ମମତାଙ୍କ ପାଇଁ କାହିଁକି ନନ୍ଦିଗ୍ରାମ ଗୁରୁତ୍ୱପୂର୍ଣ୍ଣ ?

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ପୂରା ସରଗରମ ହୋଇଉଠିଛି। ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମ ସିଟ୍‌ରେ ହିଁ ଛିଡ଼ା ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କର ଏହି ଘୋଷଣାରୁ ଜଣାପଡ଼ୁଛି ବର୍ତ୍ତମାନ କର-ବା-ମର ସ୍ଥିତିରେ ଛିଡ଼ା ହୋଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ପାର୍ଟି ମୁଖ୍ୟ। ଟିଏମ୍‌ସିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପା ଓ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ମମତା। ଗତବର୍ଷ ଡିସେମ୍ବରରେ ନନ୍ଦିଗ୍ରାମ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ଅଧିକାରୀ। ତେବେ ୨୯୪ ବିଧାନସଭା ଆସନ ବିଶିଷ୍ଟ ରାଜ୍ୟରେ ମମତା ଭବାନିପୁର ପରେ କାହିଁକି ନନ୍ଦିଗ୍ରାମକୁ ହିଁ ତାଙ୍କ ଦ୍ୱିତୀୟ ନିର୍ବାଚନ ମଣ୍ଡଳି ଭାବେ ବାଛିଲେ?

ମମତା କଂଗ୍ରେସରେ ରହି ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୮ରେ କଂଗ୍ରେସ ଛାଡ଼ିବା ପରେ ଗଠନ କରିଥିଲେ ନିଜ ପାର୍ଟି ତୃଣମୂଳ କଂଗ୍ରେସ (ଟିଏମ୍‌ସି)। ପୂରା ୩ ବର୍ଷ ପରେ ଟିଏମ୍‌ସି ପଶ୍ଚିମବଙ୍ଗରେ ଲଢ଼ିଥିଲା ତା’ର ପ୍ରଥମ ବିଧାନସଭା ନିର୍ବାଚନ । ସେଥର ୬୦ ଆସନ ଜିତିଥିବା ମମତାଙ୍କ ଦଳ ୨୦୦୬ରେ ହାତରୁ ଚାଲି ଯାଇଥିଲା ୩୦ ଆସନ। ସେତେବେଳେ ରାଜ୍ୟରେ ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ(ବାମ ପନ୍ଥୀ ଦଳ)ଙ୍କ ସରକାର ଥାଏ। ୨୦୦୭ରେ ପୂର୍ବ ମେଦିନିପୁର ଜିଲାର ନନ୍ଦିଗ୍ରାମ ଅଞ୍ଚଳରେ ଘଟିଥିଲା ବଡ଼ ହିଂସାକାଣ୍ଡ। ସରକାର ଏହି ଅଞ୍ଚଳକୁ ସ୍ପେଶାଲ ଇକୋନୋମିକ୍‌ ଜୋନ ଘୋଷଣା କରି ୧୦ ହଜାର ଏକର ଜମିରେ ନିର୍ମାଣ କରିବାକୁ ଚାହୁଁଥିଲେ କେମିକାଲ ହବ। ଏହାକୁ ବିରୋଧ କରିଥିଲା ଟିଏମ୍‌ସି ନେତୃତ୍ୱାଧୀନ ବିରୋଧି ଦଳ। ଭାଜପା ଓ ଟିଏମ୍‌ସି ଭଳି ବିଭିନ୍ନ ବିରୋଧି ଦଳର କିଛି ସଦସ୍ୟ ମିଶି ଭୂମି ଉଚ୍ଛେଦ ପ୍ରତିରୋଧ କମିଟି (ବିୟୁପିସି) ଗଠନ କରିଥିଲେ, ଯାହାର ମୁଖ୍ୟ ଥିଲେ ଶୁଭେନ୍ଦୁ ଅଧିକାରୀ। ପ୍ରବଳ ଆନ୍ଦୋଳନ ପରେ ନନ୍ଦିଗ୍ରାମ ଅଞ୍ଚଳରେ ବଢ଼ିଯାଇଥିଲା ବଳାତ୍କାର ଓ ଲୁଟ ଭଳି ଘଟଣା। ୨୦୦୭ ମାର୍ଚ୍ଚ ୧୪ ତାରିଖ ରାତିରେ ୧୪ ଜଣ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯାଇଥିଲା। ଆହତ ହୋଇଥିଲେ ଅନେକ। ଏହି ଘଟଣାରେ ରାଜ୍ୟର ପୋଲିସ ମଧ୍ୟ ସମ୍ପୃକ୍ତ ଥିବାର ପରବର୍ତ୍ତୀ ସମୟରେ ମିଳିଥିଲା ପ୍ରମାଣ।

ପରେ ବହୁ ଅଭିନେତା, ନେତା, ଲେଖକ, ସଂଗଠନର ପ୍ରବଳ ବିରୋଧ ପରେ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ବୁଦ୍ଧଦେବଙ୍କ ନେତୃତ୍ୱାଧୀନ ସରକାର। ୨୦୦୯ରେ ଉପ ନିର୍ବାଚନରେ ନନ୍ଦିଗ୍ରାମ ହାତେଇଥିଲା ଟିଏମ୍‌ସି। ଆଉ ଏହାପରେ ବଦଳି ଯାଇଥିଲା ଦଳର ଭାଗ୍ୟ। ହିଂସାକାଣ୍ଡକୁ କେନ୍ଦ୍ର କରି ୨୦୧୧ ବିଧାନସଭା ନିର୍ବାଚନରେ ୧୮୪ ଆସନ ଜିତି ସରକାର ଗଢ଼ିଥିଲା ମମତାଙ୍କ ଟିଏମ୍‌ସି। ଗତ ୨୦୧୬ ନିର୍ବାଚନରେ ଦଳ ହାତେଇଥିଲା ସର୍ବାଧିକ ୨୧୧ ସିଟ୍‌ ।

ସେହି ନିର୍ବାଚନରେ ମମତା ନିଜର ସବୁଠୁ ବିଶ୍ୱସ୍ତ ଶୁଭେନ୍ଦୁଙ୍କୁ ନନ୍ଦିଗ୍ରାମରେ ଛିଡ଼ା କରିଥିଲେ। ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ ପୂର୍ବରୁ ଦୁଇ ଥର ଏମ୍‌ପି ଥିବା ଶୁଭେନ୍ଦୁ । ଏଠାରେ ତାଙ୍କୁ ଖୁବ୍‌ ସମର୍ଥନ ମିଳେ। ଏହା ଦର୍ଶାଉଛୁ ନନ୍ଦିଗ୍ରାମ ଆସନ ମମତା ଓ ଟିଏମ୍‌ସି ପାଇଁ କେତେ ଏବଂ କାହିଁକି ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri