ମନୁଷ୍ୟର ଏସବୁ କର୍ମ ପାଇଁ ହ୍ରାସ ପାଏ ଆୟୁଷ, ପ୍ରେମାନନ୍ଦ ମହାରାଜ କହିଲେ…

କଥାରେ ଅଛି କର୍ମ ଅନୁସାରେ ମିଳଇ ଫଳ। ଆମେ ଜୀବନରେ ଯେଉଁଭଳି କର୍ମ କରିଥାଉ, ତାର ପରିଣାମ ଆମକୁ ଏହି ଜନ୍ମରେ ଭୋଗିବାକୁ ପଡେ। ମଥୁରାର ବୃନ୍ଦାବନରେ ପ୍ରବଚନ ଦେଉଥିବା ପ୍ରେମାନନ୍ଦ ମହାରାଜ ମନୁଷ୍ୟର ସେଭଳି କର୍ମ ବିଷୟରେ କହିଛନ୍ତି ଯେଉଁଥିରେ ତାର ଆୟୁ ହ୍ରାସ ପାଇଥାଏ।

ମହାରାଜ କହିଛନ୍ତି,ନାସ୍ତିକ କଥା କହୁଥିବା ବ୍ୟକ୍ତି, ନାସ୍ତିକ ଚିନ୍ତନ ରଖୁଥିବା ବ୍ୟକ୍ତି, ଶାସ୍ତ୍ରର ଆଜ୍ଞା ବିରୋଧରେ କର୍ମ କରୁଥିବା ବ୍ୟକ୍ତିର ଆୟୁଷ ଶୀଘ୍ର ହାନି ହୋଇଥାଏ।

ଯେଉଁ ବ୍ୟକ୍ତିର ଆଚରଣ ଖରାପ,ନଖ ଚୋବାଉଥାଏ, ଗୋଡ଼ ହଲାଉଥାଏ, ସେହି ବ୍ୟକ୍ତିର ଆୟୁଷ କ୍ଷୀଣ ହୋଇଥାଏ।

ଯେଉଁ ବ୍ୟକ୍ତି ସଂନ୍ଧ୍ୟା ସମୟରେ ଶୋଇଥାଏ, ଭୋଜନ କରିଥାଏ, ବ୍ୟର୍ଥ ଚେଷ୍ଟା କରିଥାନ୍ତି ତାର ଆୟୁ ନାଶ ହୋଇଥାଏ।

ଯଦି କେହି ବୃଦ୍ଧ ନଚେତ ଦୁର୍ବଳ ମୁଣ୍ଡରେ କିଛି ଲଦି ଯାଉଥାନ୍ତି, ଆପଣ ତାଙ୍କୁ ରାସ୍ତା ଦେବାକୁ କୁଣ୍ଠାବୋଧ କରନ୍ତି, ତାଙ୍କୁ କଷ୍ଟ ଦିଅନ୍ତି ତେବେ ଆୟୁ ନାଶ ହୋଇଥାଏ।

ଯଦି କୌଣସି ଦିବ୍ୟାଙ୍ଗ, ଦୁର୍ବଳ ନଚେତ ଅସୁନ୍ଦର ବ୍ୟକ୍ତି ଅଟନ୍ତି, ଆପଣ ତାଙ୍କ ଅବସ୍ଥାକୁ ନେଇ ଉପହାସ କରନ୍ତି ତେବେ ଆୟୁ କ୍ଷୀଣ ହୋଇଥାଏ।

ଯେଉଁ ବ୍ୟକ୍ତି ସକାଳ ୮ ଯାଏ, ୧୦ ଟା ଯାଏ ଶୋଇଥାନ୍ତି, ତାଙ୍କ ଶରୀର ଅସୁସ୍ଥ ହୋଇଥାଏ। ଆୟୁ କ୍ଷୀଣ ହୋଇଥାଏ ଏବଂ ବୁଦ୍ଧି ନଷ୍ଟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri