କାହିଁକି ମାନୁନାହାନ୍ତି

B 3

ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦୁଇଟି ସରକାରୀ ଚିଠି ନିକଟରେ ଧରିତ୍ରୀର ହସ୍ତଗତ ହୋଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଲେଖାଯାଇଥିବା ଏହି ଚିଠି ମାଧ୍ୟମରେ ଜନୈକ ଅଧିକାରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରଥମ ଚିଠିଟି ଚଳିତ ବର୍ଷ ମାର୍ଚ୍ଚ ୧୫ରେ ଦିଆଯାଇଥିଲା। ଚିଠିର କୌଣସି ଉତ୍ତର ନ ଆସିବାରୁ ଏପ୍ରିଲ ୨୬ରେ ପୁଣିଥରେ ଏକ ଚିଠି ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ଦ୍ୱାରା କରାଯାଇଥିଲା, ଯାହାର ଉତ୍ତର ଏପ୍ରିଲ ୩୦ ସୁଦ୍ଧା ରଖିବାକୁ କୁହାଯାଇଥିଲା। ଖବର ଲେଖିବା ପର୍ଯ୍ୟନ୍ତ ଅର୍ଥାତ୍‌ ଜୁନ୍‌ ୫ ଯାଏଁ କୌଣସି ଉତ୍ତର ମିଳି ନ ଥିବା ବିଭାଗୀୟ କର୍ମଚାରୀଙ୍କଠାରୁ ଜଣାପଡ଼ିଛି। ଏହି ଦୁଇଟି ଚିଠିକୁ ଦେଖିଲେ ବୁଝାପଡ଼ୁଛି ଯେ, ବିଭାଗ ମଧ୍ୟରେ ଅନିୟମିତତା ଏବଂ ଅମାନ୍ୟ ବ୍ୟବହାର ବ୍ୟାପିବାରେ ଲାଗିଛି।
ମାର୍ଚ୍ଚ ୧୧ରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ କଳା ସଂସ୍କୃତି ସଂଘ(ଆରକେଏସ୍‌ଏସ୍‌) , ଆର୍ଟିଷ୍ଟ ଫେଡେରେଶନ ସେଲ୍‌ (ଏଏଫ୍‌ସି)ର ଯୁଗ୍ମ ନିର୍ଦ୍ଦେଶକ, ଡେପୁଟି ସେକ୍ରେଟାରୀ, ଆସିଷ୍ଟାଣ୍ଟ ଡିରେକ୍ଟର, ରାଜ୍ୟ ପ୍ରକଳ୍ପ ସଂଯୋଜକ, ଉପସଭାପତି ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ପରେ ମାର୍ଚ୍ଚ ୧୫ରେ ପ୍ରଥମ ଚିଠି ଦିଆଯାଇଥିଲା। ଏହି ଚିଠିରେ ୫ଟି ପଏଣ୍ଟରେ ବିଭାଗରେ ହୋଇଥିବା ଅନିୟମିତତା ବିଷୟରେ ଲେଖାଯାଇଛି। ଆର୍‌କେଏସ୍‌ଏସ୍‌ ଓ ଏଏଫ୍‌ସିର ଆରମ୍ଭ ଦିନରୁ କୌଣସି କ୍ୟାଶବୁକ୍‌ ଲିଖିତ ଆକାରରେ କରାଯାଇନାହିଁ। ୧୧ବର୍ଷ ଧରି ୟୁନିସେଫ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ଆସୁଛି। ରାଜ୍ୟ ସରକାର ୨୦୧୧-୧୨ମସିହାରୁ ୨୦୧୬-୧୭ ମଧ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇଇସି) ସଂକ୍ରାନ୍ତ ପାଣ୍ଠି ଯୋଗାଇନଥିଲେ। କିନ୍ତୁ ଏହି ୫ବର୍ଷ ମଧ୍ୟରେ ସରକାର ସାଧାରଣ ବଜେଟ୍‌ରେ ବର୍ଷକୁ ୧କୋଟି ଲେଖାଏ ମଞ୍ଜୁରି ଦେଇ ଆସିଥିଲେ। ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଇଇସି ବାବଦରେ ୨କୋଟି ୨୭ଲକ୍ଷ ଟଙ୍କା ଅତିରିକ୍ତ ବଜେଟ ମଞ୍ଜୁର କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ୧୧ବର୍ଷ ମଧ୍ୟରେ ଅର୍ଥ ଗ୍ରହଣ କରିବା ନେଇ କୌଣସି କ୍ୟାଶବୁକ୍‌ ଲିଖିତ ଆକାରରେ ନାହିଁ। ଏହି କ୍ୟାଶବୁକ୍‌ ମାର୍ଚ୍ଚ ୩୧ ସୁଦ୍ଧା ଲିଖିତ ଓ ଅପଡେଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଏଏଫ୍‌ସିର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ୮ ଅକ୍ଟୋବର, ୨୦୧୫ଠାରୁ ୧୪ ଫେବୃୟାରୀ ୨୦୨୨ ମଧ୍ୟରେ ଅଗ୍ରିମ ୧କୋଟି ୪୦ଲକ୍ଷ ୩୮ହଜାର ୨୫୪ଟଙ୍କା ଉଠାଣ କରିଛନ୍ତି, ଯାହା ସଂସ୍କୃତି ନିର୍ଦ୍ଦେଶକଙ୍କ ନୋଟ ଶିଟ୍‌ ଆଧାରରେ ପ୍ରଦତ୍ତ ହୋଇଛି। ଏହାକୁ ଏକ ବିରାଟ ଆର୍ଥିକ ଅନିୟମିତତା ବୋଲି ପାଢୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ଅଗ୍ରିମ ଟଙ୍କା ନ ଫେରାଇବା ଯାଏଁ ତାଙ୍କୁ ପୁନଃ କୌଣସି ଅଗ୍ରିମ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପ ସଂଯୋଜକ ବିଶୋଇ ୟୁନିସେଫର ପିଏମ୍‌ୟୁରୁ ଜଣେ ଅଂଶ ଭାବରେ ସମସ୍ତ କାଗଜ କାମ କରୁଛନ୍ତି। କିନ୍ତୁ ତାଙ୍କ ଅବସ୍ଥାପିତ ନେଇ କୌଣସି ଚିଠି ପାଢୀଙ୍କୁ ମିଳି ନାହିଁ। ସେ କାମ କରୁଥିବା ସମସ୍ତ ଫାଇଲକୁ ଚିଠି ଜାରି ହେବାର ପ୍ରଥମ ସପ୍ତାହରେ ହିଁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ)ଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷେ ଏଏଫ୍‌ସିକୁ ସରକାରଙ୍କ ପକ୍ଷରୁ ୪କୋଟି ଟଙ୍କା କର୍ପସ ପାଣ୍ଠି ମିଳିଥିଲା। ଏଥିରୁ ଆୟ ସୁଧ କଳାକାର ଏବଂ ଫେଡେରେଶନ ସେଲର ଉନ୍ନତି ପାଇଁ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୪ଟି ଭିନ୍ନ ଭିନ୍ନ ଫିକ୍ସଡ ଡିପୋଜିଟ ଜରିଆରେ ୧କୋଟି ଲେଖାଏଁ ଟଙ୍କା ଜମା କରାଯାଇଥିଲା ଓ ଏଏଫ୍‌ସିକୁ ତ୍ରୈମାସିକ ସୁଧ ମିଳୁଛି ବୋଲି କୁହାଯାଇଥିଲା। ଯେତେବେଳେ ଏ ସମ୍ବନ୍ଧୀୟ କାଗଜ ଦେଖାଇବାକୁ କୁହାଗଲା ଏଏସ୍‌ଓ ଏବଂ ମାଳବିଶୋଇ କୌଣସି ପ୍ରମାଣ ଦେଇପାରି ନ ଥିଲେ। ଏହି ୪ଟି ଫିକ୍ସଡ ଡିପୋଜିଟକୁ ଗୋଟିଏ କରି ଜାତୀୟ ବ୍ୟାଙ୍କରେ ସର୍ବାଧିକ ଲାଭ ପାଇଁ ୩ରୁ ୫ବର୍ଷ ପର୍ଯ୍ୟନ୍ତ ରଖାଯିବ ବୋଲି ପାଢୀ ଲେଖିଛନ୍ତି। ଏପରି କି ମାଳବିଶୋଇ ନିଜେ ୯ଜଣଙ୍କୁ ଆଉଟ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଇଥିବା କହିଛନ୍ତି। କିନ୍ତୁ ସେମାନଙ୍କୁ ନିଯୁକ୍ତି ଦେବା ସମ୍ବନ୍ଧୀୟ କୌଣସି ନଥିପତ୍ର ନାହିଁ। କେଉଁ ଆଧାରରେ ଏହି ନିଯୁକ୍ତି ହୋଇଛି, ଏହା ଅନୁମୋଦିତ କି ନୁହେଁ ଏବଂ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ଦରମା ବାବଦ ସମସ୍ତ କାଗଜପତ୍ର ଦେଖାଇବାକୁ ଏହି ନୋଟିସରେ କୁହାଯାଇଛି। ଇପିଏଫ୍‌ ଓ ଇଏସ୍‌ଆଇ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ତଦନ୍ତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ପାଢ଼ୀ। ଉପରୋକ୍ତ ପଏଣ୍ଟ ଦର୍ଶାଉଛି ଯେ, ପ୍ରକଳ୍ପ ସଂଯୋଜକ ମାଳବିଶୋଇଙ୍କ ନିମନ୍ତେ ଏହି ଚିଠି ଉଦ୍ଦିଷ୍ଟ। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏହି ନୋଟିସ ପରେ ଅନ୍ୟ ୨ଟି ନୋଟିସ ଜାରି ହେଲା ପରେ ମଧ୍ୟ ପ୍ରକଳ୍ପ ସଂଯୋଜକ ମାଳବିଶୋଇ ଓ ତାଙ୍କ ସହଯୋଗୀ କୌଣସି ଉତ୍ତର ଏବଂ ସରକାରୀ କାଗଜ ପତ୍ର ଏଯାଏଁ ଦାଖଲ କରି ପାରି ନାହାନ୍ତି। ଏ ନେଇ ମାଳବିଶୋଇଙ୍କୁ ରବିବାର ସା ୭ଟା ୨୭ରେ ୯୪୩୭୨୩୪୬୫୧ ନମ୍ବରରେ ଫୋନ କଲ ଏବଂ ପରେ ମେସେଜ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com
Your Paragraph Text 2

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

Your Paragraph Text 1 1

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨: ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

Your Paragraph Text 1

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

Aaa

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

3232 1

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

WhatsApp Image 2025 12 14 At 8.19.33 PM

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

Your Paragraph Text

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Image 28

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives

Dharitri Rashifala2
Model This Week
ମଣ୍ଟୁ

ପିଲାଙ୍କ ଧରିତ୍ରୀ

PILANKA DHARITRI
Why Dharitri