ହରମନପ୍ରୀତଙ୍କୁ ମୋଦି କାହିଁକି ଡାକିଲେ ସରପଞ୍ଚ ସାହେବ, ଜାଣନ୍ତୁ କୋଟିପତି ହକି ତାରକାଙ୍କ ନାଁର ରହସ୍ୟ

ନୂଆଦିଲ୍ଲୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ହକି ମ୍ୟାଚରେ ସ୍ପେନକୁ ପରାସ୍ତ କରି ଭାରତ ବ୍ରୋଞ୍ଜ ପଦକ ଜିତିଛି। ଏହି ବିଜୟରେ କ୍ୟାପଟେନ ହରମନପ୍ରୀତ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ପ୍ରଥମ ଦୁଇଟି ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଛନ୍ତି। ହରମନପ୍ରୀତ ସିଂ ଭାରତୀୟ ଜାତୀୟ ଦଳର ଡିଫେଣ୍ଡର ଭାବରେ ଖେଳନ୍ତି ଏବଂ ଦଳର ଅଧିନାୟକ ମଧ୍ୟ ଅଟନ୍ତି। ତାଙ୍କୁ ଦୁନିଆର ସର୍ବୋତ୍ତମ ଡ୍ରାଗ ଫ୍ଲିକର୍‌ ଭାବରେ ବିବେଚନା କରାଯାଏ।

ଭାରତୀୟ ଦଳର ଅଧିନାୟକ ହରମନପ୍ରୀତଙ୍କ ପ୍ରଦର୍ଶନ ଯୋଗୁଁ ପ୍ରଶଂସକମାନେ ତାଙ୍କୁ ସରପଞ୍ଚ ସାହେବ ବୋଲି ମଧ୍ୟ କୁହନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତୀୟ ହକି ଦଳ ବେଲଜିୟମ ଏବଂ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ଭଳି ପୁଲ , ଯାହାକୁ ପୁଲ ଅଫ ଡେଥ ମଧ୍ୟ କୁହାଯାଉଥିଲା, କିନ୍ତୁ ଭାରତ ଏହି ପୁଲରେ କେବଳ ଗୋଟିଏ ମ୍ୟାଚ ହାରିଥିଲା।

ହରମନପ୍ରୀତଙ୍କ ନେତୃତ୍ୱରେ ଦଳ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି। ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ ଏବଂ ଅଧିନାୟକତ୍ୱ ହେତୁ ସେ ହକିର ସରପଞ୍ଚ ସାହେବ ଭାବେ ଜଣାଶୁଣା। ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ସରପଞ୍ଚ ସାହେବ ଡାକି ଅଭିନନ୍ଦନ ଜଣାଇଛନ୍ତି।

ହରମନପ୍ରୀତ ସିଂ ଅମୃତସରର ତିମୋୱାଲ ଗାଁର ଏକ ଶିଖ୍‌ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳେ ସ୍କୁଲର ଛୁଟିଦିନରେ ସେ ନିଜ ପରିବାରକୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ହରମନପ୍ରୀତଙ୍କ ବାପା ତାଙ୍କୁ ତାଙ୍କ ଇଚ୍ଛା ଅନୁଯାୟୀ କାମ କରିବାର ସ୍ବାଧୀନତା ଦେଇଥିଲେ। ହରମନ ୧୦ ବର୍ଷ ବୟସରେ ହକି ଖେଳିବା ଆରମ୍ଭ କରିଥିଲେ। ଯେତେବେଳେ ତାଙ୍କୁ ୧୫ ବର୍ଷ ବୟସ ହୋଇଥିଲା ସେ ଏକାଡେମୀରେ ଯୋଗ ଦେଇଥିଲେ।

ଜାପାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦ୍ୱିପାକ୍ଷିକ ସିରିଜ ପାଇଁ ମନୋନୀତ ହୋଇଥିଲେ। ଏପ୍ରିଲ ୨୦୧୫ରେ ହରମନପ୍ରୀତଙ୍କୁ ସିନିୟର ଦଳ ପାଇଁ ପ୍ରଥମ ଥର କଲ ଅପ ମିଳିଥିଲା। କିନ୍ତୁ ପରବର୍ତ୍ତୀ ଟୁର୍ନାମେଣ୍ଟ ପାଇଁ ତାଙ୍କୁ ଦଳରୁ ହଟା ଯାଇଥିଲା। ଯାହାକି ୨୦୧୪-୧୫ ପୁରୁଷ FIH ହକି ବିଶ୍ୱ ଲିଗର ସେମିଫାଇନାଲ ଥିଲା।

ରିପୋର୍ଟ ଅନୁଯାୟୀ, ସେ ହେଉଛନ୍ତି ଭାରତର ସବୁଠାରୁ ଧନୀ ହକି ଖେଳାଳି। ତାଙ୍କର ଆନୁମାନିକ ମୋଟ ସମ୍ପତ୍ତି ହେଉଛି ୫ ମିଲିୟନ ଡଲାର୍‌ (ପ୍ରାୟ ୪୨ କୋଟି ଟଙ୍କା)। ୨୦୧୫ ଲିଗ ସିଜିନରେ, ଦବଙ୍ଗ ମୁମ୍ବାଇ ଦ୍ୱାରା ୫୧,୦୦୦ ଡଲାରରେ (ପ୍ରାୟ ୪୨ ଲକ୍ଷ ଟଙ୍କା) କିଣାଯାଇଥିଲା। ସେହି ସିଜନରେ ସିଂ ପାଞ୍ଚଟି ଗୋଲ ସ୍କୋର କରିଥିଲେ। ଏହା ପରେ ତାଙ୍କୁ ଟୁର୍ନାମେଣ୍ଟର ପ୍ରତିଭାଧାରୀ ଖେଳାଳି ବୋଲି କହିବା ସହ ୨୦୧୫ ପୋଣ୍ଟି ଚାଡା ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri