Posted inଜାତୀୟ

ତେଜସ୍ବୀ ଯାଦବଙ୍କ ପୁଅ ନାଁ ଇରାଜ ଲାଲୁ କାହିଁକି ରଖିଲେ ଲାଲୁ ପ୍ରସାଦ, ନିଜେ ପୋଷ୍ଟ କରି କହିଲେ ଏମିତି…

ପାଟ୍‌ନା,୨୮ା୫: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ନାତି ଏବଂ ପରିବାର ସଦସ୍ୟଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଆମର ନାତୁଣୀ କାତ୍ୟାୟନୀଙ୍କ ସାନ ଭାଇର ନାମ ମୁଁ ଏବଂ ରାବ୍ରି ଦେବୀ ‘ଇରାଜ’ ରଖିଛୁ ତେଜସ୍ବୀ ଏବଂ ରାଜଶ୍ରୀ ଇରାଜ ଲାଲୁ ଯାଦବ ବୋଲି ପୂରା ନାମ ଦେଇଛନ୍ତି।

କାତ୍ୟାୟନୀଙ୍କ ଜନ୍ମ ଶୁଭ ନବରାତ୍ରିର ଷଷ୍ଠୀ ଦିନ କାତ୍ୟାୟନ ଅଷ୍ଟମୀରେ ହୋଇଥିଲା ତେଣୁ ତାଙ୍କ ନାମ କାତ୍ୟାୟନୀ ରଖାଯାଇଛି। ସେହିପରି ମଙ୍ଗଳବାର ବଜରଙ୍ଗ ବଳି ହନୁମାନ ଜୀଙ୍କ ମଙ୍ଗଳ ଦିବସରେ ନାତି ଜନ୍ମ ହୋଇବାରୁ ତା’ର ନାମ ଇରାଜ ରଖାଯାଇଛି। ସେ କହିଛନ୍ତି, ଆପଣମାନଙ୍କ ଶୁଭକାମନା ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ! ଶିଶୁ ଏବଂ ମା’ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଇରାଜର ଅର୍ଥ ହିନ୍ଦୁ ଦେବତା ଭଗବାନ ହନୁମାନଙ୍କ ସହିତ ଜଡ଼ିତ। ଜୟ ହନୁମାନ କହି ପୁଅ ଜନ୍ମ ହେବାର ଆନନ୍ଦ ପ୍ରକାଶ କରିଥିଲେ ଲାଲୁ।

୨୭ ମେ’ରେ ପିତା ଭାବରେ ଖୁସି ପ୍ରକାଶ କରି ତେଜସ୍ବୀ ଯାଦବ ସୋସିଆଲ ମିଡିଆରେ ଲେଖିଥିଲେ, ଶୁଭ ସକାଳ! ଶେଷରେ ଅପେକ୍ଷାର ଅନ୍ତ ହେଲା! ମୁଁ ଆମର ଛୋଟ ପୁଅର ଆଗମନ ଘୋଷଣା କରି ବହୁତ କୃତଜ୍ଞ, ଧନ୍ୟ ଏବଂ ଖୁସି। ଜୟ ହନୁମାନ!

ତେଜ ପ୍ରତାପ ମଧ୍ୟ ସନ୍ତାନ ଜନ୍ମରେ ଖୁସି ପ୍ରକାଶ କରିଥିଲେ। ସେ କହିଛନ୍ତି, ବାଙ୍କ ବିହାରୀ ଜୀଙ୍କ ଅସୀମ କୃପା ଏବଂ ଆଶୀର୍ବାଦ ସହିତ, ମୁଁ ନବଜାତ ଶିଶୁର ଆଗମନ (ପୁତ୍ରର ଜନ୍ମ)ରେ ବଡ଼ ବାପା ହେବାର ସୌଭାଗ୍ୟ ପାଇଛି। ସାନ ଭାଇ ତେଜସ୍ବୀ ପ୍ରସାଦ ଯାଦବ ଏବଂ ରାଜଶ୍ରୀ ଯାଦବଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା। ପୁତୁରାକୁ ମୋର ସ୍ନେହପୂର୍ଣ୍ଣ ଆଶୀର୍ବାଦ ଏବଂ ଭଲପାଇବା ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣାରେ ଏହି ୭ ବଡ଼ ନେତାଙ୍କ ଯାଇଛି ଜୀବନ: ଲିଷ୍ଟ୍‌ରେ ୩ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତ ୭ ମାସ ମଧ୍ୟରେ ଦେଶ ବିମାନ ଦୁର୍ଘଟଣାରେ ଆଉ ଜଣେ ବଡ଼ ନେତାଙ୍କୁ…

Ajit Pawar Last Photo: ଅଜିତ ପାଓ୍ବାରଙ୍କ ସେହି ଶେଷ ଫଟୋ, ଫଡନବିସ୍‌ଙ୍କ ସହ କ୍ୟାବିନେଟ୍‌ ବୈଠକରେ ହୋଇଥିଲା ଏହି…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କର ବୁଧବାର ସକାଳେ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଅଜିତ ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିଲେ। ତାଙ୍କର…

ଉପମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୮।୧: ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ…

ଏଥର ବଜେଟରେ କ’ଣ ଶସ୍ତା, କ’ଣ ମହଙ୍ଗା ହୋଇପାରେ, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୨୮।୧: କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, କରଦାତାଙ୍କଠାରୁ ଆରମ୍ଭ କରି ଭାରତର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଶା ଅଧିକ ରହିଛି। କରଦାତା, ବିଶେଷକରି…

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କହିଲେ ଅଜିତ ଜୀଙ୍କ…

ଭୁବନେଶ୍ୱର,୨୮ା୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଶୋକ…

କାହିଁକି ହେଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ: ବଡ଼ କାରଣ କହିଲେ …

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ବାରାମତିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।…

୨ ପୁଅ, ସ୍ତ୍ରୀଙ୍କୁ ଛାଡିଦେଇ ଗଲେ ଅଜିତ ପାୱାର: ଜାଣନ୍ତୁ ତାଙ୍କ ରାଜନୈତିକ ଯାତ୍ରା ବିଷୟରେ ଅଜଣା କଥା…

ପୁଣେ,୨୮।୧: ମହାରାଷ୍ଟ୍ରର ଏନସିପି ନେତା ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ…

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୧:  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri