ଫିଲ୍ମ ‘କୁଛ କୁଛ ହୋତା ହୈ ’ରେ କାଜଲ କାହିଁକି ପିନ୍ଧିଥିଲେ ହେୟାରବ୍ୟାଣ୍ଡ? ଅନେକ ବର୍ଷ ପରେ ରାଜ୍‌ ଖୋଲିଲେ କରଣ

ବଲିଉଡର ଆଇକନିକ୍‌ ଫିଲ୍ମ ଗୁଡ଼ିକ ମଧ୍ୟରୁ କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହୈ’ ଅନ୍ୟତମ। ଏହି ଫିଲ୍ମକୁ ଦର୍ଶକମାନେ ଆଜି ମଧ୍ୟ ବହୁତ ପସନ୍ଦ କରନ୍ତି । ଫିଲ୍ମଟି ପ୍ରେମ ଏବଂ ବନ୍ଧୁତା ସହିତ କଲେଜ ଜୀବନର ଏକ ମଜାଦାର କାହାଣୀ ଉପରେ ପର୍ଯ୍ୟବେସିତ ଥିଲା। ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । କେବଳ ଏତିକି ନୁହେଁ, ଏହି ଫିଲ୍ମ ଫ୍ୟାଶନ ଦୃଷ୍ଟିରୁ ଏକ ନୂତନ ଧାରା ମଧ୍ୟ ସୃଷ୍ଟି କରିଥିଲା, ଯାହା ଆଜି ପର୍ଯ୍ୟନ୍ତ ଅନୁସରଣ କରାଯାଉଛି। ଫିଲ୍ମରେ ଅଭିନେତ୍ରୀ କାଜଲଙ୍କ ହେୟାରବ୍ୟାଣ୍ଡ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା । କାଜଲ ଫିଲ୍ମର ଅଧା ଭାଗରେ ଏକ ହେୟାରବ୍ୟାଣ୍ଡ ପିନ୍ଧିଥିଲେ। ଏହି ହେୟାରବ୍ୟାଣ୍ଡ କାଜଲଙ୍କ ଲୁକ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରୟୋଗ କରାଯାଇ ନ ଥିଲା । ଫିଲ୍ମକୁ ଅନେକ ବର୍ଷ ହେବା ପରେ କରଣ ଏହାର ରାଜ୍‌ ଖୋଲିଛନ୍ତି। କାଜଲ ଏବଂ କରଣ ରଣବୀର ସିଂଙ୍କ ଶୋ ‘ବିଗ ପିକ୍ଚର୍‌’ରେ ପହଞ୍ଚିଥିଲେ । ଏହି ସମୟରେ କରଣ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ କାଜଲଙ୍କ ହେୟାରବ୍ୟାଣ୍ଡ ସହ ଜଡିତ ଏକ ମଜାଦାର କାହାଣୀ ଶେୟାର କରିଥିଲେ। କରଣ ଶୋ’ରେ କହିଛନ୍ତି, ଫିଲ୍ମରେ ଅଞ୍ଜଳିି ପ୍ରକୃତରେ ହେୟାରବ୍ୟାଣ୍ଡ ପିନ୍ଧି ନ ଥିଲେ ସେ ଲଗାଇଥିବା କେଶରେ ସମସ୍ୟା ଥିଲା ତାହାର ସମାଧାନ ପାଇଁ ସେ ହେୟାର ବ୍ୟାଣ୍ଡ ପିନ୍ଧିଥିଲେ। ହେୟାରବ୍ୟାଣ୍ଡଟି ତାଙ୍କ କେଶକୁ ଧରି ରଖିଥିଲା। ପରେ ଏହି ହେୟାରବ୍ୟାଣ୍ଡ ଫ୍ୟାଶନ ଟ୍ରେଣ୍ଡରେ ପରିଣତ ହୋଇଯାଇଥିଲା।

Share