Posted inଜାତୀୟ

ତେଜସ୍ବୀ ଯାଦବଙ୍କ ପୁଅ ନାଁ ଇରାଜ ଲାଲୁ କାହିଁକି ରଖିଲେ ଲାଲୁ ପ୍ରସାଦ, ନିଜେ ପୋଷ୍ଟ କରି କହିଲେ ଏମିତି…

ପାଟ୍‌ନା,୨୮ା୫: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ନାତି ଏବଂ ପରିବାର ସଦସ୍ୟଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଆମର ନାତୁଣୀ କାତ୍ୟାୟନୀଙ୍କ ସାନ ଭାଇର ନାମ ମୁଁ ଏବଂ ରାବ୍ରି ଦେବୀ ‘ଇରାଜ’ ରଖିଛୁ ତେଜସ୍ବୀ ଏବଂ ରାଜଶ୍ରୀ ଇରାଜ ଲାଲୁ ଯାଦବ ବୋଲି ପୂରା ନାମ ଦେଇଛନ୍ତି।

କାତ୍ୟାୟନୀଙ୍କ ଜନ୍ମ ଶୁଭ ନବରାତ୍ରିର ଷଷ୍ଠୀ ଦିନ କାତ୍ୟାୟନ ଅଷ୍ଟମୀରେ ହୋଇଥିଲା ତେଣୁ ତାଙ୍କ ନାମ କାତ୍ୟାୟନୀ ରଖାଯାଇଛି। ସେହିପରି ମଙ୍ଗଳବାର ବଜରଙ୍ଗ ବଳି ହନୁମାନ ଜୀଙ୍କ ମଙ୍ଗଳ ଦିବସରେ ନାତି ଜନ୍ମ ହୋଇବାରୁ ତା’ର ନାମ ଇରାଜ ରଖାଯାଇଛି। ସେ କହିଛନ୍ତି, ଆପଣମାନଙ୍କ ଶୁଭକାମନା ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ! ଶିଶୁ ଏବଂ ମା’ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଇରାଜର ଅର୍ଥ ହିନ୍ଦୁ ଦେବତା ଭଗବାନ ହନୁମାନଙ୍କ ସହିତ ଜଡ଼ିତ। ଜୟ ହନୁମାନ କହି ପୁଅ ଜନ୍ମ ହେବାର ଆନନ୍ଦ ପ୍ରକାଶ କରିଥିଲେ ଲାଲୁ।

୨୭ ମେ’ରେ ପିତା ଭାବରେ ଖୁସି ପ୍ରକାଶ କରି ତେଜସ୍ବୀ ଯାଦବ ସୋସିଆଲ ମିଡିଆରେ ଲେଖିଥିଲେ, ଶୁଭ ସକାଳ! ଶେଷରେ ଅପେକ୍ଷାର ଅନ୍ତ ହେଲା! ମୁଁ ଆମର ଛୋଟ ପୁଅର ଆଗମନ ଘୋଷଣା କରି ବହୁତ କୃତଜ୍ଞ, ଧନ୍ୟ ଏବଂ ଖୁସି। ଜୟ ହନୁମାନ!

ତେଜ ପ୍ରତାପ ମଧ୍ୟ ସନ୍ତାନ ଜନ୍ମରେ ଖୁସି ପ୍ରକାଶ କରିଥିଲେ। ସେ କହିଛନ୍ତି, ବାଙ୍କ ବିହାରୀ ଜୀଙ୍କ ଅସୀମ କୃପା ଏବଂ ଆଶୀର୍ବାଦ ସହିତ, ମୁଁ ନବଜାତ ଶିଶୁର ଆଗମନ (ପୁତ୍ରର ଜନ୍ମ)ରେ ବଡ଼ ବାପା ହେବାର ସୌଭାଗ୍ୟ ପାଇଛି। ସାନ ଭାଇ ତେଜସ୍ବୀ ପ୍ରସାଦ ଯାଦବ ଏବଂ ରାଜଶ୍ରୀ ଯାଦବଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା। ପୁତୁରାକୁ ମୋର ସ୍ନେହପୂର୍ଣ୍ଣ ଆଶୀର୍ବାଦ ଏବଂ ଭଲପାଇବା ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri