ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ କାହିଁକି ଚିନ୍ତିତ କାନାଡା ସାଂସଦ

ନୂଆଦିଲ୍ଲୀ/ଓଟାଓ୍ବା,୧୭।୯: କାନାଡାର ସାଂସଦ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ପ୍ରତି ହିଂସା ପ୍ରସଙ୍ଗ ଉଠାଇଥିଲେ। କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ବାଂଲାଦେଶରେ ଚାଲିଥିବା ହିଂସାକୁ ନେଇ ସେ ବହୁତ ଚିନ୍ତିତ। କର୍ନାଟକର ଚନ୍ଦ୍ର ଆର୍ଯ୍ୟ ୨୩ସେପ୍ଟେମ୍ବରରେ ପାର୍ଲାମେଣ୍ଟ ହିଲ ଉପରେ ଏକ ରାଲିର ଆୟୋଜନ କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସେ ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଆଲୋକିତ କରିବେ। ଆର୍ଯ୍ୟଙ୍କ ଅନୁଯାୟୀ ହିନ୍ଦୁ ବ୍ୟତୀତ ବୌଦ୍ଧ ଏବଂ ଖ୍ରୀଷ୍ଟିଆନମାନେ ମଧ୍ୟ ଏହି ରାଲିରେ ଅଂଶଗ୍ରହଣ କରିବେ।

ଚନ୍ଦ୍ର ଆର୍ଯ୍ୟ ସଂସଦରେ କହିଛନ୍ତି ଯେ ବାଂଲାଦେଶର ହିନ୍ଦୁ, ବୌଦ୍ଧ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରି ହେଉଥିବା ହିଂସାକୁ ନେଇ ମୁଁ ଅତ୍ୟଧିକ ଚିନ୍ତିତ। ଯେତେବେଳେ ବାଂଲାଦେଶରେ ଅସ୍ଥିରତା ଦେଖାଯାଏ, ଧାର୍ମିକ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡେ।
ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ବାଂଲାଦେଶରେ ରହୁଥିବା କାନାଡିୟ ହିନ୍ଦୁମାନେ ସେମାନଙ୍କ ପରିବାର, ମନ୍ଦିର ଏବଂ ସମ୍ପତ୍ତିର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ସେଠାକାର ସାମ୍ପ୍ରତିକ ପରିସ୍ଥିତିକୁ ଆଲୋକିତ କରିବା ପାଇଁ ହିନ୍ଦୁମାନେ ସେପ୍ଟେମ୍ବର ୨୩ରେ ପାର୍ଲାମେଣ୍ଟ ହିଲ ଉପରେ ଏକ ରାଲିର ଆୟୋଜନ କରିବେ। ତାଙ୍କ ସହ କାନାଡାର ବୌଦ୍ଧ ଏବଂ ଖ୍ରୀଷ୍ଟିଆନମାନେ ମଧ୍ୟ ଯୋଗଦେବେ।
ଚନ୍ଦ୍ର ଆର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, ୧୯୭୧ରେ ସ୍ବାଧୀନତା ପରେ ବାଂଲାଦେଶର ଜନସଂଖ୍ୟାରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅଂଶ ଯଥେଷ୍ଟ ହ୍ରାସ ପାଇଛି। ସେତେବେଳେ ୨୩.୧ ପ୍ରତିଶତ ସଂଖ୍ୟାଲଘୁ ଜନସଂଖ୍ୟାର ପ୍ରାୟ ୨୦ପ୍ରତିଶତ ହିନ୍ଦୁ ଥିଲେ। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟାଲଘୁ ସଂଖ୍ୟା ପ୍ରାୟ ୯.୬୫ ରହିଯାଇଛି। ହିନ୍ଦୁମାନଙ୍କର ଜନସଂଖ୍ୟା ପ୍ରାୟ ୮.୫% ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri