Posted inଜାତୀୟ

ପେଗାସସ୍‌ ମାମଲାରେ କାହିଁକି ହୋଇନି ମାମଲା ରୁଜୁ, ପ୍ରଶ୍ନ କଲେ ସିଜେଆଇ…

ନୂଆଦିଲ୍ଲୀ,୫।୮: ପେଗାସସ ଗୁପ୍ତଚରୀ ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛିି। ପ୍ରଧାନ ବିଚାରପତି (ସିଜେଆଇ )ଏନ.ଭି ରାମନା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ଦ୍ୱାରା ଏସମ୍ପର୍କିତ ୯ଟି ଆବେଦନର ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଆବେଦନକାରୀ ଏମ.ଏଲ ଶର୍ମାଙ୍କୁ ତାଗିଦ୍‌ କରିଛନ୍ତି। ପ୍ରଧାନ ବିଚାରପତି କହିଥିଲେ ଯେ ଆମେ ଆପଣଙ୍କ ଆବେଦନ ଦେଖିଛୁ। ଏଥିରେ କେବଳ ପେପର କଟିଂ ବ୍ୟତୀତ ଅନ୍ୟ କିଛି ନାହିଁ। ଅନ୍ୟପକ୍ଷରେ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଏନ୍‌. ରାମ ଏବଂ ଶଶି କୁମାରଙ୍କ ପକ୍ଷରୁ ଆଇନଜୀବୀ କପିଲ ସିବଲ ଉପସ୍ଥିତ ହୋଇ କହିଥିଲେ ଯେ ପେଗାସସ ସଫ୍ଟୱେର୍‌ ହେଉଛି ଏପରି ଏକ ଟେକ୍ନୋଲୋଜି, ଯାହା ଫୋନ ମାଧ୍ୟମରେ ଲୋକଙ୍କ ଜୀବନରେ ଅନୁପ୍ରବେଶ କାର୍ଯ୍ୟ କରୁଛି। ବ୍ୟକ୍ତିଗତ ଗୋପନୀୟତା ଏବଂ ସମ୍ମାନର ଅଧିକାରକୁ ଉଲ୍ଲଂଘନ କରୁଛି।
ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ ଯଦି ପେଗାସସ ବିଷୟରେ ଗଣମାଧ୍ୟମର ରିପୋର୍ଟ ସତ୍ୟ, ତେବେ ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏହାର ପରୀକ୍ଷା ଲାଗି ଆବେଦନ କରାଯିବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେ ଏହି ମାମଲାରେ ଆବେଦନକାରୀମାନେ ଜ୍ଞାନୀ ବ୍ୟକ୍ତି। କିନ୍ତୁ ଆବଶ୍ୟକ ପ୍ରମାଣ ସଂଗ୍ରହ ଠିକ୍‌ ଭାବେ ହୋଇ ନାହିଁ। ଏହି ମାମଳାରେ କାହିଁକି ମାମଲା ରୁଜୁ ହୋଇନାହିଁ ସେ ନେଇ ସିଜେଆଇ ପ୍ରଶ୍ନ କରିଥିଲେ। ଖଣ୍ଡପୀଠ କପିଲ ସିବଲଙ୍କୁ କହିଥିଲେ, ଯେ, ଏନ. ରାମଙ୍କ ଦ୍ୱାରା ଦାଖଲ ହୋଇଥିବା ପ୍ରମାଣପତ୍ରରେ କେତେକ ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁପ୍ତଚରୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେ ଏହାକୁ ସମର୍ଥନ କରି କାଲିଫର୍ଣ୍ଣିଆ କୋର୍ଟର ଆଦେଶ ବିଷୟରେ ସୂଚିତ କରିଛନ୍ତି। କିନ୍ତୁ କାଲିଫର୍ନିଆ କୋର୍ଟର ଆଦେଶରେ ସେପରି କିଛି ନାହିଁ। ସିବଲ କୋର୍ଟଙ୍କୁ କହିଥିଲେ, ଗଣମାଧ୍ୟମ ପ୍ରତିନିଧି, ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ବ୍ୟକ୍ତି, କୋର୍ଟ ଅଧିକାରୀ, ସମସ୍ତେ ଏହାର ଟାର୍ଗେଟରେ ଥିଲେ। ବଡ ପ୍ରଶ୍ନ ହେଉଛି ପେଗାସସ ସଫ୍ଟୱେର୍‌ କିଣାଯାଇଛି କି ଏହାର ମୂଲ୍ୟ କେତେ?
ସଂସଦରେ ଓୱାଇସି ପଚାରିଥିବା ପ୍ରଶ୍ନର ଉତ୍ତରରେ ସିବଲ ସରକାରଙ୍କ ପ୍ରତିକ୍ରିୟାକୁ ସୂଚିତ କରିଛନ୍ତି। ସେ କହିଛନ୍ତି, ମନ୍ତ୍ରୀ କହିଛନ୍ତି ଯେ ଇସ୍ରାଏଲ ଗ୍ରୁପ ଏହି ସଫ୍ଟୱେର୍‌କୁ ବିକଶିତ କରିଛି। ଭାରତରେ ୧୨୧ ଜଣଙ୍କୁ ଟାର୍ଗେଟ କରାଯାଇଥିବା ମନ୍ତ୍ରୀମାନେ ସହମତ ହୋଇଛନ୍ତି। କୋର୍ଟ ଯେତେବେଳେ ସରକାରଙ୍କଠାରୁ ସୂଚନା ନେବେ ସେତେବେଳେ ଅଧିକ ସତ୍ୟ ଜଣା ପଡିବ ବୋଲି ସିବଲ କହିଛନ୍ତି। ଏପରିସ୍ଥଳେ ସିଜେଆଇ କହିଥିଲେ ଯେ ଆମର ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମିଳିଲା ନାହିଁ, ଏବେ ୨ ବର୍ଷ ପରେ କାହିଁକି ପ୍ରଶ୍ନ ଉଠିଛି? ସିବଲ କୋର୍ଟଙ୍କୁ କହିଥିଲେ ଯେ, ସିଟିଜେନ ଲ୍ୟାବ ଅନୁସାରେ ୧୨୨ ଉପଭୋକ୍ତା ଭାରତର। ଯଦି ସରକାର ଏସବୁ ସ୍ବୀକାର କରୁଛନ୍ତି ତେବେ କାହିଁକି ଏଫଆଇଆର୍‌ ପଞ୍ଜିକରଣ କଲେ ନାହିଁ? ସରକାର କାହିଁକି ଚୁପ ଅଛନ୍ତି? ଏହା ଦେଶର ଲୋକଙ୍କ ଗୋପନୀୟତା ଏବଂ ସୁରକ୍ଷା ସହ ଜଡିତ ଏକ ପ୍ରସଙ୍ଗ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ୧୦ରେ ହେବ।
ସୂଚନାଯୋଗ୍ୟ, ଆଇନଜୀବୀ ମନୋହର ଲାଲ ଶର୍ମା, ସିପିଏମ ରାଜ୍ୟସଭା ଏମ୍‌ପି ଜନ ବ୍ରିଟାସ,ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଏନ. ରାମ ଏବଂ ଶଶି କୁମାର, ଗଣମାଧ୍ୟମ ପ୍ରତିନିଧି ପରଞ୍ଜୟ ଗୁହା ଠାକୁରତା, ଏସ୍‌ଏନଏମ୍‌ ଅବଦୀ, ପ୍ରେମ ଶଙ୍କର ଝା, ରୂପେଶ କୁମାର ସିଂ ଏବଂ ଇପ୍ସା ଶତାକ୍ଷୀ, ଗିଲ୍ଡ ଅଫ ଇଣ୍ଡିଆର ମିଡିଆ ସମ୍ପାଦକ, ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମର ଜୟଦୀପ ଚୋକର ଏବଂ ନରେନ୍ଦ୍ର ମିଶ୍ର କୋର୍ଟରେ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri