ପ୍ରତିବର୍ଷ ପୃଥିବୀ ଠାରୁ ଦୂରେଇ ଯାଉଛି ଜହ୍ନମାମୁଁ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୫।୯: ଚନ୍ଦ୍ର ଆମ ଠାରୁ ଦୂର ନୁହେଁ। ଚନ୍ଦ୍ରାୟାନ ୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଭାରତ ଏହାକୁ ପ୍ରମାଣ କରି ଦେଖାଇଛି। ପୂର୍ବରୁ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ଚନ୍ଦ୍ର ବିଷୟରେ ଜାଣିବା କୌତୁହଳର ବିଷୟ ଥିଲା। ହେଲେ ସେହି କୌତୁହଳର ପରଦା ଉଠାଇବା ପାଇଁ ଭାରତର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଗବେଷଣା ଜାରି ରଖିଛନ୍ତି। ପ୍ରତିଦିନ ନୂଆ ନୂଆ ଜିନିଷ ଆମେ ଚନ୍ଦ୍ର ବିଷୟରେ ଜାଣିବାକୁ ପାଉଛୁ।

ମାଆ ଯେତେବେଳେ ଛୁଆକୁ ଜହ୍ନକୁ ଦେଖାଇ ସ୍ନେହ ଦେଉଥାଏ। ତା ପାଟିରୁ ବାହାରିପଡେ ଆ ଜହ୍ନମାମୁଁ ଶରଗ ଶଶୀ, ମୋ କାହ୍ନୁ ହାତରେ ପଡରେ ଖସି। ଛୁଆକୁ ସ୍ନେହରେ କୁହେ, ହାତ ବଢେଇଲେ ଜହ୍ନମାମୁଁ ତୋ ପାଖରେ ପହଞ୍ଚିଯିବ। ତେବେ ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩ ଦ୍ୱାରା ଜହ୍ନକୁ ତ ଆମେ ଆମ ପାଖକୁ ଟାଣି ଆଣିଛୁ। ହେଲେ ଜାଣନ୍ତି କି ଚନ୍ଦ୍ର ଠାରୁ ପୃଥିବୀ ଦୂରତା ବଢିବାରେ ଲାଗିଛି। ପ୍ରତିବର୍ଷ ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଉଛି। ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଚନ୍ଦ୍ର ପୃଥିବୀଠାରୁ ଧୀରେ ଧୀରେ ଦୂରେଇବାରେ ଲାଗିଛି। ଚନ୍ଦ୍ର ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ। ଗବେଷଣାରୁ ଜଣାପଡିଥିଲା କି, ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁ ଚନ୍ଦ୍ର ପୃଥିବୀଠାରୁ ନିରନ୍ତର ଦୂରତାରେ ଥିଲା। କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ହେବାରେ ଲାଗିଛି।

ଆମେରିକାର ସ୍ପେସ ଏଜେନ୍ସି ନାସା ଅନୁଯାୟୀ, ଚନ୍ଦ୍ର ପ୍ରତିବର୍ଷ 3.8 ସେମି ବେଗରେ ପୃଥିବୀଠାରୁ ଦୂରେଇ ଯାଉଛି। ଅତୀତରେ, ସମୟ ଜାଣିବା ପାଇଁ ଚନ୍ଦ୍ରକୁ ବ୍ୟବହାର କରାଯାଉଥିଲା। କାରଣ ଏହା ପ୍ରାଚୀନ ମାନବ ସଭ୍ୟତା ଦ୍ୱାରା କ୍ୟାଲେଣ୍ଡର ଭାବରେ ବ୍ୟବହୃତ ହେଉଥିଲା। ମାତ୍ର ଏହି ଆଶ୍ଚର୍ଯ୍ୟକର ରିପୋର୍ଟ ଅତୀତର ଅନୁସନ୍ଧାନ ଏବଂ ଅନ୍ୟାନ୍ୟ ପୂର୍ବ ଆବିଷ୍କାର ବିଷୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। କୁହାଯାଉଛି କି, ଯଦି ଚନ୍ଦ୍ର ଏହି ବେଗରେ ପୃଥିବୀଠାରୁ ଦୂରେଇ ଯାଇଥାନ୍ତା ତେବେ ୧.୫ ବିଲିୟନ ବର୍ଷ ପୂର୍ବେ ସେ ପୃଥିବୀ ସହିତ ଧକ୍କା ହୋଇ ଯାଇଥା’ନ୍ତା।

କେବିକେ ବିଶ୍ୱବିଦ୍ୟାଳୟର ପ୍ରଫେସର ଜୋଶୁଆ ଡେଭିସ ଏବଂ ୱିସ୍କନ୍ସିନ-ମ୍ୟାଡିସନ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ସହଯୋଗୀ ମାର୍ଗ୍ରିଟ ଲାଣ୍ଟିନକ ଏ ବାବଦରେ ଆହୁରି ଅନେକ ଆଶ୍ଚର୍ଯ୍ୟକର କଥା କହିଛନ୍ତି। ସେ କହିଛନ୍ତ, ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ବଢୁଥିବା ବ୍ୟବଧାନ ନୂଆ କିଛି ଜିନିଷ ଆବିଷ୍କାର ହୋଇପାରେ। କିନ୍ତୁ ଏହା ଅତୀତ ପାଇଁ ବିପଦକୁ ଡାକି ଆଣୁଛି। ବିଶେଷଜ୍ଞଙ୍କନୁସାରେ ‘ମିଲନକୋଭିଚ ଚକ୍ର’ ଦ୍ୱାରା ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଉଛି। ଏହି ଚକ୍ରଗୁଡ଼ିକ ପୃଥିବୀର କକ୍ଷପଥର ଆକାର ଓ ଅକ୍ଷ ମଧ୍ୟରେ ଏକ ବିଚଳନ ସୃଷ୍ଟି କରେ। ପୃଥିବୀରେ ପଡୁଥିବା ସୂର୍ଯ୍ୟ କିରଣର ପ୍ରଭାବ ଏହି ଚକ୍ରରେ ପଡିଥାଏ।

ପୃଥିବୀରେ ସୂର୍ଯ୍ୟ କିରଣର ପରିମାଣ ଏହାର ଜଳବାୟୁ ଉପରେ ପ୍ରଭାବ ପକାଇଥାଏ। ଏଥିସହ ଆର୍ଦ ଓ ଶୁଷ୍କ ଜଳବାୟୁ ବିଷୟରେ ମଧ୍ୟ ସୂଚନା ଦେଇଥାଏ। କିନ୍ତୁ ମିଲନକୋଭିଚ ଚକ୍ରରେ ପାଣିପାଗରେ ସମ୍ପୂର୍ଣ୍ଣ ଓଲଟା ଦୃଶ୍ୟ ଦେଖାଯାଏ। ଏହି ଚକ୍ର ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ଦୂରତା ନିର୍ଣ୍ଣୟ କରିଥାଏ। ନାସାର ବୈଜ୍ଞାନିକଙ୍କ ଅନୁଯାୟୀ, ୨.୪୬ ବିଲିୟନ ବର୍ଷ ପୂର୍ବେ ଚନ୍ଦ୍ର ପୃଥିବୀଠାରୁ ୬୦ହଜାର କିଲୋମିଟର ଦୂରରେ ଥିଲା। ଏବେ ଏହା ୩୮୪,୪୦୦କିମି ଦୂରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri