଣ କରିଛନ୍ତି, ଯାହା ସଂସ୍କୃତି ନିର୍ଦ୍ଦେଶକଙ୍କ ନୋଟ ଶିଟ୍‌ ଆଧାରରେ ପ୍ରଦତ୍ତ ହୋଇଛି। ଏହାକୁ ଏକ ବିରାଟ ଆର୍ଥିକ ଅନିୟମିତତା ବୋଲି ପାଢୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ଅଗ୍ରିମ ଟଙ୍କା ନ ଫେରାଇବା ଯାଏଁ ତାଙ୍କୁ ପୁନଃ କୌଣସି ଅଗ୍ରିମ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପ ସଂଯୋଜକ ବିଶୋଇ ୟୁନିସେଫର ପିଏମ୍‌ୟୁରୁ ଜଣେ ଅଂଶ ଭାବରେ ସମସ୍ତ କାଗଜ କାମ କରୁଛନ୍ତି। କିନ୍ତୁ ତାଙ୍କ ଅବସ୍ଥାପିତ ନେଇ କୌଣସି ଚିଠି ପାଢୀଙ୍କୁ ମିଳି ନାହିଁ। ସେ କାମ କରୁଥିବା ସମସ୍ତ ଫାଇଲକୁ ଚିଠି ଜାରି ହେବାର ପ୍ରଥମ ସପ୍ତାହରେ ହିଁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ)ଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷେ ଏଏଫ୍‌ସିକୁ ସରକାରଙ୍କ ପକ୍ଷରୁ ୪କୋଟି ଟଙ୍କା କର୍ପସ ପାଣ୍ଠି ମିଳିଥିଲା। ଏଥିରୁ ଆୟ ସୁଧ କଳାକାର ଏବଂ ଫେଡେରେଶନ ସେଲର ଉନ୍ନତି ପାଇଁ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୪ଟି ଭିନ୍ନ ଭିନ୍ନ ଫିକ୍ସଡ ଡିପୋଜିଟ ଜରିଆରେ ୧କୋଟି ଲେଖାଏଁ ଟଙ୍କା ଜମା କରାଯାଇଥିଲା ଓ ଏଏଫ୍‌ସିକୁ ତ୍ରୈମାସିକ ସୁଧ ମିଳୁଛି ବୋଲି କୁହାଯାଇଥିଲା। ଯେତେବେଳେ ଏ ସମ୍ବନ୍ଧୀୟ କାଗଜ ଦେଖାଇବାକୁ କୁହାଗଲା ଏଏସ୍‌ଓ ଏବଂ ମାଳବିଶୋଇ କୌଣସି ପ୍ରମାଣ ଦେଇପାରି ନ ଥିଲେ। ଏହି ୪ଟି ଫିକ୍ସଡ ଡିପୋଜିଟକୁ ଗୋଟିଏ କରି ଜାତୀୟ ବ୍ୟାଙ୍କରେ ସର୍ବାଧିକ ଲାଭ ପାଇଁ ୩ରୁ ୫ବର୍ଷ ପର୍ଯ୍ୟନ୍ତ ରଖାଯିବ ବୋଲି ପାଢୀ ଲେଖିଛନ୍ତି। ଏପରି କି ମାଳବିଶୋଇ ନିଜେ ୯ଜଣଙ୍କୁ ଆଉଟ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଇଥିବା କହିଛନ୍ତି। କିନ୍ତୁ ସେମାନଙ୍କୁ ନିଯୁକ୍ତି ଦେବା ସମ୍ବନ୍ଧୀୟ କୌଣସି ନଥିପତ୍ର ନାହିଁ। କେଉଁ ଆଧାରରେ ଏହି ନିଯୁକ୍ତି ହୋଇଛି, ଏହା ଅନୁମୋଦିତ କି ନୁହେଁ ଏବଂ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ଦରମା ବାବଦ ସମସ୍ତ କାଗଜପତ୍ର ଦେଖାଇବାକୁ ଏହି ନୋଟିସରେ କୁହାଯାଇଛି। ଇପିଏଫ୍‌ ଓ ଇଏସ୍‌ଆଇ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ତଦନ୍ତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ପାଢ଼ୀ। ଉପରୋକ୍ତ ପଏଣ୍ଟ ଦର୍ଶାଉଛି ଯେ, ପ୍ରକଳ୍ପ ସଂଯୋଜକ ମାଳବିଶୋଇଙ୍କ ନିମନ୍ତେ ଏହି ଚିଠି ଉଦ୍ଦିଷ୍ଟ। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏହି ନୋଟିସ ପରେ ଅନ୍ୟ ୨ଟି ନୋଟିସ ଜାରି ହେଲା ପରେ ମଧ୍ୟ ପ୍ରକଳ୍ପ ସଂଯୋଜକ ମାଳବିଶୋଇ ଓ ତାଙ୍କ ସହଯୋଗୀ କୌଣସି ଉତ୍ତର ଏବଂ ସରକାରୀ କାଗଜ ପତ୍ର ଏଯାଏଁ ଦାଖଲ କରି ପାରି ନାହାନ୍ତି। ଏ ନେଇ ମାଳବିଶୋଇଙ୍କୁ ରବିବାର ସା ୭ଟା ୨୭ରେ ୯୪୩୭୨୩୪୬୫୧ ନମ୍ବରରେ ଫୋନ କଲ ଏବଂ ପରେ ମେସେଜ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri