ପ୍ରତିବର୍ଷ ପୃଥିବୀ ଠାରୁ ଦୂରେଇ ଯାଉଛି ଜହ୍ନମାମୁଁ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୫।୯: ଚନ୍ଦ୍ର ଆମ ଠାରୁ ଦୂର ନୁହେଁ। ଚନ୍ଦ୍ରାୟାନ ୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଭାରତ ଏହାକୁ ପ୍ରମାଣ କରି ଦେଖାଇଛି। ପୂର୍ବରୁ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ଚନ୍ଦ୍ର ବିଷୟରେ ଜାଣିବା କୌତୁହଳର ବିଷୟ ଥିଲା। ହେଲେ ସେହି କୌତୁହଳର ପରଦା ଉଠାଇବା ପାଇଁ ଭାରତର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଗବେଷଣା ଜାରି ରଖିଛନ୍ତି। ପ୍ରତିଦିନ ନୂଆ ନୂଆ ଜିନିଷ ଆମେ ଚନ୍ଦ୍ର ବିଷୟରେ ଜାଣିବାକୁ ପାଉଛୁ।

ମାଆ ଯେତେବେଳେ ଛୁଆକୁ ଜହ୍ନକୁ ଦେଖାଇ ସ୍ନେହ ଦେଉଥାଏ। ତା ପାଟିରୁ ବାହାରିପଡେ ଆ ଜହ୍ନମାମୁଁ ଶରଗ ଶଶୀ, ମୋ କାହ୍ନୁ ହାତରେ ପଡରେ ଖସି। ଛୁଆକୁ ସ୍ନେହରେ କୁହେ, ହାତ ବଢେଇଲେ ଜହ୍ନମାମୁଁ ତୋ ପାଖରେ ପହଞ୍ଚିଯିବ। ତେବେ ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩ ଦ୍ୱାରା ଜହ୍ନକୁ ତ ଆମେ ଆମ ପାଖକୁ ଟାଣି ଆଣିଛୁ। ହେଲେ ଜାଣନ୍ତି କି ଚନ୍ଦ୍ର ଠାରୁ ପୃଥିବୀ ଦୂରତା ବଢିବାରେ ଲାଗିଛି। ପ୍ରତିବର୍ଷ ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଉଛି। ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଚନ୍ଦ୍ର ପୃଥିବୀଠାରୁ ଧୀରେ ଧୀରେ ଦୂରେଇବାରେ ଲାଗିଛି। ଚନ୍ଦ୍ର ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ। ଗବେଷଣାରୁ ଜଣାପଡିଥିଲା କି, ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁ ଚନ୍ଦ୍ର ପୃଥିବୀଠାରୁ ନିରନ୍ତର ଦୂରତାରେ ଥିଲା। କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ହେବାରେ ଲାଗିଛି।

ଆମେରିକାର ସ୍ପେସ ଏଜେନ୍ସି ନାସା ଅନୁଯାୟୀ, ଚନ୍ଦ୍ର ପ୍ରତିବର୍ଷ 3.8 ସେମି ବେଗରେ ପୃଥିବୀଠାରୁ ଦୂରେଇ ଯାଉଛି। ଅତୀତରେ, ସମୟ ଜାଣିବା ପାଇଁ ଚନ୍ଦ୍ରକୁ ବ୍ୟବହାର କରାଯାଉଥିଲା। କାରଣ ଏହା ପ୍ରାଚୀନ ମାନବ ସଭ୍ୟତା ଦ୍ୱାରା କ୍ୟାଲେଣ୍ଡର ଭାବରେ ବ୍ୟବହୃତ ହେଉଥିଲା। ମାତ୍ର ଏହି ଆଶ୍ଚର୍ଯ୍ୟକର ରିପୋର୍ଟ ଅତୀତର ଅନୁସନ୍ଧାନ ଏବଂ ଅନ୍ୟାନ୍ୟ ପୂର୍ବ ଆବିଷ୍କାର ବିଷୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। କୁହାଯାଉଛି କି, ଯଦି ଚନ୍ଦ୍ର ଏହି ବେଗରେ ପୃଥିବୀଠାରୁ ଦୂରେଇ ଯାଇଥାନ୍ତା ତେବେ ୧.୫ ବିଲିୟନ ବର୍ଷ ପୂର୍ବେ ସେ ପୃଥିବୀ ସହିତ ଧକ୍କା ହୋଇ ଯାଇଥା’ନ୍ତା।

କେବିକେ ବିଶ୍ୱବିଦ୍ୟାଳୟର ପ୍ରଫେସର ଜୋଶୁଆ ଡେଭିସ ଏବଂ ୱିସ୍କନ୍ସିନ-ମ୍ୟାଡିସନ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ସହଯୋଗୀ ମାର୍ଗ୍ରିଟ ଲାଣ୍ଟିନକ ଏ ବାବଦରେ ଆହୁରି ଅନେକ ଆଶ୍ଚର୍ଯ୍ୟକର କଥା କହିଛନ୍ତି। ସେ କହିଛନ୍ତ, ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ବଢୁଥିବା ବ୍ୟବଧାନ ନୂଆ କିଛି ଜିନିଷ ଆବିଷ୍କାର ହୋଇପାରେ। କିନ୍ତୁ ଏହା ଅତୀତ ପାଇଁ ବିପଦକୁ ଡାକି ଆଣୁଛି। ବିଶେଷଜ୍ଞଙ୍କନୁସାରେ ‘ମିଲନକୋଭିଚ ଚକ୍ର’ ଦ୍ୱାରା ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଉଛି। ଏହି ଚକ୍ରଗୁଡ଼ିକ ପୃଥିବୀର କକ୍ଷପଥର ଆକାର ଓ ଅକ୍ଷ ମଧ୍ୟରେ ଏକ ବିଚଳନ ସୃଷ୍ଟି କରେ। ପୃଥିବୀରେ ପଡୁଥିବା ସୂର୍ଯ୍ୟ କିରଣର ପ୍ରଭାବ ଏହି ଚକ୍ରରେ ପଡିଥାଏ।

ପୃଥିବୀରେ ସୂର୍ଯ୍ୟ କିରଣର ପରିମାଣ ଏହାର ଜଳବାୟୁ ଉପରେ ପ୍ରଭାବ ପକାଇଥାଏ। ଏଥିସହ ଆର୍ଦ ଓ ଶୁଷ୍କ ଜଳବାୟୁ ବିଷୟରେ ମଧ୍ୟ ସୂଚନା ଦେଇଥାଏ। କିନ୍ତୁ ମିଲନକୋଭିଚ ଚକ୍ରରେ ପାଣିପାଗରେ ସମ୍ପୂର୍ଣ୍ଣ ଓଲଟା ଦୃଶ୍ୟ ଦେଖାଯାଏ। ଏହି ଚକ୍ର ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ଦୂରତା ନିର୍ଣ୍ଣୟ କରିଥାଏ। ନାସାର ବୈଜ୍ଞାନିକଙ୍କ ଅନୁଯାୟୀ, ୨.୪୬ ବିଲିୟନ ବର୍ଷ ପୂର୍ବେ ଚନ୍ଦ୍ର ପୃଥିବୀଠାରୁ ୬୦ହଜାର କିଲୋମିଟର ଦୂରରେ ଥିଲା। ଏବେ ଏହା ୩୮୪,୪୦୦କିମି ଦୂରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri